ଫୋରେନ୍ନସିକ୍ ଲାବ୍ରୋଟାରୀରେ ୨୦୮ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

tn_12-1-2013=1ରାଜ୍ୟ ଫୋରେନ୍ନସିକ୍ ସାଇନ୍ସ୍ ଲାବ୍ରୋଟାରୀ, ଏବଂ ଏହାର ଜିଲ୍ଲା ତଥା ଆଞ୍ଚଳିକ ଲାବ୍ରୋଟାରୀ ମାନଙ୍କରେ ୨୦୮ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ପ୍ରଦାନ କରିଛନ୍ତି | ଏହି ପଦବୀ ଗୁଡିକରେ ଭୁବନେଶ୍ଵରସ୍ଥ ଷ୍ଟେଟ ଫୋରେନ୍ନସିକ୍ ସାଇନ୍ସ୍ ଲାବ୍ରୋଟାରୀ ରେ ୪୮ଟି ସାଇଣ୍ଟିଫିକ୍ ଅଫିସର,୪୮ଟି ଲାବ୍ରୋଟାରୀ ଆସିଷ୍ଟାଣ୍ଟ, ଗୋଟିଏ viscera cutler ଏବଂ ୨୯ଟି ଲାବ୍ରୋଟାରୀ ଆଟେଣ୍ଡାଣ୍ଟ, ବାଲେଶ୍ଵରସ୍ଥିତ ଆଞ୍ଚଳିକ ଫୋରେନ୍ନସିକ୍ ସାଇନ୍ସ୍ ଲାବ୍ରୋଟାରୀ ରେ ଗୋଟିଏ ଉପନିର୍ଦ୍ଦେଶକ ଗୋଟିଏ ସହକାରୀ ନିର୍ଦ୍ଦେଶକ ଦୁଇଟି ସାଇଣ୍ଟିଫିକ୍ ଅଫିସର, ଦୁଇଟି ଲାବ୍ରୋଟାରୀ ଆସିଷ୍ଟାଣ୍ଟ ଏବଂ ଦୁଇଟି ଲାବ୍ରୋଟାରୀ ଆଟେଣ୍ଡାଣ୍ଟ ଅନ୍ତର୍ଭୁକ୍ତ ଥିବା ବେଳେ ୨୧ଟି ଜିଲ୍ଲା ଫୋରେନ୍ନସିକ୍ ସାଇନ୍ସ୍ ଲାବ୍ରୋଟାରୀ ମାନଙ୍କରେ ୨୧ ଟି ସାଇଣ୍ଟିଫିକ୍ ଅଫିସର, ୨୧ଟି ଲାବ୍ରୋଟାରୀ ଆସିଷ୍ଟାଣ୍ଟ, ୨୧ଟି ଆସିଷ୍ଟାଣ୍ଟ ଫଟୋଗ୍ରାଫର୍ ଏବଂ ୨୧ଟି ଲାବ୍ରୋଟାରୀ ଆଟେଣ୍ଡାଣ୍ଟ ପଦବୀ ଅନ୍ତର୍ଭୁକ୍ତ |

ଏହି ପଦବୀ ଗୁଡିକ ନିମନ୍ତେ ଚୟନ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଏହି ନିଷ୍ପତ୍ତି ଦ୍ଵାରା ଫୋରେନ୍ନସିକ୍ ସାଇନ୍ସ୍ ଲାବ୍ରୋଟାରୀ ଗୁଡିକ ଅଧିକ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିପାରିବେ | ଅପରାଧ ଅନୁସନ୍ଧାନ କ୍ଷେତ୍ରରେ ଫୋରେନ୍ନସିକ୍ ସାଇନ୍ସ୍ ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିବାରୁ ଉପରୋକ୍ତ ପଦବୀ ଗୁଡିକ ପୂରଣ ହେଲେ ଅପରାଧ ଅନୁସନ୍ଧାନ କାର୍ଯ୍ୟ ତ୍ୱରାନ୍ନିତ ହୋଇପାରିବ ବୋଲି ଆଶା କରାଯାଏ |

Share in top social networks!
Powered By Indic IME