ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ ୫ଲକ୍ଷରୁ ଅଧିକଙ୍କୁ ନିଯୁକ୍ତି


ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମଏସଡିଇ)ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା (ପିଏମ୍କେଭିୱାଇ-୨୦୧୬-୨୦) ଅର୍ନ୍ତଗତ ଗତ ୧୮ ମାସ ମଧ୍ୟରେ ୨୦୧୮ ମଇ ୧୭ ତାରିଖ ସୁଦ୍ଧା ୫.୨୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି । ଏହା ସ୍କିଲ୍ଡ୍ ଇଣ୍ଡିଆ ଲକ୍ଷ୍ୟକୁ ପୂରଣ କରିବାକୁ ସକ୍ଷମ ହୋଇପାରିବ । ଏହାଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା ।

ଏହି ଯୋଜନା ଅନ୍ତର୍ଗତ ୨୦୧୬-୨୦୨୦ ମଧ୍ୟରେ ଆତ୍ମନିର୍ଭରଶୀଳତା ସହିତ ଦରମା ଭିତିକ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି ସମୟ ମଧ୍ୟରେ ୭୬ ପ୍ରତିଶତ ପ୍ରାର୍ଥୀଙ୍କୁ ଦରମା ଭିତିକ ନିଯୁକ୍ତି ଯୋଗାଇ ଦିଆଯାଇଛି । ସେହିପରି ୨୨ ପ୍ରତିଶତ ଆତ୍ମନିର୍ଭରଶୀଳ ତଥା ଉଦ୍ୟୋଗ ସ୍ଥାପନ କରି ପାରିଛନ୍ତି । ଆପେରାଲ, ଇଲୋକ୍ଟ୍ରନିକ୍ସ ଏବଂ ହାର୍ଡୱେର, ରିଟେଲ୍, ବିୟୁଟି, ୱେଲନେସ୍, ଟେଲିକମ୍, ଲଜିଷ୍ଟିକ୍, କୃଷି, ଆଇଟି, ପର୍ଯ୍ୟଟନ, ହସ୍ପିଟାଲିିଟି, ନିର୍ମାଣ ଆଦି କ୍ଷେତ୍ରରେ ୮୫ ପ୍ରତିଶତ ପ୍ରାର୍ଥୀଙ୍କୁ ନିଯୁକ୍ତ କରାଯାଇ ପାରିଛି ।

ସେହିପରି ୫୫ ପ୍ରତିଶତଙ୍କୁ ଆପେରାଲ, ଟେଲରିଂ, କମ୍ପୁ୍ୟଟିଂ, ପେରିଫେରିଆଲ୍, ରିଟେଲ୍ ସେଲସ୍, କଷ୍ଟମର କେୟାର, ବିୟୁଟି, ୱେଲନେସ୍ ଆଦିରେ ଅବସ୍ଥାପିତ କରାଯାଇପାରିଛି ।

ଏହି ଅବସରରେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ(ଏମଏସଡିଇ) ଯୁଗ୍ନ ସଚିବ ରାଜେଶ ଅଗ୍ରୱାଲ କହିଲେ, “ ପିଏମକେଭିୱାଇ ୨୦୧୬-୨୦୨୦ ମଧ୍ୟରେ ଯୁବବର୍ଗଙ୍କୁ ଗୁଣବତା ତାଲିମ୍ ପ୍ରଦାନ କରି ସେମାନଙ୍କର ଦକ୍ଷତା ବିକାଶ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ସେମାନଙ୍କୁ ନିଯୁକ୍ତି ସୁଯୋଗ ସହିତ ସେମାନଙ୍କର ଜୀବନ ଜୀବିକା କ୍ଷେତ୍ରରେ ଅନନ୍ୟ ସୁଯୋଗ ସୃଷ୍ଟି କରାଯାଇପାରିବ । ନିଯୁକ୍ତି ସୁଯୋଗ, ଶିକ୍ଷା ତଥା ଔଦୋଗିକ ବିକାଶ କରାଇବା ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ । ଏହି ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ବିଭିନ୍ନ ସେକ୍ଟରରେ ସୁଯୋଗ ଉପଲବ୍ଧ କରାଯାଇ ପାରିବ ।”

ଏହି ଅବସରରେ ଏନ୍ଏସ୍ଡିସିର ଏମ୍ଡି ଏବଂ ସିଇଓ ମନିଶ୍ କୁମାର କହିଲେ, “ ଯୁବବର୍ଗଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ, ଶିକ୍ଷା ତଥା ଔଦୋଗିକ ବିକାଶ କରାଇବା ଏନଏସଡିସିର ପ୍ରମୁଖ ଲକ୍ଷ୍ୟ । ଏହି ଯୋଜନା ଦ୍ୱାରା ଯୁବବର୍ଗଙ୍କୁ ଗୁଣବତା ତାଲିମ୍ ପ୍ରଦାନ କରାଯାଇ ସେମାନଙ୍କୁ ବିଭିନ୍ନ ସେକ୍ଟରରେ ନିଯୁକ୍ତି ସୁଯୋଗ ଉପଲବ୍ଧ କରାଯାଇ ପାରିବ ।”

ଏନଏସଡିସି ଦ୍ୱାରା ଗତ ୧୮ ମାସ ମଧ୍ୟରେ ୮୦୦ ରୋଜଗାର ମେଳା ଅନୁÂିତ ହୋଇଛି । ସମ୍ପନ୍ନ ହୋଇଥିବା ନିଯୁକ୍ତି ମେଳାରେ ୭,୦୦୦ କମ୍ପାନୀ ଅଂଶଗ୍ରଅହଣ କରିଛନ୍ତି । ସେମାନଙ୍କ ମଧ୍ୟରେ ମଇନ୍ତ୍ରା, ପିଜା ହଟ୍, ପିଭିଆର୍ ସିନେମା, ବାଟା ଇଣ୍ଡିଆ, ଜି-୪-ଏସ୍ ସିକୁ୍ୟର ସଲୁ୍ୟସନ୍, ଲେମନ୍ ଟ୍ରି ହୋଟେଲ୍, ହୋଣ୍ଡା ମୋଟରସାଇକେଲ ଆଣ୍ଡ୍ ସ୍କୁଟର ପ୍ରା.ଲିଃ. ଆଦି ରହିଛନ୍ତି ।

ସୂଚନାଯୋଗ୍ୟ, ସ୍କିଲ୍ ଇଣ୍ଡିଆ ଜାତୀୟ ସ୍କିଲ୍ ଡେଭଲପ୍ମେଂଟ୍ କର୍ପୋରେସନ୍ (ଏନ୍ଏସ୍ଡିସି)ର ଏକ ପ୍ରୟାସ ଯାହାକି ଭାରତ ସରକାରଙ୍କ ଦକ୍ଷତା ଓ ଉଦ୍ୟୋଗୀକ ବିକାଶ ଓମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ହେଉଛି ।

Share in top social networks!
Powered By Indic IME