ରାଜଭବନରେ କୁଳପତି ସମ୍ମିଳନୀ: ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମୟ ଉପଯୋଗୀ ସଂସ୍କାର ଆଣିବାକୁ ରାଜ୍ୟପାଳଙ୍କ ପରାମର୍ଶ

ଉନ୍ନତ ମାନବ ସଂବଳ ହେଉଛି ଏକ ଜାତିର ଅସଲ ସଂପତ୍ତି । ଏବଂ ଏହାର ନିର୍ମାଣରେ
ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ଏହି ଗୁରୁତ୍ୱପୂଣ୍ଣ ର୍ ଭୂମିକା ନିର୍ବାହରେ ବିଶ୍ୱବିଦ୍ୟାଳୟଗୁଡ଼ିକ
ସମୟର ଆହ୍ୱାନ ଓ ଆବଶ୍ୟକତା ଅନୁସାରେ ନିଜକୁ ରୂପାନ୍ତରିତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ସତ୍ୟ
ପାଲ ମଲିକ ଆହ୍ୱାନ ଦେଇଛନ୍ତି ।
ଆଜି ରାଜଭବନରେ ଆୟୋଜିତ କୁଳପତି ସମ୍ମିଳନୀରେ ଅଧ୍ୟକ୍ଷତା କରି ରାଜ୍ୟପାଳ ଉଚ୍ଚ ଶିକ୍ଷା କ୍ଷେତ୍ରରେ
ସମୟ ଉପଯୋଗୀ ସଂସ୍କାର ଆଣିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଶ୍ୱବିଦ୍ୟାଳୟ ସମ୍ବୁଖୀନ
ହେଉଥିବା ସମସ୍ୟାଗୁଡ଼ିକର ଆଶୁ ସମାଧାନ ଏକାନ୍ତ ଜରୁରୀ । ଅଭିନବ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଶିକ୍ଷାର
ଗୁଣାତ୍ମକ ମାନବୃଦ୍ଧି, ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ସହ ସବୁ କ୍ଷେତ୍ରରେ ସ୍ୱଚ୍ଛତା ଓ ଉତ୍ତରଦାୟୀତ୍ୱକୁ
ଅଗ୍ରାଧିକାର ଦେବା ଦରକାର । ବିଶ୍ୱ ବିଦ୍ୟାଳୟରେ ଅନୁକୂଳ ଶୈକ୍ଷିକ ବାତାବରଣର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ
ଶକ୍ତି ଓ ସାମର୍ଥ୍ୟର ବିକାଶ ନିମନ୍ତେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି । ବିହାର ରାଜ୍ୟ ତୁଳନାରେ ଓଡ଼ିଶାରେ
ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଅପେକ୍ଷାକୃତ ଭଲ ଥିବା ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ ନିୟମିତ
ଛାତ୍ରସଂସଦ ନିର୍ବାଚନ ହେବା ଦରକାର । ଏହା ନୂତନ ନେତୃତ୍ୱର ବିକାଶରେ ସହାୟକ ହୋଇଥାଏ ବୋଲି
ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି । ନିୟମିତ ଉପସ୍ଥାନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ
ବାୟୋମେଟ୍ରିକ୍ ବ୍ୟବସ୍ଥା ପ୍ରଚଳନ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣାକୁ ଜ୍ଞାନ ଓ ଶିକ୍ଷଣ ପ୍ରକ୍ରିୟାରେ ପ୍ରାଧାନ୍ୟ ଦେବା ସହ କ୍ରୀଡ଼ା
ଭିତ୍ତିଭୂମିର ଉନ୍ନତିକରଣ ସହ କ୍ରୀଡ଼ାକୁ ପ୍ରୋସôାହିତ କରିବାକୁ ସମ୍ମିଳନୀରେ ଆଲୋଚନା କରାଯାଇଛି । ନିର୍ଦ୍ଧାରିତ
ସମୟରେ ପରୀକ୍ଷା ପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍ ପ୍ରଦାନ, ଖାଲିଥିବା ପଦବୀ ପୂରଣ ସହ
ଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପେ୍ଲକ୍ସ ନିର୍ମାଣ, ଗବେଷଣାକୁ
ପ୍ରାଧାନ୍ୟ ଦେବା ସହ ଉକôର୍ଷ କେନ୍ଦ୍ର ସ୍ଥାପନ ଏବଂ ୟୁଜିସି ମଂଜୁରୀ ଓ ଅନୁଦାନର ବିନିଯୋଗ ପ୍ରମାଣପତ୍ର ସଠିକ୍
ସମୟରେ ଦେବାକୁ କୁଳପତିମାନଙ୍କୁ କୁହାଯାଇଛି । ଛାତ୍ରଛାତ୍ରୀମାନଙ୍କ ନିୟୋଜନୀୟତା ବୃଦ୍ଧି ସହ ପ୍ଲେସ୍ମେଣ୍ଟ
ସେଲ୍କୁ ସକ୍ରିୟ କରି ଶିକ୍ଷା ସହ ବଜାରର ଶକ୍ତି ଓ ଚାହିଦା ମଧ୍ୟରେ ସମନ୍ୱୟ ସ୍ଥାପନ କରିବାକୁ ରାଜ୍ୟପାଳ
ପରାମର୍ଶ ଦେଇଛନ୍ତି । ଅଭିଯୋଗ ଶୁଣାଣି ଓ ସମାଧାନ ପଦ୍ଧତିକୁ ଆହୁରି ମାନବୀୟ ଓ ଆଧୁନିକ ପ୍ରଣାଳୀରେ
କ୍ରିୟାଶୀଳ କରିବାକୁ କୁଳପତିମାନଙ୍କୁ କୁହାଯାଇଛି ।
ଦେଶ ଓ ଦେଶ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରି ଗବେଷଣା ଓ
ଶିକ୍ଷାକୁ ପରିପୁଷ୍ଟ କରିବା ଲକ୍ଷ୍ୟରେ ବିନିମୟ କାର୍ଯ୍ୟକ୍ରମକୁ ପ୍ରୋସôାହିତ କରିବାକୁ ସମ୍ମିଳନୀରେ କୁହାଯାଇଛି ।
ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ, ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସାହିତ୍ୟ ଓ
ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ କ୍ରୀଡ଼ା ଏବଂ ଯୁବସେବା, ଆଇଟି ଓ ଇଲେଟ୍ରୋନିକ୍ସ ମନ୍ତ୍ରୀ ଚନ୍ଦ୍ର ସାରଥି
ବେହେରା ଉଚ୍ଚଶିକ୍ଷାର ବିକାଶ ନିମନ୍ତେ ବିଶ୍ୱବିଦ୍ୟାଳୟର ସଶକ୍ତିକରଣ ଉପରେ ଗୁରୁତ୍ୱ ଆରୋପ କରି
ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଥିବା ପ୍ରକାଶ କରିଥିଲେ ।
କୁଳପତିମାନେ ବିଭିନ୍ନ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ସ୍ଥିତି, ଅଗ୍ରଗତି, ଆବଶ୍ୟକତା ଓ ବିଭିନ୍ନ ସମସ୍ୟା
ସଂପର୍କେରେ ସୂଚନା ଓ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରୀସ୍ତରରେ ବିଶ୍ୱବିଦ୍ୟାଳୟର ଆବଶ୍ୟକତାକୁ
ତର୍ଜମା କରି ବିହିତ ପଦକ୍ଷେପ ନେବାକୁ ବୈଠକରେ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଉଚ୍ଚ ଅଧିକାରୀମାନଙ୍କୁ
ରାଜ୍ୟପାଳ ପରାମର୍ଶ ଦେଇଥିଲେ ।
ଏହି ବୈଠକରେ କୃଷି ଉପôାଦନ କମିଶନର ଗଗନ କୁମାର ଧଳ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ
ସି.ଜେ. ଭେନୁଗୋପାଳ, କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ସୋ÷ରଭ ଗର୍ଗ, ଉଚ୍ଚ ଶିକ୍ଷା ସଚିବ
ବିଷ୍ଣୁପଦ ସେଠୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଏସ୍.କେ.ସିଂ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ
ଡ଼. ପ୍ରମୋଦ ମେହେର୍ଦା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ଅର୍ଥ ବିଭାଗର
ସ୍ୱତନ୍ତ୍ର ସଚିବ ପି.ସି.ମାଝୀ, ଇଲେଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ ଆର.ଏନ. ପଲାଇ, ରାଜ୍ୟପାଳଙ୍କ
ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜ୍ୟର
୧୭ଗୋଟି ବିଶ୍ୱବିଦ୍ୟାଳୟର କୁଳପତିମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ ।

Share in top social networks!
Powered By Indic IME