ଏନ୍ଡିଡିବି ଓଡ଼ିଶାର ଚାଷୀଙ୍କୁ ଜାତୀୟ ଦୃଶ୍ୟପଟ୍ଟ ପାଇଁ ପ୍ରସ୍ତୁତ କରୁଛି ମଦର ଡେରିର ସଫଲ୍ ଓଡ଼ିଶାର ଚାଷୀଙ୍କ ପାଇଁ ଶକ୍ତି

ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନ୍ଡିଡିବି) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହା “ସଶକ୍ତ ଚାଷୀ’ କାର୍ଯ୍ୟକ୍ରମର ସଂପ୍ରସାଣ କରିବ ଯାହାର ଅଂଶ ସ୍ୱରୂପ ମଦର ଡେରିର ସଫଲ୍ ଜରିଆରେ ଭଲ ଚାଷ ପଦ୍ଧତିର ପ୍ରବର୍ତନ କରି ସେମାନଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଅଣାଯିବ ଓ ସେମାନଙ୍କୁ ଦିଲ୍ଲୀ ସମେତ ଜାତୀୟ ବଜାର ହାସଲ କରିବାର ସୁବିଧା ଯୋଗାଇ ଦିଆଯିବ ।
ଏନ୍ଡିଡିବି ଆନୁକୂଲ୍ୟରେ ମଦର ଡେରିର ଉଦ୍ୟାନ କୃଷି ବ୍ରାଣ୍ଡ୍ ସଫଲ୍ ପକ୍ଷରୁ ସାତଟି ଜିଲ୍ଲାରେ ଫଳ ଓ ପନିପରିବା ସଂଗ୍ରହ କରିବା ପାଇଁ ଚାଷୀଙ୍କ ସଂଖ୍ୟା ଦୁଇ ଗୁଣ ବଢ଼ାଇ ୨୦୦୦ ଚାଷୀଙ୍କ ପାଖରେ ପହଂଚି ସେମାନଙ୍କ ଉପôାଦିତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ନିଶ୍ଚିତ କରିବ ଓ ସାରା ଦେଶରେ ସେମାନଙ୍କୁ ସଂଗଠିତ ବଜାରର ସ୍ୱାଦ ପ୍ରଦାନ କରିବ । ଭୁବନେଶ୍ୱର ଠାରେ ଏକ କେନ୍ଦ୍ରୀୟ ପ୍ରକ୍ରିୟାକରଣ ବ୍ୟବସ୍ଥା ସ୍ଥାପନ କରିବା ନିମନ୍ତେ ଜମି ଯୋଗାଇ ଦେବା ପାଇଁ ମଧ୍ୟ ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆମେ ଜଣାଇଛୁ ଯାହା ଆମକୁ ଚାଷୀମାନଙ୍କଠାରୁ ଶ୍ରେÂ ମୂଲ୍ୟରେ ଆଣି ରାଜ୍ୟ ଭିତରେ ବୈଜ୍ଞାନିକ ଓ ପରିମଳ ବ୍ୟବସ୍ଥା ଭିତରେ ଫଳ ଓ ପନିପରିବା ସଂଗ୍ରହ ଓ ପ୍ରକ୍ରି୍ରୟାକରଣରେ ସହାୟକ ହେବ । ଏହା ସହିତ ମଦର ଡେରି ପକ୍ଷରୁ ଗ୍ରାହକମାନଙ୍କୁ ତିନି ଶ୍ରେଷ୍ଟ ଉପାୟରେ ସେବା ପ୍ରଦାନ କରାଯାଉଛି । ତାହା ହେଉଛି-ଡିଜିଟାଲ୍ ଇଲେକ୍ଟ୍ରୋନିକ୍ସ ମାପ ଓଜନ, ଶ୍ରେÂ ମୂଲ୍ୟ ଓ ଗୁଣାତ୍ମକ ସାମଗ୍ରୀ ।
ଏହି ଅବସରରେ ଶ୍ରୀଯୁକ୍ତ ଦିଲ୍ଲୀପ ରଥ, ଅଧ୍ୟକ୍ଷ, ଜାତୀୟ ଦୁଗ୍ଧ ବିକାଶ ବୋର୍ଡ କହିଛନ୍ତି ଯେ, “ଚାଷୀମାନଙ୍କ ପାଖରେ ଥିବା ସୁଯୋଗ ଓ ସେମାନଙ୍କ ସାମଗ୍ରୀକୁ ନଜରରେ ରଖି ୨୦୧୫ରେ ଆମେ ଛୋଟ ଆରମ୍ଭ କରିଥିଲୁ । ଏନ୍ଡିଡିବି ଯାହାର ଦୀର୍ଘ ଛଅ ଦଶକର ସଫଳତା ଧାରା ରହିଛି ତାହା ମଦର ଡେରିର “ଲୁକ୍ ଇଷ୍ଟ୍ ପଲିସି’ର ଅଂଶ ସ୍ୱରୂପ ଓଡ଼ିଶା ଉପରେ ଗୁରୁତ୍ୱ ଦେଉଛି । ଆମ ରଣନୀତିର ଦୁଇଟି ଦିଗ ରହିଛି । ଆମେ ବଢ଼ିବା ବେଳେ ଓଡ଼ିଶାର ଶ୍ରେÂ ଉପôାଦିତ ସାମଗ୍ରୀଗୁଡ଼ିକୁ ଆମ ଆଉଟଲେଟ୍ ଜରିଆରେ ଜାତୀୟ ସ୍ତରରେ ବିକ୍ରି କରୁଛି; ଆମ ଯୋଜନାର କେନ୍ଦ୍ର ବିନ୍ଦୁ ହେଉଛନ୍ତି ଚାଷୀ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇ ଗୁଣା ବଢ଼ାଇବା ପାଇଁ କରାଯାଇଥିବା ଘୋଷଣାର ଜାତୀୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଏନଡିଡିବି ଯୋଗଦାନ ପ୍ରଦାନ କରିବ ।’’
“ପୂର୍ବାଚଂଳ ବିକାଶର ଅଂଶ ସ୍ୱରୂପ ମଦର ଡେରି ପକ୍ଷରୁ ଝାଡ଼ଖଣ୍ଡରେ ଏକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନା ଓ ବିହାରରେ ଏକ ଦୁଗ୍ଧ ସଂଗ୍ରହ ଓ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରାଯାଇଛି । ଓଡ଼ିଶା ଭିତରେ ମଧ୍ୟ ମଦର ଡେରି ଖୁବ୍ଶୀଘ୍ର ଏକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବାକୁ ଯାଉଛି । ସଫଲ୍ର ବର୍ଦ୍ଧିତ କାରବାର ଯୋଗୁଁ ଜାତୀୟ ରାଜଧାନୀର ଲୋକମାନେ ବଡ଼ ଧରଣରେ ଓଡ଼ିଶାର ଆମ୍ବ ଖାଇବାର ସୁଯୋଗ ପାଇବେ । ରାଜ୍ୟର ଗୁଣାତ୍ମକ ଉପôାଦକୁ ଗ୍ରାହକମାନଙ୍କୁ ଉଚିତ ମୂଲ୍ୟରେ ପ୍ରଦାନ କରିବାକୁ ନିଶ୍ଚିତ କରିବା ସହିତ ଚାଷୀଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ହେଉଛି ମଦର ଡେରିର ଦାୟିତ୍ୱ ଯାହା ଉଭୟଙ୍କ ପାଇଁ ଲାଭଦାୟକ ହୋଇଛି । ଏହା ଜରିଆରେ ଆମେ ଭାବୁଛୁ ଯେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ଜାତୀୟ ଲକ୍ଷ୍ୟ ପ୍ରତି ମଦର ଡେରି ନିଜର ଅବଦାନ ପ୍ରଦାନ କରିପାରିବ ।’’
“ମୁଁ କେନ୍ଦ୍ର ସରକାର ଓ ବିଶେଷ କରି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଷୀଙ୍କ ଉନ୍ନତି ପାଇଁ ପଦକ୍ଷେପକୁ ଧନ୍ୟବାଦ ଦେବାକୁ ଚାହୁଁଛି ଯାହାଙ୍କ ଉଦ୍ୟମ ଯୋଗୁ ଜାତୀୟ ତେଲ କଂପାନିଗୁଡ଼ିକର ପେଟ୍ରୋଲ୍ ପମ୍ପ୍ରେ ସଫଲ୍ ଏହାର ମାର୍କେଟିଂ ଷ୍ଟୋର୍ ଖୋଲିବାର ସୁଯୋଗ ପାଇଛି । ଚାଷୀମାନେ ସଂଗ୍ରହ ସଂଗଠନ ଗଠନ କରିଛନ୍ତ ଓ ଏନଡିଡିବି କେବଳ ତାହାର ଲାଭ ପାଇବ ନାହିଁ ବରଂ ଏହାର ଆଉଟରିଚ୍ କାର୍ଯ୍ୟକ୍ରମ ଜରିଆରେ ଏଭଳି ଅଧିକ ଏଫ୍ପିଓ ସୃଷ୍ଟି କରିବ ।’’
ଏହି ରଣନୀତି ଉପରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଡକ୍ଟର ସୌଗତ ମିତ୍ର, ନିର୍ଦେଶକ, ମଦର ଡେରି ଫ୍ରୁଟ୍ ଆଣ୍ଡ ଭେଜିଟେବଲ୍ ଲିମିଟେଡ୍ କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ଓଡ଼ିଶାରୁ ଏଫ୍ଆଣ୍ଡଭି ସଂଗ୍ରହ ବଢ଼ାଇବା ପାଇଁ ଚାଷୀଙ୍କ ସହ ସମ୍ପର୍କକୁ ସୁଦୃଢ଼ କରିବା । ଚାଷ କ୍ଷେତରେ ଆମର ହସ୍ତକ୍ଷେପର ଲାଭ ମିଳିବା ଆରମ୍ଭ ହୋଇଗଲାଣି ଓ ଚାଷୀ ଗୋÂୀର ବଡ଼ ଧରଣର ଲାଭ ପାଇଁ ଆମେ ଚାଷୀଙ୍କ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛୁ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୦୦୦ ଅଧିକ ଚାଷୀଙ୍କୁ ଆମ ନେଟୱର୍କରେ ସାମିଲ କରିବାକୁ ଆମେ ଯୋଜନା ରଖିଛୁ, ଯାହା ଆମକୁ ରାଜ୍ୟରୁ ସଂଗ୍ରହକୁ ସୁଦୃଢ଼ କରିବାରେ ସହାୟକ ହେବ । କ୍ଷେତ ଉପôାଦିତ ଫସଲ କ୍ଷୟଶୀଳ ହୋଇଥିବାରୁ ଆମର ପ୍ରାଥମିକତା ହେଉଛି ଏକ ସ୍ଥାନୀୟ ଖୁଚୁରା ନେଟୱର୍କ ସ୍ଥାପନ କରିବା ଓ ପରେ ଜାତୀୟ ବିକ୍ରି ଆଉଟ୍ଲେଟ୍ ଗ୍ରିଡ୍ରେ ଯୋଡ଼ିବା ।’
ସଫଲ୍ ସହିତ କ୍ଷେତ୍ର ଭିତିରେ କାମ କରୁଥିବା ୫୦ ଚାଷୀ ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା ।
ବିଗତ ଚାରି ବର୍ଷରେ ସଫଲ୍ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ପ୍ରକାରର ଆମ୍ବ ଯଥା ଲାଙ୍ଗ୍ରା, ଆମ୍ରପଲି, ଦଶେରୀ ଓ ମଲିକା ଆଦିକୁ ଚାଷୀ ସଂଗଠନ ଜରିଆରେ ମୟୁରଭଂଜ ଓ ଢେ଼ଙ୍କାନାଳରୁ ସଂଗ୍ରହ କରାଯାଉଛି । ଏବେ ଏହା ଛଅଟି ଜିଲ୍ଲାରେ ଆମ୍ବ ସଂଗ୍ରହ ବେସ୍ ସ୍ଥାପନ କରିଛି ଓ ସଂଗ୍ରହ ପରିମାଣ ବଢ଼ାଇବା ପାଇଁ ଏହା ଅନୁଗୁଳ ଓ ଗଂଜାମରେ ସଂଗ୍ରହ ବେସ୍ ସନ୍ଧାନ କରୁଛି ।
“ଚଳିତ ସିଜନ୍ରେ ଓଡ଼ିଶାରୁ ଆମ୍ବ ସଂଗ୍ରହ ପରିମାଣ ୧୫୦ ଟନ୍ରେ ପହଂଚାଇବାକୁ ସଫଲ୍ ଯୋଜନା ରଖିଛି ।’’ ବୋଲି ଡକ୍ଟର ମିତ୍ର କହିଛନ୍ତି ।
ସଫଲ୍ ପକ୍ଷରୁ ମୟୁରଭଂଜ, ଢେ଼ଙ୍କାନାଳ, ନୟାଗଡ଼, କଟକ, ସମ୍ବଲପୁର ଓ ଦେବଗଡ଼ରୁ ତରଭୁଜ, କାକୁଡି, ବାଇଗଣ, ଓକ୍ରା, କଲରା, ପିଆଜ, ବନ୍ଧାକୋବି ଓ ଶାଗ ଆଦି ସଂଗ୍ରହ କରାଯାଉଛି ।
ଓଡ଼ିଶାରେ ସଫଲ୍ର ସଂଗ୍ରହ ନେଟୱର୍କ ଆରମ୍ଭ ହେବା ପରଠାରୁ ଏହି ବ୍ରାଣ୍ଡ୍ ପକ୍ଷରୁ ଏହାର ଏଗ୍ରୋନୋମିକ୍ ହସ୍ତକ୍ଷେପ ଅଭିଯାନ ଜରିଆରେ ଚାଷୀଙ୍କ ପାଇଁ ୧୮ଟି ଅଧିବେଶନ ଆୟୋଜନ କରାଯାଇଛି । ଏହି ଅଧିବେଶନଗୁଡ଼ିକ ମୟୁରଭଂଜ, ଢେ଼ଙ୍କାନାଳ, କନ୍ଧମାଳ, ଗଂଜାମ, କଟକ, ସମ୍ବଲପୁର, ଯାଜପୁର ଓ ଅନୁଗୁଳରେ ଆୟୋଜନ କରାଯାଇଛି ।
ତୈଳ ମାର୍କେଟିଂ କଂପାନି (ଓଏମ୍ସି) ଜରିଆରେ ମଦର ଡେରି ଫ୍ରୁଟ୍ ଆଣ୍ଡ ଭେଜିଟେବଲ୍ ପ୍ରାଇଭେଟ୍ ଲିମିଟେଡ୍ (ଏନ୍ଡିଡିବିର ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା)ର ଏଫ୍ଆଣ୍ଡଭି ରିଟେଲ୍ ଅଭିଯାନରେ ଓଡ଼ିଶାର ଗ୍ରାହକମାନଙ୍କୁ ଗୁଣାତ୍ମକ ଏଫ୍ଆଣ୍ଡ୍ଭି ସୁଲଭ ମୂଲ୍ୟରେ ପ୍ରଦାନ କରିବା ଓ ଏଫ୍ଆଣ୍ଡଭି ଉପôାଦନକାରୀଙ୍କୁ ବଜାର ଲିଙ୍କେଜ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତମାନ, ସଫଲର ଓଡ଼ିଶା ରାଜ୍ୟ (ଭୁବନେଶ୍ୱର ଓ ସମ୍ବଲପୁର)ରେ ୧୭ଟି ଏଫ୍ଆଣ୍ଡଭି ଆଉଟ୍ଲେଟ୍ ରହିଛି ।

Share in top social networks!
Powered By Indic IME