ରାଜ୍ୟବ୍ୟାପୀ ଶିଶୁ ଯୌନ ନିର୍ଯାତନା ବିରୋଧୀ ଅଭିଯାନ

ଓଡ଼ିଶା ପୋଲିସ୍ ଓ ୟୁନିସେଫ୍ର ମିଳିତ ସହଯୋଗରେ ଶିଶୁ ଯୌନ ନିର୍ଯାତନା ବିରୋଧରେ ରାଜ୍ୟବ୍ୟାପୀ ଏକ ଗୋÂୀ ସଚେତନତା ଅଭିଯାନ ଆୟୋଜନ କରାଯାଉଛି । ଆସନ୍ତା ୨୮ ମେ’ରୁ ଆରମ୍ଭ ହେବାକୁ ଥିବା ଏହି ୧୫ ଦିନିଆ ଅଭିଯାନ ୧୨ ଜୁନ୍ ଯାଏ ଚାଲୁ ରହିବ । ଏହି ରାଜ୍ୟବ୍ୟାପୀ ଅଭିଯାନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ଉଦ୍ଘାଟନ କରିବେ । ଏହି ଅଭିଯାନର ଶୀର୍ଷକ ‘ପରୀ ପାଇଁ କଥାଟିଏ’ ରଖାଯାଇଛି । ଅଭିଯାନର ବର୍ତ୍ତାବହନ କରୁଥିବା ୧୫ଟି ‘ପରୀ ଏକ୍ସପ୍ରେସ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ । ଶିଶୁ ଯୌନ ନିର୍ଯାତନା ବନ୍ଦ କରିହେବ ଏବଂ ଏହି କାର୍ଯ୍ୟକୁ ସଫଳ କରିବାରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିମଧ୍ୟରେ ପରିବାର, ଗୋÂୀ ଏବଂ ଅଭିଭାବକଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଅଭିଯାନ ଦ୍ୱାରା ପୋଲିସ୍ ନିକଟରେ ଅଭିଯୋଗ ପଞ୍ଜିକରଣ ଏବଂ ଶିଶୁ ଯୌନ ନିର୍ଯାତନା ପାଇଁ ରହିଥିବା ବିିଭିନ୍ନ ଆଇନଗତ ବ୍ୟବସ୍ଥା ଓ ଦଣ୍ଡବିଧାନ ସମ୍ପର୍କରେ ସମସ୍ତ ବର୍ଗର ଲୋକଙ୍କୁ ସଚେତନ କରାଇବା ଆଦି ଲକ୍ଷ୍ୟ ରହିବ ।
ପ୍ରତ୍ୟେକ ଜିଲ୍ଲାରେ ସ୍ଥାନୀୟ ଏସ୍ପି ଏବଂ ଜିଲ୍ଲାପାଳ ଏହି ଅଭିଯାନର ନେତୃତ୍ୱ ନେବେ । ‘ପରୀ ଏକ୍ସପ୍ରେସ୍’ ଏକ ପୂର୍ବ ନିର୍ଦ୍ଧାରିତ ରୁଟ୍ ଭିତ୍ତିରେ ପ୍ରତ୍ୟେକ ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକରେ ପହଞ୍ଚିବ । ‘ପରୀ ଏକ୍ସପ୍ରେସ୍’ ଅଟକି ରହିବା ସମୟରେ ଘଣ୍ଟେରୁ ଦୁଇଘଣ୍ଟଯାଏ ଜନସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ନିର୍ବାଚିତ ପ୍ରତିନିଧି, ଗୋÂୀ ସଦସ୍ୟ, ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱୟଂ ସହାୟକ ଗୋÂୀ, ଯୁବବର୍ଗ ଏବଂ ଛୁଆମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନୁରୋଧ କରାଯିବ ଏବଂ ଜନସଭାରେ ଯୋଗଦେବା ପାଇଁ ପ୍ରବର୍ତ୍ତାଯିବ । ଏହି ସଚେତନତା ଜନସଭା ପରେ ସ୍ୱତନ୍ତ୍ର ତାଲିମପ୍ରାପ୍ତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଲୋକନୃତ୍ୟ, ଫିଲ୍ମ ପ୍ରଦର୍ଶନ ଏବଂ ଗୋÂୀ ସହିତ ମତ ବିନିମୟ ହେବ ।
ପ୍ରତ୍ୟେକ ‘ପରୀ ଏକ୍ସପ୍ରେସ୍’ରେ ଜିଲ୍ଲା ପୋଲିସ୍ର ୪ ଜଣ ଅଫିସର ଏବଂ ଅନ୍ୟ କର୍ମଚାରୀ ରହିବେ ଯେଉଁମାନେ ଲୋକଙ୍କୁ ଯୋଗାଯୋଗ କରିବା ସହିତ ଅଭିଯାନର ନେତୃତ୍ୱ ନେବେ । ପ୍ରତ୍ୟେକ ଗାଡ଼ିରେ ଏଲସିଡି ସ୍କ୍ରିନ୍ ରହିବ । ଲୋକଙ୍କ ସହିତ ଆଲୋଚନା କରାଯିବା ପରେ ଲିଫ୍ଲେଟ୍ ଓ ଅନ୍ୟାନ୍ୟ ଛାପା ପ୍ରଚାରପତ୍ର ବଣ୍ଟନ କରାଯିବ । ସ୍ୱତନ୍ତ୍ରଭାବେ ପ୍ରସ୍ତୁତ ଏହି ପ୍ରଚାରପତ୍ରରେ ଗୋÂୀ, ଅଭିଭାବକ ଓ ଗାଁର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଭୂମିକା ଏବଂ ଦାୟିତ୍ୱ ଆଦି ବିଷୟରେ ଆଲୋକପାତ କରାଯାଇଛି । ଓଡ଼ିଶା ପୋଲିସ୍ର ଜିଲ୍ଲ୍ା ସ୍ତରର ଅଧିକାରୀମାନଙ୍କୁ ଏହି ତାଲିମ ଦିଆଯାଇଛି ।
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ସହିତ ସହଭାଗିତା ସ୍ୱରୂପ, ୟୁନିସେଫ୍ ଜିଲ୍ଲା କଳା ସଂସ୍କୃତି ସଂଘ (ଜେକେଏସ୍ଏସ୍) ଏବଂ ବ୍ଲକ୍ କଳା ସଂସ୍କୃତି ସଂଘ (ବିକେଏସ୍ଏସ୍)ର ଲୋକନୃତ୍ୟ କଳାକାରଙ୍କୁ ତାଲିମ ପ୍ରଦାନ କରିଛି । ଜନସଭା ପୂର୍ବରୁ ଏବଂ ପରେ ଏହି କଳାକାର ଗୋÂୀ ଲୋକଙ୍କ ଭିତରେ ମନୋରଞ୍ଜନ ମାଧ୍ୟମରେ ଶିଶୁ ଯୌନ ନିର୍ଯାତନା ବିରୋଧୀ ବାର୍ତ୍ତା ପ୍ରସାର କରାଇବେ ।
ଓଡ଼ିଶା ଡିଜିପି ଆଇପିଏସ୍ ଡଃ ଆରପି ଶର୍ମା ଏବଂ ଓଡ଼ିଶା ପୋଲିସ୍ର ଅନ୍ୟ ବରିÂ ଅଧିକାରୀଙ୍କ ତତ୍ତ୍ୱାବଧାନରେ ତଥା ୟୁନିସେଫ୍ର ଟେକ୍ନିକାଲ ସହାୟତାରେ ଏହି ଅଭିଯାନଟି ପରିଚାଳିତ ହେଉଛି । ଏହି ରାଜ୍ୟବ୍ୟାପୀ ଅଭିଯାନର ନିରୀକ୍ଷଣ ଓ ସମନ୍ୱୟ ରକ୍ଷା ପାଇଁ ପୋଲିସ୍ ଆଇଜି ଅସିତ କୁମାର ପାଣିଗ୍ରାହୀଙ୍କୁ ନୋଡାଲ୍ ଅଫସର ଭାବେ ନିଯୁକ୍ତି ଦିଆଯାଇଛି ।

Share in top social networks!
Powered By Indic IME