ବୟନିକାର ୬୨ତମ ପ୍ରତିÂା ଦିବସ ସମାରୋହ ଅନୁÂିତ, ୨୦୧୮-୧୯ ବର୍ଷରେ ୧୨୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ଧାର୍ଯ୍ୟ


ଉକୃଷ୍ଟ କଳାର ଦେଶ, ଉକôଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱ ବିଦିତ, ନିଜର କଳା ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉକôଳୀୟ କଳା ସଂସ୍କୃତି ପାଇଁ “ହସ୍ତତନ୍ତ ବସ୍ତ୍ର” ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର ବିଶେଷଭାବେ “ବାନ୍ଧବସ୍ତ୍ର”ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜିବିତ ରଖିଛନ୍ତି, ଏହାକୁ ବଂଶାନୁକ୍ରମେ ବୃତ୍ତି ଭାବେ ଆଦରି ନେଇଥିବା ଓଡ଼ିଶାର ଅଗଣିତ ବୁଣାକାର । ରାଜ୍ୟର କୋଣ ଅନୁକୋଣରେ ଏହି ହସ୍ତତନ୍ତ ବସ୍ତ୍ର ପ୍ରସ୍ତୁତ କରିଥିବା ଗ୍ରାମୀଣ କାରିଗର ଓ ସେମାନଙ୍କ ଦ୍ୱାରା ପଞ୍ଜିକୃତ ହୋଇ କାର୍ଯ୍ୟ କୁରଥିବା ପ୍ରାଥମିକ ବୁଣାକାର ସମିତି ମାନଙ୍କ ପାଇଁ ବୟନିକା ବ୍ୟାପକ ବଜାର ସୃଷ୍ଟି କରିବାରେ ଦୀର୍ଘ ୬୧ ବର୍ଷଧରି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିଆସୁଅଛି ।
୧୯୫୬ ମସିହାରେ ପ୍ରତିÂିତ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ, ଯାହାକି ଆଜି “ବୟନିକା” ନାମରେ ସୁଖ୍ୟାତି ଅର୍ଜନ କରିଅଛି । ବୟନିକାର ୬୨ତମ ପ୍ରତିÂାଦିବସ ସମାରୋହ “ବୟନ ଭବନ” ପ୍ରାଙ୍ଗଣରେ ଆଜି ଅର୍ଥାତ୍ ତା.୨୮.୦୫.୨୦୧୮ରିଖ ସଂଧ୍ୟା ସମୟରେ ପାଳନ କରାଯାଉଅଛି । ଏହି ସମାରୋହକୁ ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିସନର୍ ତଥା ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ଭା.ପ୍ର.ସେ ଉଦ୍ଘାଟନ କରିଥିଲେ । ଏହି ସମାରୋହରେ ବୟନଶିଳ୍ପ ନିଦେ୍ର୍ଧଶକ, ଶ୍ରୀ ସୁଶାନ୍ତ କୁମାର ବାରିକ, ଓ.ପ୍ର.ସେ, ବୟନିକାର ସଭାପତି, ଶ୍ରୀ ଶେଷ କୁମାର ମେହେର, ବୟନିକାର ପରିଚାଳନା ନିଦେ୍ର୍ଧଶକ, ଶ୍ରୀ ରବିନ୍ଦ୍ର ନାଥ ସାହୁ, ଓ.ପ୍ର.ସେ, ତଥା ବିଭାଗ ଓ ନିଦେ୍ର୍ଧଶାଳୟର ବହୁ ପଦାଧିକାରୀ ଯୋଗ ଦେଇଥିଲେ ।
ବୟନିକା ୨୦୧୭-୧୮ବର୍ଷରେ ନିଜର ପ୍ରତିÂିତ ୪୩ ଗୋଟି ବିକ୍ରୟ ଶାଖା ଓ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ପ୍ରଦର୍ଶନୀରେ ଭାଗନେଇ ଓ ପ୍ରଦର୍ଶନୀର ଆୟୋଜନ କରି ଟ.୧୦୭ କୋଟିର ବ୍ୟବସାୟ ହାସଲ କରିଅଛି । ୨୦୧୮-୧୯ ବର୍ଷରେ ମୋଟ ୧୨୦ କୋଟିର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏକ ହସ୍ତତନ୍ତ ସଂସ୍ଥା ହିସାବରେ ଟ.୧୦୦କୋଟି ର ବ୍ୟବସାୟ କରିବା, ଓଡ଼ିଶା ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ନିଶ୍ଚିତଭାବେ ଏକ ମାଇଲ୍ ଖୁଣ୍ଟ । ଆଗାମୀ ଦିନରେ ବୟନିକା ଏହାର ବ୍ୟବସାୟିକ ଅଭିବୃଧ୍ୟି ଘଟାଇବା ପାଇଁ ବଦ୍ଧପରିକର ହେବା ସଂଙ୍ଗେ ସଂଙ୍ଗେ ଏହି ସଂସ୍ଥା ସହ ଜଡ଼ିତ ଅଗଣିତ ବୁଣାକାରଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ପରିବର୍ଦ୍ଧିତ କରିବାପାଇଁ ଚେଷ୍ଟିତ । ଆଜିର ଏହି ପ୍ରତିÂା ଦିବସ ସମାରୋହରେ ବୟନିକା ସହିତ ସଂଷ୍ଳିଷ୍ଟ ବିଭିନ୍ନ ସମିତିର ପ୍ରତିନିଧି ଓ ବୁଣାକାର ଭାଇ ଭଉଣୀମାନେ ଯୋଗ ଦେଇଥିଲେ ।
ବୟନିକା ଏହାର ୬୨ତମ ପ୍ରତିÂା ଦିବସରେ, ଓଡ଼ିଶାର ଅଗଣିତ ବୁଣାକାର ଭାଇଭଉଣୀ, ଏହାର ସଦିଚ୍ଛୁ ଗ୍ରାହକ ଏବଂ ପୃÂପୋଷକମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି ।

Share in top social networks!
Powered By Indic IME