ଭୁବନେଶ୍ୱରରେ ଆଲୁମିନିୟମ୍ ମୁ୍ୟଜିଅମ୍ ପ୍ରତିÂା କରିବ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ : ନାଲ୍କୋ ଅଧ୍ୟକ୍ଷ

ଭୁବନେଶ୍ୱରରେ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଖୁବ୍ ଶୀଘ୍ର ଏକ ଆଲୁମିନିୟମ୍ ମୁ୍ୟଜିଅମ୍ ପ୍ରତିÂା କରାଯିବ ବୋଲି ନାଲ୍କୋର ଅଧ୍ୟକ୍ଷ ତଥା ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଡଃ ତପନ କୁମାର ଚାନ୍ଦ କହିଛନ୍ତି । ଆଜି ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଠାରେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଡଃ ଚାନ୍ଦ ଏହା କହିଥିଲେ । ଓଡ଼ିଶାରେ ଆଲୁମିନିୟମ୍ ଉପôାଦନ ପାଇଁ ପର୍ଯ୍ୟାପ୍ତ ସମ୍ବଳ ରହିଛି ଏବଂ ଅଲୁମିନିୟମ୍ ଉପôାଦନରେ ଏହା ଅଗ୍ରଣୀ ସ୍ଥାନ ହାସଲ କରିବା ସହ ଦେଶର ପ୍ରମୁଖ ଆଲୁମିନିୟମ୍ ଉପôାଦନକାରୀ ଏଠାରେ ନିଜର ପ୍ରକଳ୍ପ ସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ ଦେଶର ଆଲୁମିନିୟମ୍ ରାଜଧାନୀ ଭାବେ ପରିଗଣନା କରାଯାଉଛି । ଏହି ପୃÂଭୂମିରେ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ସ୍ମାର୍ଟ୍ ସିଟୀ ଭୁବନେଶ୍ୱରରେ ଆଲୁମିନିୟମ୍ର ଉପାଦେୟତା ଏବଂ ଇତିହାସ ସମ୍ବଳିତ ଏକ ସଂଗ୍ରହାଳୟ ପ୍ରତିÂା କରାଯିବା ପାଇଁ ଯୋଜନା କରାଯାଇଛି ବୋଲି ଡଃ ଚାନ୍ଦ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ, ଦେଶବିଦେଶର ବିଭିନ୍ନ ସଂଗ୍ରହାଳୟ ସମ୍ପର୍କରେ ଉଲ୍ଲେଖ କରି ଡଃ ଚାନ୍ଦ ଆଶା କରିଥିଲେ ଯେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଭବିଷ୍ୟତରେ ଏହିପରି ବିଶିଷ୍ଟ ମାନ୍ୟତା ହାସଲ କରିବା ସହ ପର୍ଯ୍ୟଟକ ଓ ଦେଖଣାହାରୀଙ୍କୁ ଆକୃଷ୍ଟ କରିବ । ଏହି ସଂଗ୍ରହାଳୟ ସମୟ ସହ ତାଳ ଦେଇ ନୂତନ ବୈଷୟିକ ଜ୍ଞାନକୌଶଳ ଆପଣେଇବା ପାଇଁ ସେ ପରାମର୍ଶ ଦେବା ସହ ଏଠାରେ ଅଡିଓ ଗାଇଡ୍ ବ୍ୟବସ୍ଥା କରିବା ପାଇଁ ସେ ମତାମତ ଦେଇଥିଲେ । ଆହୁରି ମଧ୍ୟ, ଇତିହାସ ଏବଂ ସଂଗ୍ରହାଳୟରେ ସଂଗୃହୀତ ସାମଗ୍ରୀଗୁଡ଼ିକୁ ବିଧିବଦ୍ଧ ଭାବେ ଲିପିବଦ୍ଧ କରି ରଖାଯିବା ଉପରେ ଡଃ ଚାନ୍ଦ ଗୁରୁତ୍ୱ ଆରୋପ କରିଥିଲେ ।
ଏହି ଅବସରରେ, ମାନ୍ୟବର ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ସାଂସଦ ତଥା ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଶ୍ରୀ ପ୍ରଶାନ୍ତ ନନ୍ଦ, ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ରୀମତୀ ଝରଣା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିଶନର୍ ତଥା ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ନିଦେ୍ର୍ଧଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଶ୍ରୀ ବିଜୟ କୁମାର ନାୟକ ଏବଂ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଣ୍ଟେଣ୍ଡେଣ୍ଟ୍ ଡଃ ଜୟନ୍ତୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME