ନାଲ୍କୋର ନିଟ୍ ଲାଭ ଦ୍ୱିଗୁଣିତ; ୨୦୧୭-୧୮ ଆର୍ଥôକ ବର୍ଷରେ ଗତ ବର୍ଷର ୬୬୯ କୋଟି ଟଙ୍କା ତୁଳନାରେ ୧୩୪୨ କୋଟି ଟଙ୍କା ଲାଭାର୍ଜ୍ଜନ

ସର୍ବନିମ୍ନ ବ୍ୟୟରେ ବକ୍ସାଇଟ୍ ଖନନ ଓ ଆଲୁମିନା ଉପôାଦନକାରୀ ଭାବେ ମାନ୍ୟତା ହାସଲ କରିଥିବା ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ଉଭୟ ଉପôାଦନ ଏବଂ ଆର୍ଥôକ ପ୍ରଦର୍ଶନରେ ଏହାର ଏହାର ଦକ୍ଷତା ପୁନଃ ପ୍ରତିପାଦିତ କରିପାରିଛି ।
ଭୁବନେଶ୍ୱର ଠାରେ ମଇ ୨୬ ତାରିଖରେ ଆୟୋଜିତ ବୋର୍ଡ୍ ଅଫ୍ ଡାଇରେକ୍ଟର୍ସଙ୍କ ବୈଠକରେ ଅନୁମୋଦିତ ୨୦୧୭-୧୮ ବର୍ଷର ଆର୍ଥôକ ଫଳାଫଳ ଅନୁଯାୟୀ, ବିଗତ କମ୍ପାନୀ ୧୦ ବର୍ଷ ମଧ୍ୟରେ ସର୍ବାଧିକ ନିଟ୍ ଲାଭ ୧୩୪୨.୧୯ କୋଟି ଟଙ୍କା ହାସଲ କରିଛି, ଯାହା କି ଗତ ବର୍ଷର ନିଟ୍ ଲାଭ ୬୬୯ କୋଟି ଟଙ୍କା ତୁଳନାରେ ୧୦୦ ପ୍ରତିଶତରୁ ଅଧିକ । ଚତୁର୍ଥ ତ୍ରୈମାସିକୀରେ କମ୍ପାନୀର ନିଟ୍ ଲାଭ ୨୫୭.୦୬ କୋଟି ଟଙ୍କା ହୋଇଛି । ଚଳିତ ବର୍ଷ, ନାଲ୍କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ ଲୋକ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି । ୨୦୧୭-୧୮ ଆର୍ଥôକ ବର୍ଷରେ କମ୍ପାନୀର ମୋଟ୍ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇଛି, ଯାହା କି ବିଗତ ବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଏବଂ କମ୍ପାନୀ ଆରମ୍ଭ ପର ଠାରୁ ସର୍ବାଧିକ । ସେହିପରି, ଏଯାବତ୍ ସର୍ବାଧିକ ତଥା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରପ୍ତାନୀଲବ୍ଧ ଆୟ ଭାବେ କମ୍ପାନୀ ୪,୦୭୬ କୋଟି ଟଙ୍କା ଅର୍ଜ୍ଜନ କରିଛି ।
କମ୍ପାନୀର ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ ୨୦୧୭-୧୮ ଆର୍ଥôକ ବର୍ଷ ଆମ ପାଇଁ ଅନେକ ସଫଳତା ଆଣିଦେଇଛି । ନାଲ୍କୋ କେବଳ ଲାଭାର୍ଜ୍ଜନ ନୁହେଁ, ବରଂ ସମସ୍ତ ଦିଗରେ ଉନ୍ନତି ହାସଲ କରିଛୁ । ଏଥିରେ ରେକର୍ଡ୍ ପରିମାଣର ଉପôାଦନ, ସର୍ବାଧିକ ବିକ୍ରୟ ଏବଂ ଟର୍ଣ୍ଣ୍ଓଭର୍ ଅନ୍ତର୍ଭୂକ୍ତ । ଏଥି ସହିତ, ଆମେ ଆମର ସଂପ୍ରସାରଣ ପ୍ରକଳ୍ପ ଉପରେ ମଧ୍ୟ କାର୍ଯ୍ୟ କରୁଛୁ । ନାଲ୍କୋର ନୂତନ ବ୍ୟବସାୟିକ ଯୋଜନା, କମ୍ପାନୀର ନିଟ୍ ଲାଭରେ ୯୩୫ କୋଟି ଟଙ୍କା ଅଭିବୃଦ୍ଧି ଆଣିବ ବୋଲି ଆଶା ରହିଛି । ଏହି ମଡେଲ୍ରେ ୨୦୧୯ ଆର୍ଥôକ ବର୍ଷର ଦ୍ୱିତୀୟ ତ୍ରୈମାସିକୀ ଶେଷ ସୁଦ୍ଧା ଉକôଳ ଡି ବ୍ଲ୍କ୍ର କାର୍ଯ୍ୟାନ୍ୱୟନ, ୧ ନିୟୁତ ଟନ୍ ଆଲୁମିନା ରିଫାଇନେରୀର କାର୍ଯ୍ୟାରମ୍ଭ, ୱାୟାର୍ ରଡ୍ ମିଲ୍ ୩ର ପ୍ରତିÂା, କଷ୍ଟିକ୍ ସୋଡା ପ୍ଲାଂଟ୍ ଏବଂ ସିଟି ପିଚ୍ ପ୍ଲାଂଟ୍୍ ଆଦି ଅନ୍ତର୍ଭୂକ୍ତ । ଆମେ ଅନେକ ବୃହତ୍ ପ୍ରକଳ୍ପ ପ୍ରତିÂା ମାଧ୍ୟମରେ ନିକଟ ଭବିଷ୍ୟତରେ କମ୍ପାନୀକୁ ଅଧିକ ସୃଦୃଢ ଏବଂ ସମୃଦ୍ଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁଛୁ ବୋଲି ଡଃ ଚାନ୍ଦ ମତ ବ୍ୟକ୍ତ କରିଥିଲେ ।
ଉଭୟ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ତଥା ଆନ୍ତର୍ଜାତିକ ବଜାରରେ ପ୍ରତଦ୍ୱନ୍ଦିତାମୂଳକ ସ୍ଥାନ ହାସଲ କରିବା ପାଇଁ ନାଲ୍କୋ ଭଳି ବୃହତ୍ ପ୍ରକଳ୍ପକୁ ସହଯୋଗ ଓ ସମର୍ଥନର ଆବଶ୍ୟକତା ରହିଛି ବୋଲି ଡଃ ଚାନ୍ଦ କହିଥିଲେ । ସେ ଏ ଦିଗରେ ଅନଗୁଳ ଆଲୁମିନିୟମ୍ ପାର୍କ୍ର ପ୍ରତିÂା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସୂଚନା ଦେଇଥିଲେ । ସେ ଆହୁରି ମଧ୍ୟ ସୂଚନା ଦେଇଥିଲେ ଯେ ଉଚ୍ଚ ଗୁଣାତ୍ମକମାନ ଯୁକ୍ତ ଉପôାଦର ପ୍ରସ୍ତୁତି ପାଇଁ ନାଲ୍କୋ ଯୁକ୍ତରାଷ୍ଟ୍ର ଆମେରିକାର ଆଲ୍ମେକ୍ସ ସହ ସହବନ୍ଧନ କରୁଛି । କ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରୋସôାହନ ଦେବା ଉଦେ୍ଧଶ୍ୟରେ ନାଲ୍କୋ ପକ୍ଷରୁ ଆଲୁମିନିୟମ୍ ଇନ୍ଗଟ୍ ଯୋଗାଣ ଏବଂ ସେମାନଙ୍କ ଠାରୁ ଉପôାଦ ଆଣି ମାର୍କେଟିଂ କରିବା ପାଇଁ ଏକ କ୍ୟାସ୍ ଲେସ୍ ମଡେଲ୍ ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ଓଡ଼ିଶାରେ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ବିକାଶ ସାଧନ ହେବା ସହ ବ୍ୟବସାୟିକ ପରିବେଶର ଅଭିବୃଦ୍ଧି ଘଟିବ ।
ନାଲ୍କୋ ସମୂଦାୟକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇ ଡଃ ଚାନ୍ଦ ନାଲ୍କୋର ଆଗାମୀ ପ୍ରକଳ୍ପ ଏବଂ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ମୁଖ୍ୟାଂଶ
ଉପôାଦନ :
• ଉଡ୍ ମ୍ୟାକେନ୍ଜି ରିପୋର୍ଟ୍ ଅନୁସାରେ ଗତ ୨ ବର୍ଷ (୨୦୧୬ ଓ ୨୦୧୭) ଧରି ନାଲ୍କୋ ସର୍ବନିମ୍ନ ବ୍ୟୟରେ ଆଲୁମିନା ଉପôାଦନକାରୀର ମାନ୍ୟତା ହାସଲ କରିଛି ।
• ଉଡ୍ ମ୍ୟାକେନ୍ଜି ରିପୋର୍ଟ୍ ଅନୁସାରେ ୨୦୧୭ ମସିହାରେ ନାଲ୍କୋର ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣି ସର୍ବନିମ୍ନ ବ୍ୟୟରେ ଉପôାଦନକାରୀ ଖଣି ଭାବେ ସମଗ୍ର ବିଶ୍ୱରେ ମାନ୍ୟତା ହାସଲ କରିଛି । ୨୦୧୮-୧୯ ଆର୍ଥôକ ବର୍ଷରେ ଏ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କରିବା ଲକ୍ଷ୍ୟ ରହିଛି ।
• କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପଂଚପଟ୍ଟମାଳୀ ଖଣିର ନର୍ଥ୍-ସେଂଟ୍ରାଲ୍ ବ୍ଲକ୍ କ୍ଷମତାର ୧୦୦ ପ୍ରତିଶତ ଉପଯୋଗ କରି ୬୮.୨୫ ଲକ୍ଷ ଟନ୍ ଉପôାଦନ କରିଛି ।
୨୦୧୭-୧୮ ଆର୍ଥôକ ବର୍ଷର ଚତୁର୍ଥ ତ୍ରୈମାସିକୀରେ ପଂଚପଟ୍ଟମାଳୀ ଖଣିର ଦକ୍ଷିଣ ବ୍ଲକ୍ରୁ ବକ୍ସାଇଟ୍ ପରିବହନ ଆରମ୍ଭ ହୋଇଛି । ଦକ୍ଷିଣ ବ୍ଲକ୍ରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ପରିବହନ ହୋଇଛି । ଏଥି ସହିତ ସମୂଦାୟ ୭୦.୨୫ ଲକ୍ଷ ମେଟ୍ରିକ୍ ଟନ୍ ବକ୍ସାଇଟ୍ ଖନନ ହୋଇଛି, ଯାହା କି ଏଯାବତ୍ ସର୍ବାଧିକ ।
• ଆଲୁମିନା ରିଫାଇନେରୀ ଏହାର ୧୦୦ ପ୍ରତିଶତ ନର୍ମେଟିଭ୍ କ୍ଷମତା (୨୧ ଲକ୍ଷ ମେଟ୍ରିକ୍ ଟନ୍) ର ଉପଯୋଗ କରି ୨୧.୦୬ ଲକ୍ଷ ମେଟ୍ରିକ୍ ଟନ୍ ଆଲୁମିନା ହାଇଡ୍ରେଟ୍ ଉପôାଦନ କରିଛି । ଷ୍ଟିମ୍ ଜେନେରେଟର୍ ପ୍ଲାଂଟ୍ର ପଂଚମ ଟର୍ବୋ ଜେନେରେଟର୍କୁ କାର୍ଯ୍ୟକ୍ଷମ କରାଯାଇଛି ।
• ଆଲୁମିନିୟମ୍ ସ୍ମେଲ୍ଟର୍ର ଉପôାଦନ ପରିମାଣ ଗତ ୫ ପର୍ଷ ମଧ୍ୟରେ ବୃଦ୍ଧି ପାଉଛି ଏବଂ ଗତ ବର୍ଷ ତୁଳନାରେ ୯.୮ ପ୍ରତିଶତ ବୃଦ୍ଧି ପାଇ ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ୪.୨୬ ଲକ୍ଷ ମେଟ୍ରିକ୍ ଟନ୍ କାଷ୍ଟ୍ ମେଟାଲ୍ ଉପôାଦନ କରିଛି ।
• ସିପିପିରୁ ସମୂଦାୟ ବିଦୁ୍ୟତ ଉପôାଦନ ଗତ ବର୍ଷ ତୁଳନାରେ ୭.୯ ପ୍ରତିଶତ ବୃଦ୍ଧି ପାଇ ୬,୫୪୭ ନିୟୁତ ୟୁନିଟ୍ ହୋଇଛି ।
• ପବନ ଚାଳିତ ବିଦୁ୍ୟତ ଶକ୍ତି : ଦେଶରେ ଥିବା ୪ଟି ପବନଚାଳିତ ବିଦୁ୍ୟତ ଶକ୍ତି ଉପôାଦନ କେନ୍ଦ୍ରରୁ ୨୫୨ ନିୟୁତ ୟୁନିଟ୍ ବିଦୁ୍ୟତ ଉପôାଦନ ହୋଇଛି, ଯାହା କି ଗତ ବର୍ଷ ତୁଳନାରେ ୨୨ ପ୍ରତିଶତ ଅଧିକ ।
• କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ପଂଚପଟ୍ଟମାଳୀ ବକ୍ସାଇଟ୍ ଖଣିକୁ ଖଣି ମନ୍ତ୍ରାଳୟ ପକ୍ଷରୁ ୫ ଷ୍ଟାର୍ ରେଟିଂ ମିଳିଛି ।
• ମାନ୍ୟବର ରାଷ୍ଟ୍ରପତିଙ୍କ ଠାରୁ ନବରତ୍ନ ଓ ମହାରତ୍ନ ବର୍ଗରେ ସ୍କୋପ୍ ଆୱାର୍ଡ୍ ଅଫ୍ ଏକ୍ସିଲେନ୍ସ ଏବଂ ସ୍କୋପ୍ ମେରିଟୋରିଅସ୍ ଆୱାର୍ଡ୍ ଫର୍ ସିଏସ୍ଆର୍ ହାସଲ ।
• ୨୦୧୭ ବର୍ଷ ପାଇଁ ବୁ୍ୟରୋ ଅଫ୍ ଏନର୍ଜୀ ଏଫିସିଏନ୍ସୀ (ବି.ଇ.ଇ) ପକ୍ଷରୁ ଆଲୁମିନିୟମ୍ ଉଦ୍ୟୋଗରେ ନ୍ୟାସନାଲ୍ ଏନର୍ଜୀ କନର୍ଜଭେସନ୍ ପୁରସ୍କାର ।
ଆର୍ଥିକ ଫଳାଫଳ :
• ଗତ ବର୍ଷର ନିଟ୍ ଲାଭ ୬୬୯ କୋଟି ଟଙ୍କା ନିଟ୍ ଲାଭ ତୁଳନାରେ ୨୦୧୭-୧୮ ଆର୍ଥôକ ବର୍ଷରେ ନାଲ୍କୋ ୧୩୪୨ କୋଟି ଟଙ୍କାର ନିଟ୍ ଲାଭ ଅର୍ଜ୍ଜନ କରିଛି, ଯାହାକି ବିଗତ ୧୦ ବର୍ଷରେ ସର୍ବାଧିକ ।
• ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୂଦ୍ରା ଅର୍ଜ୍ଜନକାରୀ କେନ୍ଦ୍ରୀୟ ଲୋକଉଦ୍ୟୋଗ ଭାବେ ମାନ୍ୟତା ହାସଲ ।
• ଚଳିତ ବର୍ଷ ନିଟ୍ ବିକ୍ରିଲବ୍ଧ ଆୟ ୯,୩୭୭ କୋଟି ଟଙ୍କା ହୋଇଛି (ଏଯାବତ୍ ସର୍ବାଧିକ) । ଗତ ବର୍ଷ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ । ରପ୍ତାନୀଲବ୍ଧ ଆୟ ଏଯାବତ୍ ସର୍ବାଧିକ ୪,୦୭୬ କୋଟି ଟଙ୍କା ହୋଇଛି, ଯାହା କି ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ।
• ୨୦୧୭-୧୮ ବର୍ଷ ପାଇଁ ୯୪ ପ୍ରତିଶତ ଡିଭିଡେଣ୍ଡ୍ ଅର୍ଥାତ୍ ୯୦୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ, ୫୪୭ କୋଟି ଟଙ୍କା ଭାରତ ସରକାରଙ୍କୁ ପ୍ରଦାନ କରାଯାଇଛି । ଏହା କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏ ଯାବତ୍ ସର୍ବାଧିକ ଡିଭିଡେଣ୍ଡ୍ ।
• ୨୦୧୬-୧୭ ବର୍ଷ ସୁଦ୍ଧା କମ୍ପାନୀ ପକ୍ଷରୁ ଟିକସ, କର, ରୟାଲ୍ଟୀ, ଡିଭିଡେଣ୍ଡ୍ ଆଦି ବାବଦକୁ ସମୂଦାୟ ୨୭,୪୪୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ, ୨୧,୫୫୨ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଏବଂ ୫,୯୧୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଦିଆଯାଇଛି ।
• କ୍ୟାପେକ୍ସ : ଗତ ୩ ବର୍ଷରେ କ୍ୟାପେକ୍ସ ବ୍ୟୟ କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ରେ କ୍ୟାପେକ୍ସ୍ ଗତ ବର୍ଷ ତୁଳନାରେ ୨୩.୫ ପ୍ରତିଶତ ଅଧିକ ହୋଇଛି ।
ଅଭିବୃଦ୍ଧି ଯୋଜନା :
କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ :
• କୋରାପୁଟର ଦାମନଯୋଡ଼ି ଠାରେ ଥିବା ଆଲୁମିନା ରିଫାଇନେରୀରେ ବାର୍ଷିକ ୧ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପଂଚମ ଷ୍ଟ୍ରିମ୍ ଆଲୁମିନା ରିଫାଇନେରୀ ସ୍ଥାପନା । ପ୍ରସ୍ତାବିତ ପ୍ରକଳ୍ପ ବ୍ୟୟ : ୫,୫୪୦ କୋଟି ଟଙ୍କା । ଏପ୍ରିଲ୍ ୨୦୨୧ ସୁଦ୍ଧା କାର୍ଯ୍ୟ ସମାପ୍ତି ହେବାର ସମ୍ଭାବନା ।
• କୋରାପୁଟରେ ପଟାଙ୍ଗୀ ବକ୍ସାଇଟ୍ ଖଣିର ବିକାଶ । ପ୍ରକଳ୍ପ ବ୍ୟୟ ପଂଚମ ଷ୍ଟ୍ରିମ୍ ଆଲୁମିନା ରିଫାଇନେରୀ ପ୍ରକଳ୍ପରେ ଅନ୍ତର୍ଭୂକ୍ତ । ଏପ୍ରିଲ୍ ୨୦୨୨ ସୁଦ୍ଧା କାର୍ଯ୍ୟ ସମାପ୍ତି ସମ୍ଭାବନା ।
• ଅନଗୁଳରେ ଉକôଳ ଡି ଓ ଇ କୋଲ୍ ବ୍ଲକ୍ର ବିକାଶ । ପ୍ରସ୍ତାବିତ ପ୍ରକଳ୍ପ ବ୍ୟୟ : ୫୩୪ କୋଟି ଟଙ୍କା । ଉକôଳ ଡି ବ୍ଲକ୍କୁ ୨୦୧୯-୨୦ ଆର୍ଥôକ ବର୍ଷ ଏବଂ ଉକôଳ ଇ ବ୍ଲକ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ କାର୍ଯ୍ୟକ୍ଷମ କରିବାର ଯୋଜନା ।
• ଅପଷ୍ଟ୍ରିମ୍ ଇଂଟିଗ୍ରେସନ୍ : ଗୁଜୁରାଟ ଆଲ୍କାଲିଜ୍ ଆଣ୍ଡ୍ କେମିକାଲ୍ସ (ଜିଏସିଏଲ୍) ସହ ମିଳିତ ଭାବେ ଗୁଜୁରାଟର ଦହେଜ ଠାରେ ବାର୍ଷିକ ୨.୭ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ କଷ୍ଟିକ୍ ସୋଡା ପ୍ରକଳ୍ପ । ପ୍ରସ୍ତାବିତ ପ୍ରକଳ୍ପ ବ୍ୟୟ : ୧,୯୯୯ କୋଟି ଟଙ୍କା । ୨୦୨୦ ରେ ଶେଷ ହେବା ସମ୍ଭାବନା ।
• ଡାଉନଷ୍ଟ୍ରିମ୍ ଇଂଟିଗ୍ରେସନ୍ : ଇଡ୍କୋ ସହ ମିଳିତ ଭାବେ ଅନଗୁଳ ଠାରେ ଅନଗୁଳ ଆଲୁମିନିୟମ୍ ପାର୍କ୍ ପ୍ରତିÂା । ସମ୍ଭାବିତ ପ୍ରକଳ୍ପ ବ୍ୟୟ : ୧୦୦ କୋଟି ଟଙ୍କା । ୨୦୧୯-୨୦ ଆର୍ଥôକ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ସମ୍ଭାବନା ।
• ଉଚ୍ଚ ମୂଲ୍ୟଯୁକ୍ତ ଉପôାଦ ପାଇଁ ଅନଗୁଳ ଠାରେ ସ୍ଥିତ ସ୍ମେଲ୍ଟର୍ ପ୍ଲାଂଟ୍ରେ ବାର୍ଷିକ ୬୦,୦୦୦ ଏମ୍ଟି କ୍ଷମତାବିଶିଷ୍ଟ ଆଲୁମିନିିୟମ୍ ୱାୟାର୍ ରଡ୍ ପ୍ରକଳ୍ପ ପ୍ରତିÂା । ସମ୍ଭାବିତ ପ୍ରକଳ୍ପ ବ୍ୟୟ : ୧୩୧ କୋଟି ଟଙ୍କା । ସେପ୍ଟେମ୍ବର ୨୦୧୯ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ସମାପ୍ତ ହେବା ଯୋଜନା ।
• ନବୀକରଣ ଯୋଗ୍ୟ ଶକ୍ତି ପ୍ରକଳ୍ପ : ତାମିଲନାଡୁରେ ୨୫ ମେଗାୱାଟ୍ କ୍ଷମତାବିଶିଷ୍ଟ ୨ଟି ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପର ପ୍ରତିÂା । ୩୧୦ କୋଟି ଟଙ୍କାର ସମ୍ଭାବ୍ୟ ବ୍ୟୟ । ପ୍ରଥମ ପ୍ରକଳ୍ପ ୨୦୧୮-୧୯ ଆର୍ଥôକ ବର୍ଷ ଏବଂ ଦ୍ୱିତୀୟ ପ୍ରକଳ୍ପ ୨୦୧୯-୨୦ ଆର୍ଥôକ ବର୍ଷରେ କାର୍ଯ୍ୟକ୍ଷମ ହେବା ସମ୍ଭାବନା ।
• ଦକ୍ଷତାରେ ଉନ୍ନତି ପାଇଁ ପ୍ରକଳ୍ପ : ଆଲୁମିନା ରିଫାଇନେରୀର ୧,୨,୩ ଷ୍ଟ୍ରିମ୍ରେ ସେଟ୍ଲର୍-ୱାଶର ବଦଳରେ ଏଚ୍ଆର୍ଡି-ଡିସିଡବ୍ଲୁ୍ୟ ପ୍ରତିÂା ଯଦ୍ୱାରା କି ଦକ୍ଷତାରେ ଉନ୍ନତି ହୋଇପାରିବ । ପ୍ରସ୍ତାବିତ ବ୍ୟୟ : ୩୫୫ କୋଟି ଟଙ୍କା । ୨୦୨୦-୨୧ ଆର୍ଥôକ ବର୍ଷରେ କାର୍ଯ୍ୟ ସମାପ୍ତି ସମ୍ଭାବନା ।
ପ୍ରସ୍ତାବିତ ପ୍ରକଳ୍ପ
• ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ଟନ୍ କ୍ଷମତାବିଶିଷ୍ଟ ବ୍ରାଉନ୍ଫିଲ୍ଡ୍ ଆଲୁମିନିୟମ୍ ସ୍ମେଲ୍ଟର୍
• ଓଡ଼ିଶାରେ ୬ ଲକ୍ଷ ଟନ୍ କ୍ଷମତାବିଶିଷ୍ଟ ଗ୍ରୀନ୍ଫିଲ୍ଡ୍ ଆଲୁମିନିୟମ୍ ସ୍ମେଲ୍ଟର୍
• ଅନଗୁଳ ଠାରେ ୧୩୨୦ ମେଗାୱାଟ୍ କ୍ଷମତାବିଶିଷ୍ଟ ତାପଜ ବିଦୁ୍ୟତ କେନ୍ଦ୍ର
• ରୋଲ୍ଡ ପ୍ରଡକ୍ଟ୍ / ଫଏଲ୍ / ହ୍ୱିଲ୍ / ଏକ୍ସଟ୍ରୁଜନ୍ ଆଦି ପାଇଁ ଡାଉନଷ୍ଟ୍ରିମ୍ ୟୁନିଟ୍ସମୂହ ପ୍ରତିÂା
• ବିଦେଶରେ ଷ୍ଟ୍ରାଟେଜିକ୍ ମେଟାଲ୍ର ଚିହ୍ନଟ, ଅଧିଗ୍ରହଣ, ବିକାଶ ଏବଂ ପ୍ରକ୍ରିୟାକରଣ ନିମନ୍ତେ ଏଚ୍ସିଏଲ୍ ଏବଂ ଏମ୍ଇସିଏଲ୍ ସହ ମିଳିତ ଭାବେ କାବିଲ୍ (ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍)
• ପ୍ରତିରକ୍ଷା, ଏରୋସ୍ପେସ୍, ଅଟୋମୋଟିଭ୍ ଏବଂ ପରିବହନ କ୍ଷେତ୍ରରେ ଆବଶ୍ୟକୀୟ ହାଇ-ଏଣ୍ଡ୍ ଆଲୁମିନିୟମ୍ ଆଲୟର ଉପôାଦନ ପାଇଁ ମିଧାନୀ ସହ ମିଳିତ ଉଦ୍ୟୋଗ ।
• ଓଡ଼ିଶାରେ ଏନ୍ଆଇଏନ୍ଏଲ୍ ସହ ମିଳିତ ଭାବେ ସିଟି ପିଚ୍ ପ୍ରକଳ୍ପ
କର୍ପୋରେଟ୍ ପ୍ଲାନ୍ :
• ବଜାରର ଆହ୍ୱାନର ସମ୍ମୁଖୀନ ହୋଇ କମ୍ପାନୀର ସ୍ଥିତି ସୁଦୃଢ କରିବା ଉଦେ୍ଧଶ୍ୟରେ ଜାନୁୟାରୀ ୨୦୧୮ ଠାରୁ ଏକ ନୂତନ କର୍ପୋରେଟ୍ ପ୍ଲାନ୍ର ପ୍ରଣୟନ କରାଯାଇଛି । ଏଥିରେ ୩ ବର୍ଷର ଆକ୍ସନ୍ ପ୍ଲାନ୍, ୭ ବର୍ଷର ଷ୍ଟ୍ରାଟେଜୀ ଏବଂ ୧୫ ବର୍ଷିଆ ଲକ୍ଷ୍ୟ ରହିଛି । କମ୍ପାନୀକୁ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ବଜାରରେ ଖଣି, ଧାତୁ ଏବଂ ଶକ୍ତି କ୍ଷେତ୍ରରେ ଉପସ୍ଥିତି ଥିବା ଏକ ପ୍ରତିÂିତ ଏବଂ ସମନ୍ୱିତ ଆଲୁମିନିୟମ୍ ଉପôାଦନକାରୀ ଭାବେ ପରିଚୟ ଆଣିଦେବା ଏହି କର୍ପୋରେଟ୍ ପ୍ଲାନ୍ର ଲକ୍ଷ୍ୟ ।
• ଏହି କର୍ପୋରେଟ୍ ପ୍ଲାନ୍ରେ, ୨୦୨୪ ଏବଂ ୨୦୩୨ ବର୍ଷ ସୁଦ୍ଧା ଯଥାକ୍ରମେ ୧୮,୧୭୧ କୋଟି ଟଙ୍କା ଏବଂ ୩୧,୨୪୮ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ରୋଡ୍ମ୍ୟାପ୍ ଉଲ୍ଲିଖିତ ହୋଇଛି ।
ଗବେଷଣା ଓ ବିକାଶ
• ୨୦୧୭-୧୮ ଆର୍ଥôକ ବର୍ଷରେ ନାଲ୍କୋ ନାମରେ ୪ଟି ପ୍ୟାଟେଂଟ୍ ପଂଜୀକୃତ ହୋଇଛି । ଏଯାବତ୍, ସମୂଦାୟ ୩୫ଟି ପ୍ୟାଟେଂଟ୍ ଫାଇଲ୍ ହୋଇଛି । ସେଥିରୁ, ୧୫ଟିକୁ ମଂଜୁରୀ ମିଳିଛି ଏବଂ ୫ଟି କୁ ବ୍ୟବସାୟିକ ସ୍ତରରେ କାର୍ଯ୍ୟାନ୍ୱିତ କରାଯାଇଛି ।
• ବିଶ୍ୱରେ ପ୍ରଥମ ଥର ପାଇଁ ସ୍ମେଲ୍ଟର୍ରୁ ନିର୍ଗତ ପାଣିରୁ ଫ୍ଲୋରାଇଡ୍ ଦୂର କରିବା ପାଇଁ ନାନୋ ଆଧାରିତ ଏମ୍ରିଅନ୍ ଟେକ୍ନୋଲୋଜୀର ଡିଫ୍ଲୋରିଡେସନ୍ ପ୍ଲାଂଟ୍ ପ୍ରତିÂିତ ହୋଇଛି ଏବଂ ଏହାକୁ ବ୍ୟବସାୟିକ ସ୍ତରରେ ବିକଶିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
• ବର୍ଜ୍ୟ ବସ୍ତୁରୁ ସାଧନ ପ୍ରସ୍ତୁତି : ସ୍ପେଂଟ୍ ଲିକର୍ରୁ ଗାଲିଅମ୍ ଏବଂ ରେଡ୍ ମଡ୍ରୁ ଆଇରନ୍ ଆଦି ନିଷ୍କାସନ ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଛି ।

କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ : ସାଧନରୁ କଲ୍ୟାଣ
୨୦୧୭-୧୮ ଆର୍ଥôକ ବର୍ଷରେ ସିଏସ୍ଆର୍ କ୍ଷେତ୍ରରେ ଧାର୍ଯ୍ୟ ହୋଇଥିବା ୨୭.୮୮ କୋଟି ଟଙ୍କା ତୁଳନାରେ ୨୯ କୋଟି ଟଙ୍କା ବ୍ୟୟ ହୋଇଛି ।
ସ୍ୱାସ୍ଥ୍ୟ ସେବା ଦିଗରେ ୨ଟି ଚିକିସôାଳୟ ଏବଂ ୮ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର, ପାରିପାର୍ଶ୍ବିକ ଅଂଚଳର ଜନସାଧାରଣଙ୍କ ପାଇଁ ଉପଲବ୍ଧ । ଅନଗୁଳରେ ଆଧୁନିକ ଚକ୍ଷୁ ଚିକିସôାଳୟ ପ୍ରତିÂା କାର୍ଯ୍ୟ ଚାଲୁଅଛି । ଏମ୍ସ, ଭୁବନେଶ୍ୱରରେ ରାତ୍ରି ଆଶ୍ରୟ ସ୍ଥଳ ପ୍ରତିÂା ପାଇଁ ପଦକ୍ଷେପ ଗ୍ରହଣ ।
ନୂତନ ପ୍ରକଳ୍ପ:
• ଇନ୍ଦ୍ରଧନୁଷ : କୋରପୁଟର ମାଓପ୍ରବଣ ଗ୍ରାମଗୁଡ଼ିକରୁ ଏଯାବତ୍ ୮୫୫ ଜଣ ଗରୀବ ଓ ଆଦିବାସୀ ଶିଶୁଙ୍କୁ ମାଗଣା ଆବାସିକ ଶିକ୍ଷା ପ୍ରଦାନ ।
• ବେଟୀ ବଚାଓ, ବେଟୀ ପଢାଓ : ନାଲ୍କୋର ଅଲିଅଳୀ ଝିଅ ଯୋଜନା : ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୨୭୭ ଜଣ ମେଧାବୀ ଛାତ୍ରୀଙ୍କୁ ସହାୟତା ପ୍ରଦାନ । ଏହି ଯୋଜନାକୁ ସର୍ବଭାରତୀୟ ସ୍ତରରେ କାର୍ଯ୍ୟାନ୍ୱିତ କରିବାର ଯୋଜନା ।
• ଓଡିଏଫ୍ ଗ୍ରାମ : କୋରାପୁଟ ଜିଲ୍ଲାର ୨ ଟି ଗ୍ରାମରେ ଏହି କାର୍ଯ୍ୟ ସମାପ୍ତ ହୋଇଛି । ଅନଗୁଳ ଓ କୋରାପୁଟର ଆଉ ୯ଟି ଗ୍ରାମକୁ ଓଡିଏଫ୍ ଗ୍ରାମରେ ପରିଣତ କରିବା ପାଇଁ ଯୋଜନା ।
• ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର : ଅନଗୁଳରେ ୫ଟି ଏବଂ ଦାମନଯୋଡ଼ିରେ ୪ଟି କେନ୍ଦ୍ର ଦ୍ୱାରା ଲକ୍ଷାଧିକ ଜନସାଧାରଣ ଉପକୃତ ।
• ପ୍ରଧାନମନ୍ତ୍ରୀଙ୍କ ଆଇକନିକ୍ ତୀର୍ଥସ୍ଥଳୀ ବିକାଶ କାର୍ଯ୍ୟକ୍ରମ :
– ଜଗନ୍ନାଥ ମନ୍ଦିର ଏବଂ ପରିପାଶ୍ୱର୍ରେ ଭିତିଭୂମି ବିକାଶ ଏବଂ ସ୍ୱଚ୍ଛତା ରକ୍ଷା ପାଇଁ ୧୩ଟି ପ୍ରକଳ୍ପ ହାତକୁ ନିଆଯାଇଛି ।
– ଜଗନ୍ନାଥ ମନ୍ଦିରରେ ଏଲ୍ଇଡି ଆଲୋକ ଦ୍ୱାରା ମନ୍ଦିର ପରିସରକୁ ସମ୍ପୂର୍ଣ୍ଣ ଆଲୋକିତ କରାଯାଇଛି । ଭି.ଆଇ.ପି. ରୋଡ୍ର ଉଭୟ ପାଶ୍ୱର୍ରେ ଜଗନ୍ନାଥ ସଂସ୍କୃତି ଆଧାରିତ ଚିତ୍ରକଳାରେ ସୁସଜ୍ଜିତ କରାଯାଇଛି ।
– ଇକୋ-ଟୁରିଜିମ୍କୁ ଉସôାହିତ କରିବା ନିମନ୍ତେ ଗାନ୍ଧୀ ପାର୍କ୍ର ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ କରାଯାଇଛି ।
– ପୁରୀର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସଂଗ୍ରହାଳୟର ନବୀକରଣ ପାଇଁ ବ୍ୟବସ୍ଥା କରାଯାଉଛି ।
– ବରିÂ ନାଗରିକ, ଦିବ୍ୟାଙ୍ଗ ଏବଂ ରୋଗୀ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ପୁରୀ ରେଲ୍ୱେ ଷ୍ଟେସନ୍ରେ ମାଗଣା ବ୍ୟାଟେରୀଚାଳିତ ଯାନ ସେବା ପ୍ରଦାନ କରାଯାଇଛି ।
• ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ପଦକ୍ଷେପ
– ଦକ୍ଷତା ବିକାଶ ପରେ ୪୨୮ ଜଣ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି ।
– ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ନିମନ୍ତେ ଏକ ସେଂଟର୍ ଅଫ୍ ଏକ୍ସିଲେନ୍ସ ପ୍ରତିÂା କରାଯାଉଛି ।

Share in top social networks!
Powered By Indic IME