ବଲାଙ୍ଗୀରରେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍)ର ଏଲ୍ପିଜି ବଟଲିଂ ପ୍ଲାଂଟ ନିମନ୍ତେ ଭିତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧିନସ୍ଥ ମହାରନôପ୍ରାପ୍ତ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ଓଡ଼ିଶାର ବଲାଙ୍ଗୀର ଜିଲାର ବରଖାନୀ ଗ୍ରାମରେ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଂଟ ନିର୍ମାଣ କରିବାକୁ ଯାଉଛି ବୋଲି ବିପିସିଏଲ୍ ପକ୍ଷରୁ ଘୋଷଣା କରାଯାଇଛି । ବିପିସିଏଲ୍ର ବରିÂ ଅଧିକାରୀ ଶ୍ରୀ ଅତୁଲ କୁମାର, ଆଂଚଳିକ ଏଲ୍ପିଜି ମ୍ୟାନେଜର (ପୂର୍ବାଂଚଳ), ଶ୍ରୀ ମାନସ ମହାନ୍ତି, ମୁଖ୍ୟ ଇନ୍ଫ୍ରାଷ୍ଟ୍ରକ୍ଚର ଟି/ଏଫ୍ (ପୂର୍ବାଂଚଳ), ଶ୍ରୀ ଦିଲୀପ ମଣ୍ଡଳ, ପ୍ରୋଜେକ୍ଟ ଫାସିଲିଟେଟର, ଇ ଆଣ୍ଡ ପି, ଶ୍ରୀ ସଞ୍ଜୟ ଶର୍ମା, ରାଜ୍ୟ ମୁଖ୍ୟ ଏଲ୍ପିଜି, (ଓଡ଼ିଶା), ଶ୍ରୀ ଦେବାଶିଷ ପାଲିତ, ରାଜ୍ୟ ମୁଖ୍ୟ ରିଟେଲ (ଓଡ଼ିଶା ଏବଂ ଝାରଖଣ୍ଡ) ଏବଂ ଶ୍ରୀ ଏସ୍ ଏସ୍ ସୁନ୍ଦରରାଜନ, ଡିଜିଏମ୍ (ବ୍ରାଣ୍ଡ ଏବଂ ପିଆର୍) ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି । ଖୋର୍ଦ୍ଧାରେ ବିପିସିଏଲ୍ର ଅନ୍ୟ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଂଟ ରହିଛି । ବିପିସିଏଲ୍ ପାଇଁ ବଲାଙ୍ଗୀରରେ ନିର୍ମାଣ ହେବାକୁ ଯାଉଥିବା ଏହି ଏଲ୍ପିଜି ବଟ୍ଲିଂ ପ୍ଲାଂଟ ଓଡ଼ିଶାରେ ଦ୍ୱିତୀୟ । ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଏବଂ ଜଟଣୀରେ ଅନ୍ୟ ତୈଳ କମ୍ପାନୀଗୁଡ଼ିକର ଏଲ୍ପିଜି ବଟ୍ଲିଂ ପ୍ଲାଂଟ ରହିଛି । ଏହି ୪ଟି ଏଲ୍ପିଜି ବଟ୍ଲିଂ ପ୍ଲାଂଟ ଗୁଡ଼ିକର ବାର୍ଷିକ ୨.୮୦ କୋଟି ସିଲିଣ୍ଡର ଉପôାଦନ କ୍ଷମତା ରହିଛି । ବଲାଙ୍ଗୀରରେ ଏହି ପ୍ରସ୍ତାବିତ ଏଲ୍ପିଜି ବଟ୍ଲିଂ ପ୍ଲାଂଟ ନିର୍ମାଣ କରିବା ସହିତ ତୈଳ କମ୍ପାନୀଗୁଡ଼ିକ ଅନ୍ୟ ୨ ଟି ପ୍ଲାଂଟ ଭୁବନେଶ୍ୱର ଏବଂ ରାୟଗଡ଼ାରେ ନିର୍ମାଣ କରିବାର ଯୋଜନା କରିଛନ୍ତି । ନୂତନ ପ୍ଲାଂଟଗୁଡ଼ିକର ନିର୍ମାଣ ଶେଷ ହେବା ପରେ ଓଡ଼ିଶାରେ ମୋଟ ଭାବେ ୭ ଟି ଏଲ୍ପିଜି ବଟ୍ଲିଂ ପ୍ଲାଂଟ ରହିବ । ବଟ୍ଲିଂ ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ ଏହି ୭ଟି ପ୍ଲାଂଟରୁ ବାର୍ଷିକ ୪.୦୬ କୋଟି ସିଲିଣ୍ଡର ଉପôାଦନ ହେବାର କ୍ଷମତା ରହିବ ।

୨୧ ମେ, ୨୦୧୮ ରେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଏଲ୍ପିଜି ବଟ୍ଲିଂ ପ୍ଲାଂଟର ଭିତିପ୍ରସ୍ଥର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଯେଉଁଥିରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଥାୱରଚାନ୍ଦ ଗେହଲଟ୍, ମାନ୍ୟବର ମନ୍ତ୍ରୀ, ସାମାଜିକ ନ୍ୟାୟ ଏବଂ ଶସକ୍ତିକରଣ, ଭାରତ ସରକାର, ଶ୍ରୀ କଳିକେଶ ନାରାୟଣ ସିଂଦେଓ, ମାନ୍ୟବର ସାଂସଦ, ବଲାଙ୍ଗୀର, ଶ୍ରୀ ନରସିଂହ ମିଶ୍ର, ବିରୋଧୀ ଦଳ ନେତା ଏବଂ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ମାନ୍ୟବର ବିଧାୟକ, ପାଟଣାଗଡ଼ ସଦୟ ଉପସ୍ଥିତି ରହିବ ।
୨୦୧୪ ମସିହା ଜୁନ ମାସ ୧ ତାରିଖ ଠାରୁ ୨୦୧୮ ମସିହା ମେ ମାସ ୧ ତାରିଖ ମଧ୍ୟରେ ଓଡ଼ିଶାରେ ଏଲ୍ପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୦.୨୨ ଲକ୍ଷ ରୁ ୬୨.୧୭ ଲକ୍ଷ କୁ ବୃଦ୍ଧି ପାଇଛି , ଯାହା କି ଏହି ସମୟରେ ଉପଭୋକ୍ତା ହାର ୨୦୭.୫ % ବୃଦ୍ଧି ଘଟିଛି । ଓଡ଼ିଶାରେ ପ୍ୟାକ୍ଡ଼୍ ଏଲ୍ପିଜି ର ଚାହିଦା ପୂର୍ବ ବର୍ଷ ୪୫୪.୩ ଟିଏମ୍ଟି ରହିଥିଲା, ଯାହା କି ୨୦୨୦ ସୁଦ୍ଧା ୬୧୦ ଟିଏମ୍ଟିରେ ପହଂଚିବାର ସମ୍ଭାବନା ରହିଛି ।

ବିପିସିଏଲ୍ ର ୧୫.୩୭ ଲକ୍ଷ ଉପଭୋକ୍ତା ଅଛନ୍ତି , ଯେଉଁମାନେ କି ବର୍ଷକୁ ୭୮ ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । ଏହି ସିଲିଣ୍ଡର ବ୍ୟବହାର ସଂଖ୍ୟା ୨୦୨୦ ସୁଦ୍ଧା ୧୦୫ ଲକ୍ଷରେ ପହଂଚିବ ବୋଲି ଆଶା କରାଯାଉଛି । ବିଶେଷ କରି ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଓଡ଼ିଶାରେ ଏଲ୍ପିଜି ଚାହିଦା ବୃଦ୍ଧି ପାଇଥିବାରୁ ଏକ ନୂତନ ବଟ୍ଲିଂ ପ୍ଲାଂଟ ସ୍ଥାପନ କରିବାର ଆବଶ୍ୟକତା ରହିଛି ଏବଂ ଯୋଗାଯୋଗର ଉପାଦେୟତା ରହିଥିବାରୁ ଐତିହାସିକ ସହର ବଲାଙ୍ଗୀରକୁ ଉପଯୁକ୍ତ ଦର୍ଶାଇ ଏଠାରେ ନୂତନ ପ୍ଲାଂଟ ନିର୍ମାଣ କରାଯାଉଛି ।

ବଲାଙ୍ଗୀର ରେଳଷ୍ଟେଶନ ଠାରୁ ୧୨ କିଲୋମିଟର ଦୂରରେ ଅବସ୍ଥିତ ବରଖାନୀ ଗ୍ରାମରେ ଏହି ଏଲ୍ପିଜି ପ୍ଲାଂଟ ନିର୍ମାଣ କରାଯିବ । ଏହି ପ୍ଲାଂଟ ୨୩ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯିବ ଏବଂ ପ୍ରତିବର୍ଷ ୪୨ ଲକ୍ଷ ସିଲିଣ୍ଡର ଉପôାଦନ କରିବାର କ୍ଷମତା ରହିବ । ଏହି ପ୍ଲାଂଟ ୨୦୨୦ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।
ବଲାଙ୍ଗୀରର ଏହି ପ୍ଲାଂଟ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ୧୪ଟି ଜିଲା : ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, କଳାହାଣ୍ଡି, ସୋନପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼ ଏବଂ ନୂଆପଡ଼ା ଜିଲାର ଉପଭୋକ୍ତାଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଣ କରିବ ।

Share in top social networks!
Powered By Indic IME