ବେଙ୍ଗଲ୍ ଭିତିକ କମ୍ପାନିଗୁଡ଼ିକୁ ନୂଆ ଅଭିବୃଦ୍ଧିର ସୁଯୋଗ ନେବାକୁ ଆହ୍ୱାନ କଲା ଓଡ଼ିଶା

ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଆଜି କୋଲ୍କାତାରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରିଥିଲେ । ଏଥିରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ରହିଥିବା ବିଭିନ୍ନ ଫାଇଦାକୁ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ (ଶିଳ୍ପ)ଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବା ଉଦେ୍ଧଶ୍ୟରେ ବେଙ୍ଗଲ୍ ଭିତିକ କମ୍ପାନିଗୁଡ଼ିକୁ ସାକ୍ଷାତ୍ କରିଥିଲେ ।
ନିବେଶକଙ୍କ ସହ ସାକ୍ଷାତ୍ ବେଳେ ରାଜ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା, ନିବେଶକଙ୍କ ପାଇଁ ପ୍ରୋତ୍ସାହନ, ସମର୍ପିତ କ୍ଷେତ୍ରଭିତିକ କ୍ଲଷ୍ଟର ଏବଂ ଶିଳ୍ପ ବିକାଶ ପାଇଁ ଥିବା ୧,୨୧,୦୦୦ ଏକରର ଜମି ବ୍ୟାଙ୍କ ଭଳି ଓଡ଼ିଶାର ରଣନୀତିକ ଫାଇଦା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ନିବେଶକ ସମ୍ମିଳନୀ ବେଶ୍ ପ୍ରୋତ୍ସାହନମୂଳକ ପ୍ରତିକ୍ରିୟା ପାଇଥିଲା । ୩୦ରୁ ଅଧିକ କୋଲ୍କାତା ଭିତିକ ଶିଳ୍ପପତି ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳକୁ ଭେଟିଥିଲେ ଏବଂ ଓଡ଼ିଶାର ଫୋକସ୍ କ୍ଷେତ୍ରରେ ରହିଥିବା ଆକର୍ଷଣୀୟ ଅଭିବୃଦ୍ଧି ସୁଯୋଗର ଅନ୍ୱେଷଣ କରିଥିଲେ ।
ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ, ଶିଳ୍ପ, ଓଡ଼ିଶା ସରକାର କହିଲେ, “କୋଲ୍କାତାର ବ୍ୟବସାୟ ସମୁଦାୟ ନିକଟରୁ ଉତ୍ସାହଜନକ ପ୍ରତିକ୍ରିୟା ପାଇ ଆମେ ବେଶ୍ ଆନନ୍ଦିତ । ରାଜ୍ୟର ବିଭିନ୍ନ କ୍ଷେତ୍ରକୁ ଆଗେଇ ନେବା ପାଇଁ ଏକ ଆଦର୍ଶ ବ୍ୟବବସାୟ ଇକୋସିଷ୍ଟମ ସୃଷ୍ଟି କରାଯାଇଥିବା କାରଣରୁ ଓଡ଼ିଶାର ବ୍ୟବସାୟ ଅନୁକୂଳ ନୀତି ଏବଂ ବିଶ୍ୱଶ୍ରେଣୀୟ ଭିତିଭୂମି ବିକାଶ ସାରା ଦେଶର ନିବେଶକଙ୍କ ନିକଟରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛି । ରାଜ୍ୟରେ କେବଳ ଗତ ୪ ବର୍ଷ ମଧ୍ୟରେ ୧୧୮ରୁ ଅଧିକ ବୃହତ ମାନୁଫାକ୍ଚରିଂ ପ୍ରକଳ୍ପ ଅନୁମୋଦିତ ହୋଇଛି । ଏହାଦ୍ୱାରା ପ୍ରାୟ ୧,୨୮,୫୭୨ କର୍ମନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ହାରାହାରି ପ୍ରକଳ୍ପ ଅନୁମୋଦନ ଅବଧି ମଧ୍ୟ ସମ୍ପୂର୍ଣ୍ଣ ପ୍ରକଳ୍ପ ଆବେଦନ ଗ୍ରହଣ କରିବାର ୨୦ ଦିନକୁ ଖସିଆସିଛି । ଓଡ଼ିଶାର ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ସଂସ୍କାର କାର୍ଯ୍ୟକାରିତାରେ ମଧ୍ୟ ବ୍ୟାପକ ସୁଧାର ଆସିଛି । ପୂର୍ବରୁ ୨୦୧୫ରେ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ଅନୁପାଳନ ହାର ୫୨.୧୨% ଥିଲା ବେଳେ ୨୦୧୭ରେ ଏହା ୯୭.୮୩%ରେ ପହଂଚିଛି । କୋଲ୍କାତା ଭିତିକ କମ୍ପାନିଗୁଡ଼ିକ ନିକଟରୁ ଆଖିଦୃଶିଆ ପୁଞ୍ଜିନିବେଶ ଆକୃଷ୍ଟ ହେବ ବୋଲି ଆମେ ଆଶାବାଦୀ ରହିଛୁ ।”
ପାରାଦୀପ ପ୍ଲାଷ୍ଟିକ୍ ପାର୍କ ଏବଂ ଭଦ୍ରକ ବୟନ ପାର୍କରେ ପ୍ଲାଷ୍ଟିକ୍୍ ଏବହ ବୈଷୟିକ ବୟନ ପାଇଁ ରହିିଥିବା ସୁଯୋଗ ଓ ଫାଇଦା ପ୍ରଦର୍ଶନ କରିବାକୁ ଗତକାଲି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ କୋଲ୍କାତାରେ ଆୟୋଜିତ ଏକ ରୋଡ୍ ସୋ’ରେ ମଧ୍ୟ ରାଜ୍ୟ ପ୍ରତିନିଧି ଦଳ ଅଂଶଗ୍ରହଣ କରିଥିଲେ । ନିବେଶକମାନେ ଓଡ଼ିଶାର ପ୍ରତିଯୋଗିତାମୂଳକ ପ୍ରୋତ୍ସାହନ, ଜମି ଉପଲବ୍ଧତା, ଦକ୍ଷ ମାନବ ସମ୍ବଳ, ଅନ୍ଲାଇନ୍ ସିଙ୍ଗଲ୍ ୱିଣ୍ଡୋ ଅନୁମୋଦନ ଏବଂ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବସାୟ କରିବା ବିଷୟକୁ ପ୍ରଶଂସା କରିଥିଲେ ।
ନିକଟ ଅତୀତରେ ବହୁ ବେଙ୍ଗଲ୍ ଭିତିକ କମ୍ପାନି ଓଡ଼ିଶାରେ ପୁଞ୍ଜିନିବେଶ କରିଛନ୍ତି । ଖୋର୍ଦ୍ଧାଠାରେ ହେବାକୁ ଥିବା ଆଇଟିସି ଲିମିଟେଡ୍ର ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ମଧ୍ୟ ଏହାର ଉପôାଦ ଲାଇନ୍ ସମ୍ପ୍ରସାରଣ ପାଇଁ ଅନୁମୋଦନ ପାଇଛି । ଏବେ ଏହି ୟୁନିଟ୍ର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏହି ପ୍ରକଳ୍ପର ସମ୍ପ୍ରସାରଣ ଦ୍ୱାରା ଅତିରିକ୍ତ ୬୩ କୋଟି ଟଙ୍କା ପୁଞ୍ଜିନିବେଶ ହେବ ଏବଂ ଅତିରିକ୍ତ ୧୦୦ କର୍ମନିଯୁକ୍ତି ସୃଷ୍ଟି କରିବ । ୱେଲ୍କମ୍ ହୋଟେଲ ବ୍ରାଣ୍ଡ ଅଧୀନରେ ଆଇଟିସିର ପଂଚତାରକା ହୋଟେଲ ମଧ୍ୟ ଭୁବନେଶ୍ୱରରେ ନିର୍ମାଣାଧୀନ ରହିଛି । ନିକଟରେ ଏମ୍ସିପିଆଇ ଭଦ୍ରକ ବୟନ ପାର୍କରେ ଏକ ପଲିଷ୍ଟର କଂଟିନିୟସ୍ ପଲିମରାଇଜେସନ୍ ଆଣ୍ଡ ଆଲଏଡ୍ ୟାର୍ନ ପ୍ରକଳ୍ପ ସ୍ଥାପନ ପାଇଁ ଅନ୍ଲାଇନ୍ ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ ଗୋ-ସ୍ୱିଫ୍ଟ ଜରିଆରେ ୧୦୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଦାଖଲ କରିଛି । ଏହି ପ୍ରକଳ୍ପ ୨୦୦ ଲୋକଭ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ । ଗତବର୍ଷ ଏଫ୍ଏମ୍ସିଜି କମ୍ପାନି ଅନ୍ମୋଲ୍ ବିସ୍କୁଟ୍ ୧୩୫ କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ଷ୍ଟେଟ୍-ଅଫ୍-ଦି-ଆର୍ଟ ବିସ୍କୁଟ୍ ମାନୁଫାକ୍ଚରିଂ ୟୁନିଟ୍ ଉଦ୍ଘାଟନ କରିଛି । ଏହା ଜରିଆରେ ୧୧୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
ନିବେଶକ ସମ୍ମିଳନୀ ଏବଂ ରୋଡ୍ ସୋ’ ବ୍ୟତୀତ ରାଜ୍ୟ ପ୍ରତିନିଧି ଦଳ କୋଲ୍କାତରେ ଥିବା ଚୀନ୍ ଓ ଜାପାନ କନ୍ସୁଲ୍ ଜେନେରାଲ୍ଙ୍କୁ ଭେଟିଥିଲେ ଏବଂ ଉଭୟ ରାଷ୍ଟ୍ରର କମ୍ପାନିଗୁଡ଼ିକୁ ୨୦୧୮ ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ୱରରେ ଅନୁÂିତ ହେବାକୁ ଥିବା ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ରେ ଅଂଶଗ୍ରହଣ ପାଇଁ ଆହ୍ୱାନ କରିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍-୨୦୨୫ର ଅଂଶସ୍ୱରୂପ ୨.୫ ଲକ୍ଷ କୋଟି ଟଙ୍କାର ନୂଆ ପୁଂଜିନିବେଶ ଆକୃଷ୍ଟ ସହ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ପୂରଣ ଉଦେ୍ଧଶ୍ୟରେ ଓଡ଼ିଶା ସରକାର ସମସ୍ତ ଫୋକସ୍ କ୍ଷେତ୍ରରେ ଶିଳ୍ପ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ଆଦର୍ଶ ବ୍ୟବବସାୟ ଇକୋସିଷ୍ଟମ୍ ସୃଷ୍ଟି କରିଥିବାରୁ ଓଡ଼ିଶାର ନିବେଶକ ଅନୁକୂଳ ନୀତି ଏବଂ ବିଶ୍ୱଶ୍ରେଣୀୟ ଭିତିଭୂମି ବିକାଶ ସାରା ଦେଶର ନିବେଶକଙ୍କ ନିକଟରୁ ବେଶ୍ ସକାରାତ୍ମକ ପ୍ରତିକ୍ରିୟା ପାଇଛି ।
ପୁଂଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର୍ୟାଙ୍କିଙ୍ଗ୍ କରିଛି ଏବଂ ଭାରତର ଲାଇଭ୍ ମାନୁଫାକ୍ଚରିଂ ପୁିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ୨୦୧୬-୧୭ରେ ଓଡ଼ିଶାର ଜିଏସ୍ଡିପି ଅଭିବୃଦ୍ଧି ୭.୯୪% ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୭.୧% ତୁଳନାରେ ଢେର୍ ଅଧିକ ।

Share in top social networks!
Powered By Indic IME