ଓଡ଼ିଶାର ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୨୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ, ସୃଷ୍ଟି କରିବ ୮୯୫୩ କର୍ମନିଯୁକ୍ତି

ପୂର୍ବ ଭାରତର ମାନୁଫାକ୍ଚରିଂ ପେଣ୍ଠ ହେବା ପଥରେ ଓଡ଼ିଶା ଆଗେଇ ଚାଲିଛି । ଏହି ପଦକ୍ଷେପସ୍ୱରୂପ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଜ୍ୟ ସଚିବାଳୟଠାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁÂିତ ହୋଇଯାଇଛି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୬ ପରେ ୨୦୧୭ ନଭେମ୍ବରରେ ୧୫ଟି ମାନୁଫାକ୍ଚରିଂ ୟୁନିଟ୍ର ପ୍ରଥମ ଗ୍ରାଉଣ୍ଡବ୍ରେକିଂ ଉତ୍ସବ ଅନୁÂିତ ହୋଇଥିଲା, ଯେଉଁଥିରେ ୧୧,୬୯୦ କୋଟି ଟଙ୍କା ମୂଲ୍ୟର ପୁଞ୍ଜିନିବେଶ ବାସ୍ତବ ରୂପ ନେଇଥିଲା ଏବଂ ୮,୧୮୭ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଦ୍ୱିତୀୟ ଗ୍ରାଉଣ୍ଡବ୍ରେକିଂ ଉତ୍ସବରେ ୭ଟି ମାନୁଫାକ୍ଚରିଂ ୟୁନିଟ୍ର ଉଦ୍ଘାଟନ ଏବଂ ୧୨ଟି ୟୁନିଟ୍ର ଭୂମିପୂଜନ ହୋଇଛି । ଏହାଦ୍ୱାରା ମୋଟ୍ ୨,୬୭୫ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ବାସ୍ତବ ରୂପ ନେଇଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଖଣିଜ ଭିତିକ ଶିଳ୍ପ ବାଦ୍ ବ୍ୟାପକ ଶିଳ୍ପ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଭିଜନ୍କୁ ଏହି ପ୍ରକଳ୍ପଗୁଡ଼ିକ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ବୟନ ଓ ପୋଷାକ, କେମିକାଲ୍ସ, ସାର, ସିମେଂଟ୍, ଖାଦ୍ୟ ପ୍ରକ୍ରିୟାକରଣ, ଡାଉନ୍ଷ୍ଟ୍ରିମ୍ ଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ରହିଛି ।
ଏ ଉତ୍ସବ ଅବସରରେ ଉଦ୍ବୋଧନ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, “ଆମ୍ଭର ଶିଳ୍ପ ବିକାଶ ଯାତ୍ରାରେ ୨୦୧୬ର ମେକ୍ ଇନ୍ ଓଡ଼ିଶା କନ୍କ୍ଳେଭ୍ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଂଟ ଥିଲା । ଏହା ଖଣି, ମେଟାଲ ଓ ଶକ୍ତି ଭଳି ପାରମ୍ପରିକ କ୍ଷେତ୍ର ବାଦ୍ ଅନ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜିନିବେଶ ଆଗ୍ରହ ସୃଷ୍ଟିରେ ସହାୟକ ହୋଇଥିଲା । ଏହି କନ୍କ୍ଲେଭ୍ ସମୟରେ ଆସିଥିବା ପୁଞ୍ଜିନିବେଶ ଆଗ୍ରହକୁ ତକ୍ରାଳ ବାସ୍ତବ ରୂପ ଦେବା ଉଦେ୍ଧଶ୍ୟରେ ସେମାନଙ୍କୁ ତୁରନ୍ତ ଜମି, ୟୁଟିଲିଟି ଓ ବିଭାଗୀୟ ମଞ୍ଜୁରି ଭଳି ଆବଶ୍ୟକୀୟ ସହାୟତା ଉପଲବ୍ଧ କରାଇବାକୁ ମୋ ସରକାର ସମର୍ପିତ ଭାବେ କାର୍ଯ୍ୟ କରିଛି । ମୁଁ ଆପଣମାନଙ୍କୁ ଆନନ୍ଦର ସହ ଜଣାଇବାକୁ ଚାହେଁ ଯେ ୨୦୧୭ ନଭେମ୍ବର ୧୬ରେ ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୨ଟି ପ୍ରକଳ୍ପ ଆଜି ଉଦ୍ାଘାଟିତ ହୋଇଯାଇଛି ଏବଂ ଆଉ ୬ ମାସରୁ ସାମାନ୍ୟ ଅଧିକ ସମୟ ମଧ୍ୟରେ ସେଗୁଡ଼ିକରୁ ଉପôାଦନ ଆରମ୍ଭ ହେବ । ପୁଞ୍ଜିନିବେଶ କାର୍ଯ୍ୟକାରିତା ହାରରେ ଭାରତର ୧ ନମ୍ବର ରାଜ୍ୟ ଭାବେ ଏହା ଆମକୁ ପ୍ରମାଣିତ କରୁଛି ।”
ଏ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଥିଲା । ଏହି ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ ଭୁବନେଶ୍ୱରଠାରେ ୨୦୧୮ ନଭେମ୍ବର ୧୧ରୁ ୧୫ ଯାଏଁ ଅନୁÂିତ ହେବ ।
ଉଦ୍ଘାଟନ ଓ ଗ୍ରାଉଣ୍ଡବ୍ରେକିଂ ହୋଇଥିବା ୟୁନିଟ୍ଗୁଡ଼ିକର ତାଲିକା ନିମ୍ନରେ ପ୍ରଦାନ କରାଗଲା.
କ୍ରମିକ ସଂଖ୍ୟା କମ୍ପାନି ନାମ ନିବେଶ ପରିମାଣ (କୋଟି ଟଙ୍କାରେ) କର୍ମନିଯୁକ୍ତି ସୁଯୋଗ ବର୍ଗ ସ୍ଥାନ ପ୍ରକଳ୍ପ ବିବରଣୀ

୧ ତୋଷାଳି ସିମେଂଟ୍ସ ୧୪୦.୦୦ ୧୭୦ ଉଦ୍ଘାଟନ ଚୌଦ୍ୱାର, କଟକ ୩.୮୬ ଲକ୍ଷ ଟିପିଏ ସିମେଂଟ୍ ପ୍ଲାଂଟ୍
୨ ସାଦିପାଲ୍ଲୀ ସୋଲାର୍ ୧୨୧.୪୦ ୧୫ ଉଦ୍ଘାଟନ କେସିଙ୍ଗା, କଳାହାଣ୍ଡି ୨୦ ମେଗାୱାଟ୍ ସୋଲାର୍ ପ୍ଲାଂଟ୍
୩ ଅପାର ଇଣ୍ଡଷ୍ଟ୍ରିଜ୍ ୭୫.୦୦ ୪୨୫ ଉଦ୍ଘାଟନ ୠପଙ୍ଗା, ସମ୍ବଲପୁର ୩୫,୦୦୦ ଟିପିଏ ଆଲୁମିନିୟମ ଓ ଆଲଏ କଣ୍ଡକ୍ଟର୍ ଏବଂ ଆଲଏ ୱେର ଓ ରଡ୍
୪ ଫାଲ୍କନ୍ ମେରାଇନ୍ ୬୨.୦୦ ୩୯୨ ଉଦ୍ଘାଟନ ଜୟମଙ୍ଗଳପୁର, ଟାଙ୍ଗୀ, ଖୋର୍ଦ୍ଧା ୭୨,୦୦୦ ଟିପିଏ ଫିଡ୍ ପ୍ଲାଂଟ୍
୫ ହିମାଦ୍ରୀ କେମିକାଲ୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୫୬.୬୩ ୧୩୦ ଉଦ୍ଘାଟନ କେଙ୍ଘାଟି, ସମ୍ବଲପୁର ୧,୫୬,୦୦୦ ଟିପିଏ କୋଲ୍ ଟାର୍ ପିଚ୍ ମେଲ୍ଟିଙ୍ଗ୍
୬ ଇଣ୍ଡୋ ନିସିନ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ୫୦.୪୪ ୧୮୦ ଉଦ୍ଘାଟନ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଖୋର୍ଦ୍ଧା ବାର୍ଷିକ ୨୫,୬୧୦ ଟନ୍ରୁ ବାର୍ଷିକ ୩୬,୫୬୬ ଟନ୍କୁ ଇନ୍ଷ୍ଟାଂଟ୍ ନୁଡୁଲ୍ ୟୁନିଟ୍ର ସମ୍ପ୍ରସାରଣ
୭ ଇି-ୱାନ୍ ବିଜ୍ନେସ୍ ହାଉସ୍ (ପି) ଲିମିଟେଡ୍ ୨୪.୦୦ ୫୫୦ ଉଦ୍ଘାଟନ ସି ଫୁଡ୍ ପାର୍କ, ଡେରାସ ସି ଫୁଡ୍ ପ୍ରୋସେସିଂ
୮ ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ୍ ୮୭୦.୨୦ ୧,୩୭୩ ଗ୍ରାଉଣ୍ଡବ୍ରେକିଂ ରେଙ୍ଗାଳୀ, ସମ୍ବଲପୁର ୦.୭୭ ଏମ୍ଟିପିଏ ଷ୍ଟିଲ୍ ମେକିଂ
୯ ଇମାମି ପେପର୍ ମିଲ୍ସ ଲିମିଟେଡ୍ ୬୫୦.୦୦ ୧,୭୫୦ ଗ୍ରାଉଣ୍ଡବ୍ରେକିଂ ବାଳଗୋପାଳ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ବାଲେଶ୍ୱର ୧୬୦,୦୦୦ ଟିପିଏ ପେପର ବୋର୍ଡ ମାନୁଫାକ୍ଚରିଂ ପ୍ଲାଂଟ୍
୧୦ ମନପସନ୍ଦ ବେଭରେଜେସ୍ ଲିମିଟେଡ୍ ୧୪୦.୦୦ ୩୦୦ ଗ୍ରାଉଣ୍ଡବ୍ରେକିଂ ଛତାବର ଇଣ୍ଡଷ୍ଟ୍ରିଆଲ୍ ଏରିଆ, ଖୋର୍ଦ୍ଧା ବାର୍ଷିକ ୧୦୫.୮୪ ନିୟୁତ ଲିଟର କ୍ଷମତାର ଫଳ ପାନୀୟ ଓ ପ୍ୟାକେଜ୍ ପାନୀୟ ଜଳ ପ୍ଲାଂଟ୍
୧୧ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ୧୧୦.୦୦ ୧୦୩ ଗ୍ରାଉଣ୍ଡବ୍ରେକିଂ ଜୟଶ୍ରୀ, ଗଞ୍ଜାମ ୩୩,୦୦୦ ଏମ୍ଟିପିଏର କଷ୍ଟିକ୍ ସୋଡା ମାନୁଫାକ୍ଚରିଂ ୟୁନିଟ୍
୧୨ ପ୍ରାକୃତିକ କୋଲ୍ ୱାସେରୀ ୧୦୪.୪୦ ୨୦୦ ଗ୍ରାଉଣ୍ଡବ୍ରେକିଂ ତାଳଚେର, ଅନୁଗୁଳ ୨ ଏମ୍ଟିପିଏର କୋଲ୍ ୱାସେରୀ
୧୩ ସରାଫ୍ ଏଜେନ୍ସିଜ୍ ପ୍ରାଇଭେଟ୍ ଲିମିଟେଡ୍ ୯୦.୯୭ ୧୫୪ ଗ୍ରାଉଣ୍ଡବ୍ରେକିଂ ଛତ୍ରପୁର, ଗଞ୍ଜାମ ୨,୫୦୦ ଟିପିଏର ଟିଟାନିୟମ ଡାଇ-ଅକ୍ସାଇଡ୍ ପ୍ଲାଂଟ୍
୧୪ ମିଲ୍କ ମନ୍ତ୍ର ଡାଏରି ପ୍ରାଇଭେଟ୍ ଲିମିଟେଡ୍ ୬୦.୦୫ ୭୫୦ ଗ୍ରାଉଣ୍ଡବ୍ରେକିଂ ଚନ୍ଦକା, ଖୋର୍ଦ୍ଧା ଦୈନିକ ୪.୦ଲକ୍ଷ ଲିଟରର ଦୁଗ୍ଧ ପ୍ରକ୍ରିୟାକରଣ ଓ ଶୀତଳ ଭଣ୍ଡାର
୧୫ ଶାହି ଏକ୍ସପୋର୍ଟସ୍ ୫୧.୦୦ ୨,୦୦୦ ଗ୍ରାଉଣ୍ଡବ୍ରେକିଂ ମଂଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ଭୁବନେଶ୍ୱର ବାର୍ଷିକ ୩୬ ଲକ୍ଷ ଖଣ୍ଡ ପୋଷାକ ମାନୁଫାକ୍ଚରିଂ ୟୁନିଟ୍
୧୬ କର୍ଲ-ଅନ୍ ୪୪.୫୦ ୨୦୦ ଗ୍ରାଉଣ୍ଡବ୍ରେକିଂ ଅଂଳାପାଟନା, ଖୋର୍ଦ୍ଧା ୩,୦୦୦ ଏମ୍ଟିପିଏର ପିୟୁ ଫୋମ୍ ମ୍ୟାଟ୍ରେସ୍ ମାନୁଫାକ୍ଚରିଂ ୟୁନିଟ୍
୧୭ ନବରଙ୍ଗପୁର ଷ୍ଟାର୍ଚ ଆଣ୍ଡ କେମିକାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦.୦୦ ୨୩୦ ଗ୍ରାଉଣ୍ଡବ୍ରେକିଂ ସିମ୍ଲା ଆଗ୍ରୋ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍, ମୈଦାଲପୁର, ନବରଙ୍ଗପୁର ୯୦ ଏମ୍ଟିର ମକା ପ୍ରୋସେସିଂ ୟୁନିଟ୍
୧୮ ପ୍ରଗତି ମିଲ୍କ ପ୍ରଡକ୍ଟ୍ସ ୨.୬୪ ୧୧ ଗ୍ରାଉଣ୍ଡବ୍ରେକିଂ ଚନ୍ଦକା, ଖୋର୍ଦ୍ଧା ୫୦,୦୦୦ ଲିଟର କ୍ଷମତାର ଶୀତଳ ଭଣ୍ଡାର
୧୯ ପ୍ରାଇମ୍ ଫୁଡ୍ ଟେକ୍ କମ୍ବାଇନ୍ସ ୧.୯୦ ୨୦ ଗ୍ରାଉଣ୍ଡବ୍ରେକିଂ ଆଇ. ଇ. ଖୋର୍ଦ୍ଧା ମାସିକ ୬୦,୦୦୦ କିଲୋଗ୍ରାମ୍ କ୍ଷମତାର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍-୨୦୨୫ର ଅଂଶସ୍ୱରୂପ ୨.୫ ଲକ୍ଷ କୋଟି ଟଙ୍କାର ନୂଆ ପୁଂଜିନିବେଶ ଆକୃଷ୍ଟ ସହ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ପୂରଣ ଉଦେ୍ଧଶ୍ୟରେ ଓଡ଼ିଶା ସରକାର ସମସ୍ତ ଫୋକସ୍ କ୍ଷେତ୍ରରେ ଶିଳ୍ପ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ଆଦର୍ଶ ବ୍ୟବବସାୟ ଇକୋସିଷ୍ଟମ୍ ସୃଷ୍ଟି କରିଥିବାରୁ ଓଡ଼ିଶାର ନିବେଶକ ଅନୁକୂଳ ନୀତି ଏବଂ ବିଶ୍ୱଶ୍ରେଣୀୟ ଭିତିଭୂମି ବିକାଶ ସାରା ଦେଶର ନିବେଶକଙ୍କ ନିକଟରୁ ବେଶ୍ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ଓଡ଼ିଶାରେ ୟୁନିଟ୍ ସ୍ଥାପନ ଓ ପରିଚାଳନା ପାଇଁ ସହଜ କରାଇବା ଉଦେ୍ଧଶ୍ୟରେ ଗତ ୩ ବର୍ଷ ମଧ୍ୟରେ ରାଜ୍ୟ ସରକାର ଏକ ବ୍ୟବସାୟ ସଂସ୍କାର କାର୍ଯ୍ୟକ୍ରମ ଚାଲୁ କରିଛନ୍ତି । ଏହି କାରଣରୁ ୨୦୧୬ର ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ରିପୋର୍ଟରେ ୯୨.୭୩% ସ୍କୋର ସହ ଓଡ଼ିଶା ‘ଲିଡର୍’ ଭାବେ ସ୍ୱୀକୃତି ପାଇଛି ।
ପୁଂଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର୍ୟାଙ୍କିଙ୍ଗ୍ କରିଛି ଏବଂ ଭାରତର ଲାଇଭ୍ ମାନୁଫାକ୍ଚରିଂ ପୁଂଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ୨୦୧୬-୧୭ରେ ଓଡ଼ିଶାର ଜିଏସ୍ଡିପି ଅଭିବୃଦ୍ଧି ୭.୯୪% ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୭.୧% ତୁଳନାରେ ଢେର୍ ଅଧିକ ।

Share in top social networks!
Powered By Indic IME