ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ଆଜି

ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟ ଉଦ୍‍ଯାପନ ଦିବସ ପାରାଦୀପରେ ଶୁକ୍ରବାର ଅନୁÂିତ ହେବାକୁ ଯାଉଛି । ଏଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ କାର୍ଯ୍ୟକ୍ରମ ସ୍ଥିରହୋଇଥିଲା ବେଳେ ଦଳର ବହୁ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧିମାନେ ଯୋଗ
ଦେବେ ବୋଲି ଜଣାପଡିଛି । ମହାନଦୀ ପାଇଁ ଜନଜାଗରଣ ସୁରକ୍ଷା ଅଭିଯାନ ପ୍ରଥମେ ମଇ ୧୬ ତାରିଖ ଦିନ ଦକ୍ଷିଣ ପାଶ୍ୱର୍ସ୍ଥିତ ଚିଖିଲି ଓ ବାମପାଶ୍ୱର୍ସ୍ଥିତ ସୁଖାଶୋଡ଼ାରୁ ବାହାରିଥିଲା । ଏହାର ଶୁଭାରମ୍ଭ ଦଳର ସଭାପତି ନବୀନ ପଟ୍ଟନାୟକ କରିଥିଲେ ।

ଗୁରୁବାର ଥିଲା ଜନଜାଗରଣ କାର୍ଯ୍ୟକ୍ରମର ନବମ ଦିନ । ଆଜି ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାଶ୍ୱର୍ ଟିମ୍‍ କାକଟପୁରରୁ ବାହାରି ଶିଖରଘାଟ, ଗରେଇ ଓ ମାଛଗାଁ ଦେଇ ବାଲିକୁଦାରେ ପହଞ୍ଚôବା ପରେ ସେଠାରେ ସାଧାରଣ ସଭା କରାଯାଇଥିଲା । ସେଠାରୁ ଜଗତସିଂହପୁର ଯାଇ ସାଧାରଣ ସଭା ହୋଇଥିଲା ବେଳେ ଗାନ୍ଧିଛକ ଓ ରଘୁନାଥପୁର ଦେଇ ଟିମ୍‍ ତିର୍ତ୍ତୋଲରେ ପହଞ୍ଚôବା ପରେ ସାଧାରଣ ସଭା ଅନୁÂିତ ହୋଇଥିଲା । ବାଟରେ ଗଲାବେଳେ ଶିଖରଘାଟ, ଗରେଇ, ମାଛଗାଁ, ଗାନ୍ଧିଛକ ଓ ରଘୁନାଥପୁରରେ ପଥପ୍ରାନ୍ତ ସଭା କରାଯାଇଥିଲା ।

ଆଜି ତିର୍ତ୍ତୋଲରେ ଜନଜାଗରଣ ଟିମ୍‍ ରାତ୍ର ରହଣୀ କରିବା ପରେ ଆସନ୍ତାକାଲି ପାରାଦୀପ ଅଭିମୁଖେ ଯାତ୍ରା କରିବ । ଆଜି ଅନୁÂିତ ଏକାଧିକ ସାଧାରଣ ସଭା ଓ ପଥପ୍ରାନ୍ତ ସଭାରେ ସାଂସଦ ପ୍ରସନ୍ନ ଆଚର୍ଯ୍ୟ କହିଥିଲେ ଯେ ଆମେ ମାଟି ଓ ପରେ ପାର୍ଟି । ମହାନଦୀ ସୁରକ୍ଷା ପାଇଁ ବିଜୁ ଜନତା ଦଳ ଯେଉଁ ମହାସଂଗ୍ରାମ ଆରମ୍ଭ କରିଛି,
ତାହା ଓଡ଼ିଶାବାସୀଙ୍କ ମହାସଂଗ୍ରାମ । ଏହାକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବାକୁ ଦଳର ସମସ୍ତ ସଦସ୍ୟ ସଂକଳ୍ପବଦ୍ଧ । ଏହିସବୁ ସଭାଗୁଡିକରେ ବିଧାୟକ ସୁରେନ୍ଦ୍ର ସେଠୀ, ପ୍ରଶାନ୍ତ ମୁଦୁଲି, ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ସାଂସଦ କୁଳମଣି ସାମଲ, ଜିଲ୍ଲା ସଭାପତି ବିଷ୍ଣୁଚରଣ ଦାସ, ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର ନିଜ ନିଜର ବକ୍ତବ୍ୟ ପ୍ରଦାନ କରି ମହାନଦୀ ପାଇଁ ଲଢେ଼ଇକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।

ଅନ୍ୟପକ୍ଷରେ ମହାନଦୀ ବାମ ପାଶ୍ୱର୍ରୁ ଦଳର ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବାହାରିଥିବା ଟିମ୍‍ ଆଜି କେନ୍ଦ୍ରାପଡ଼ାରୁ ଇଚ୍ଛାପୁର ଯାଇଥିଲା । ସେଠାରେ ବଳଦେବ ଜୀଉଙ୍କ ପୀଠରେ ସମୂହ ଦୀପଦାନ କରିବା ପରେ ଅଙ୍ଗୁଳେଇ, ଛଘରିଆ, କାନପୁର ଦେଇ ମହାକାଳପଡ଼ା ଅଭିମୁଖେ ଯାତ୍ରାରମ୍ଭ ହୋଇଥିଲା । ପରେ ଏକ ବାଇକ୍‍ ଶୋଭାଯାତ୍ରାରେ ମହାକାଳପଡ଼ାରୁ ମାର୍ଶାଘାଇ ଯାଇ ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟାର୍ପଣ କରାଯିବା ସହିତ ଜୁଣା ବଜାରସ୍ଥିତ ମହାନଦୀ କୂଳରେ ସାଧାରଣ
ସଭା ଅନୁÂିତ ହୋଇଥିଲା । ଏହି ସାଧାରଣ ସଭାରେ ଉପ-ସଭାପତି ଶ୍ରୀ ମିଶ୍ର କହିଥିଲେ ଯେ ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା । ଏହାକୁ ଶୁଖିଲା ହେବାକୁ ଦିଆଯିବ ନାହିଁ । ଆମର ପ୍ରିୟ ନେତା ନବୀନ ପଟ୍ଟନାୟକ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢେ଼ଇ ଜାରି ରଖିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି, ତାହା ପାଳନ କରିବାକୁ ବିଜୁ ଜନତା ଦଳର ସମସ୍ତେ ସଂକଳ୍ପବଦ୍ଧ ।

ଏଥିରେ ଶ୍ରୀ ମିଶ୍ରଙ୍କ ବ୍ୟତୀତ ସାଂସଦ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅତନୁ ସବ୍ୟସାଚୀ ନାୟକ, କିଶୋର ତରାଇ, ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ରାଜ୍ୟ ସଂପାଦକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମହାସଚିବ ଶିଶିର ପରିଜା, ଜିଲ୍ଲା ସଭାପତି ଧୃବ ସାହୁ, କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME