ଏସିଆନ୍ ଚାମ୍ପିଅନ୍ସ ଟ୍ରଫୀରେ ରନର୍ସ୍ ଅପ୍ ଆଖ୍ୟା ହାସଲ କରିଥିବା ଭାରତୀୟ ମହିଳା ହକୀ ଦଳର ଅଧିନାୟିକା ସୁନୀତା ଲାକ୍ରାଙ୍କୁ ନାଲ୍କୋ ଅଧ୍ୟକ୍ଷଙ୍କ ଭୂୟସୀ ପ୍ରଶଂସା

ପଞ୍ଚମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫୀରେ ରନର୍ସ୍ ଅପ୍ ଆଖ୍ୟା ହାସଲ କରିବା ପରେ ଆଜି ଭାରତୀୟ ମହିଳା ହକୀ ଦଳର ଅଧିନାୟିକା ସୁନୀତା ଲାକ୍ରା, ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କୁ ସାକ୍ଷାତ କରି ଟୁର୍ଣ୍ଣାମେଣ୍ଟ୍ରେ ତାଙ୍କର ସଫଳତା ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସହ ଭାରତୀୟ ହକୀ ଦଳର ସଦସ୍ୟା ଦୀପ୍ ଗ୍ରେସ୍ ଏକ୍କା ମଧ୍ୟ ଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ମହିଳା ହକୀ ଦଳର ପ୍ରଦର୍ଶନ ତଥା ରନର୍ସ୍ ଅପ୍ ଟ୍ରଫୀ ହାସଲ ପାଇଁ ଡଃ ଚାନ୍ଦ ସୁନୀତା ଲାକ୍ରାଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଦଳ ଜାପାନ, ଚିନ୍ ଏବଂ ମାଲେସିଆ ଭଳି ଦଳକୁ ହରାଇ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା । ଶେଷରେ, ଫାଇନାଲ୍ ମ୍ୟାଚ୍ରେ କୋରିଆ ଠାରୁ ପରାସ୍ତ ହୋଇ ରନର୍ସ୍ ଅପ୍ ଆଖ୍ୟା ହାସଲ କରିଥିଲା ।
ଏହି ସମ୍ପର୍କରେ ମତ ବ୍ୟକ୍ତ କରି ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଲେ ଯେ କ୍ରୀଡ଼ାରେ ସଫଳତା ଆଣି ବ୍ରାଣ୍ଡ୍ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଏକ ଉଚ୍ଚତର ସ୍ଥାନ ଦେବା ଦିଗରେ ସୁନୀତାଙ୍କ ଉଦ୍ୟମ ପାଇଁ ଆମେ ଗର୍ବିତ । ଉଲ୍ଲେଖଯୋଗ୍ୟ ଯେ ସୁନୀତା ଲାକ୍ରା ନବରତ୍ନ ନାଲ୍କୋର ଏକ ଅଧିକାରୀ ଭାବେ କାର୍ଯ୍ୟରତ ।
ଡଃ ଚାନ୍ଦ ଆହୁରି ମଧ୍ୟ କହିଲେ ଯେ ନାଲ୍କୋ ପରିବାରର ସଦସ୍ୟ ଶ୍ରଦ୍ଧଞ୍ଜଳୀ ସାମନ୍ତରାୟ, ଦେବାଶୀଷ ମହାନ୍ତି, ଶିବସୁନ୍ଦର ଦାସ ଏବଂ ଅନୁରାଧା ବିଶ୍ୱାଳ ଉଭୟ ରାଜ୍ୟ ଏବଂ କମ୍ପାନୀ ପାଇଁ ଗୌରବ ଆଣିଛନ୍ତି । ଓଡ଼ିଶାରେ କ୍ରୀଡ଼ାକୁ ପ୍ରୋସôାହନ ଦେବା ତଥା କ୍ରୀଡ଼ାବିତ୍ଙ୍କୁ ଉସôାହିତ କରିବା ଉଦେ୍ଧଶ୍ୟରେ ନାଲ୍କୋ ଭବିଷ୍ୟତରେ ଅଧିକରୁ ଅଧିକ କ୍ରୀଡ଼ାବିତ୍ଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଯୋଜନା ରଖିଛି ବୋଲି ଡଃ ଚାନ୍ଦ କହିଥିଲେ ।

Share in top social networks!
Powered By Indic IME