‘ୱାନ୍ପ୍ଲସ୍ ୬’ର ବଜାର ପ୍ରବେଶ କରାଇଲା ୱାନ୍ପ୍ଲସ୍

ୱାନ୍ପ୍ଲସ୍ ଆଜି ଏହାର ସଦ୍ୟତମ ପ୍ରିମିୟମ୍ ଫ୍ଲାଗ୍ସିପ୍ ଡିଭାଇସ୍ ‘ୱାନ୍ପ୍ଲସ୍ ୬’ର ବଜାର ପ୍ରବେଶ ଘୋଷଣା କରିଛି । ୱାନ୍ପ୍ଲସ୍ର ଫ୍ଲାଗ୍ସିପ୍ ଅଲ୍-ଗ୍ଲାସ୍ ଡିଜାଇନ୍ ବୈଶିଷ୍ଟ୍ୟ ଆଧାରରେ ପ୍ରସ୍ତୁତ ୱାନ୍ପ୍ଲସ୍ ୬ ବର୍ତମାନ ସୁଦ୍ଧା କମ୍ପାନିର ସବୁଠାରୁ ମାର୍ଜିତ ହ୍ୟାଣ୍ଡସେଟ୍ ।
୬.୨୮ ଇଂଚ୍ର ଫୁଲ୍ ଅପ୍ଟିକ୍ ଆମୋଲେଡ୍ ୧୯;୯ ଡିସ୍ପ୍ଲେ ସହ ଆସୁଥିବା ୱାନ୍ପ୍ଲସ୍ର ସର୍ବବୃହତ୍ ସ୍କ୍ରିନ୍ୟୁକ୍ତ ୱାନ୍ପ୍ଲସ୍ ୬ ବ୍ୟାପକ ଭିୟୁଇଙ୍ଗ୍ ଅଭିଜ୍ଞତା ପ୍ରଦାନ କରିଥାଏ ଏବଂ ଏଥିରେ ୱାନ୍ପ୍ଲସ୍ ୫ଟି ଭଳି ସମାନ ଫର୍ମ ଫ୍ୟାକ୍ଟର ରହିଛି । କ୍ୱାଲ୍କମ୍ର ନୂଆ ଟେକ୍ନୋଲୋଜି ଏବଂ ୱାନ୍ପ୍ଲସ୍ର ଇଂଜିନିୟରିଂ ସହ ଆସିଥିବା ୱାନ୍ପ୍ଲସ୍ ୬ ବର୍ତମାନ ସୁଦ୍ଧା କମ୍ପାନିର ସବୁଠାରୁ ଦ୍ରୁତତମ ହ୍ୟାଣ୍ଡସେଟ୍ ।
“ୱାନ୍ପ୍ଲସ୍ ୬ ସହ ଆମେ ଏକ କୋମଳ ତଥା ଆକର୍ଷଣୀୟ ବାହ୍ୟ ଡିଜାଇନ୍ ତଥା ଆଭ୍ୟନ୍ତରୀଣ ବୈଶିଷ୍ଟ୍ୟଯୁକ୍ତ ଡିଭାଇସ୍ ଯୋଗାଣ ପାଇଁ ନିଜ ସହ ଚ୍ୟାଲେଂଜ୍ କରୁଛୁ” ବୋଲି ୱାନ୍ପ୍ଲସ୍ ପ୍ରତିÂାତା ଏବଂ ସିଇଓ ପେଟେ ଲାଉ କହିଛନ୍ତି । “ଆମେ ଯାହା ସମ୍ପୂର୍ଣ୍ଣ କରିପାରିଛୁ ସେଥିପାଇଁ ଆମେ ଗର୍ବିତ ଏବଂ ଆମେ ଆମ୍ଭର ଉପଭୋକ୍ତାଙ୍କୁ ମଧ୍ୟ ଗର୍ବିତ କରାଇବାକୁ ଚାହୁଁଛୁ ।”
ଏହି ବଜାର ପ୍ରବେଶ ଉପରେ ମତ ରଖି ମନିଷ ତିୱାରୀ, ଉପ ସଭାପତି- କ୍ୟାଟେଗୋରି ମ୍ୟାନେଜମେଂଟ୍, ଆମାଜନ୍ ଇଣ୍ଡିଆ କହିଲେ, “ଆମାଜନ୍.ଇନ୍ରେ ଚଳିତ ସିଜିନ୍ର ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ୍ ୱାନ୍ପ୍ଲସ୍ ୬ର ଏକ୍ସକ୍ଲୁସିଭ୍ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରି ଆମେ ବେଶ୍ ଉତ୍ସାହିତ । ଗ୍ୟାଜେଟ୍ ପ୍ରେମୀଙ୍କ ପାଇଁ ୱାନ୍ପ୍ଲସ୍ ୬ ଏକ ସ୍ୱପ୍ନର ସ୍ମାର୍ଟଫୋନ୍ । ଏଥିରେ ଶିଳ୍ପକ୍ଷେତ୍ରର ପ୍ରମୁଖ ବୈଶିଷ୍ଟ୍ୟ ଓ ଡିଜାଇନ୍ ରହିଛି । ଏହି ବଜାର ପ୍ରବେଶ ସହ ଆମେ ଗ୍ରାହକଙ୍କୁ ବ୍ୟାପକ ଏକ୍ସକ୍ଲୁସିଭ୍ ଚୟନ ସହ ସର୍ବୋତମ ମୂଲ୍ୟରେ ଅତୁଳନୀୟ ଅଭିଜ୍ଞତା ପ୍ରଦାନ କରି ସ୍ମାର୍ଟଫୋନ୍ ବର୍ଗରେ ନିଜର ଏକ ସୁଦୃଢ଼ ପୋର୍ଟଫୋଲିଓ ନିର୍ମାଣ ଜାରି ରଖିଛୁ ।”
ୱାନ୍ପ୍ଲସ୍ ୬ରେ ୮ଜିବି ପର୍ଯ୍ୟନ୍ତ ଏଲ୍ପିଡିଡିଆର୍୪ଏକ୍ସ ର୍ୟାମ୍ ରହିଛି, ଯାହାକି ଏକ ସମୟରେ ଅନେକଗୁଡ଼ିଏ ଆପ୍କୁ ନିରବଚ୍ଛିନ୍ନ ଭାବେ ଚାଲିବାରେ ସହାୟତା କରିଥାଏ । ଏଥିରେ ୧୬ ମେଗାପିକ୍ସେଲ୍ ମେନ୍ କ୍ୟାମେରା ସହ ୨୦ ମେଗାପିକ୍ସେଲ୍ର ସେକେଣ୍ଡାରି କ୍ୟାମେରା ରହିଛି, ଯାହାକି ଉପଭୋକ୍ତାଙ୍କୁ ସର୍ବୋତମ ଫଟୋ ନେବାରେ ସହାୟକ ହେବ ।
ୱାନ୍ପ୍ଲସ୍ ୬ରେ ଥିବା ଅକ୍ସିଜେନ୍ ଓଏସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଏକ ଦ୍ରୁତ, ସ୍ୱଚ୍ଛ ତଥା କଷ୍ଟମାଇଜ୍ଡ ଆଣ୍ଡ୍ରଏଡ୍ ଅଭିଜ୍ଞତା ପ୍ରଦାନ କରିବ । ଅଧଘଂଟାର ଚାର୍ଜରେ ୱାନ୍ପ୍ଲସ୍ ୬କୁ ଦିନ ସାରା ଚାଲିବାରେ ସମର୍ଥ କରାଇଥାଏ ।
ୱାନ୍ପ୍ଲସ୍ ୬ ୨୦୧୮ ମେ’ ୨୧ ମଧ୍ୟାହ୍ନ ୧୦ଟାରୁ ଆମାଜନ୍.ଇନ୍, ୱାନ୍ପ୍ଲସ୍.ଇନ୍ ଏବଂ ବାଙ୍ଗାଲୋରରେ ଥିବା ୱାନ୍ପ୍ଲସ୍ ଏକ୍ସପେରିଏନ୍ସ ଷ୍ଟୋରରେ ଆର୍ଲି ଆକ୍ସେସ୍ ସେଲ୍ ହେବ । ମେ’ ୨୨ରୁ ଏହା ସମସ୍ତ ଚ୍ୟାନେଲରେ ଓପନ୍ ସେଲ୍ ଆରମ୍ଭ ହେବ । ମିରର୍ ବ୍ଲାକ୍ ଏବଂ ମିଡନାଇଟ୍ ବ୍ଲାକ୍ ଭଳି ରଙ୍ଗରେ ଉପଲବ୍ଧ ହେବାକୁ ଥିବା ଏହି ସ୍ମାର୍ଟଫୋନ୍ ୬ଜିବି ର୍ୟାମ୍+୬୪ଜିବି ଷ୍ଟୋରେଜ୍ ଏବଂ ୮ଜିବି ର୍ୟାମ୍+୧୨୮ଜିବି ଷ୍ଟୋରେଜ୍ ବିକଳ୍ପରେ ଉପଲବ୍ଧ ହେବ । ଏହାର ମୂଲ୍ୟ ଯଥାକ୍ରମେ ୩୪,୯୯୯ ଟଙ୍କା ଏବଂ ୩୯,୯୯୯ ଟଙ୍କା ରହିଛି । ୱାନ୍ପ୍ଲସ୍ ୬ ଙ୍ଘ ମାର୍ଭେଲ୍ ଆଭେଂଜର୍ ଲିମିଟେଡ୍ ଏଡିସନ୍ ୮ଜିବି ର୍ୟାମ୍ ଓ ୨୫୬ ଜିବି ଷ୍ଟୋରେଜ୍ରେ ଉପଲବ୍ଧ ହେବ ଏବଂ ଏହା ମେ’ ୨୯ରୁ ୪୪,୯୯୯ ଟଙ୍କାରେ ବିକ୍ରୟ ହେବ ।

Share in top social networks!
Powered By Indic IME