ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ: ରାଜ୍ୟର ବିକାଶ ପାଇଁ ଓଏମ୍ସି ବଦ୍ଧପରିକର

ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ ଆଜି ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଏମ୍ସି ପକ୍ଷରୁ ବିଶିଷ୍ଟ ବିଦ୍ୱାନ ତଥା ଓଡ଼ିଶା ମାଟିର ଗର୍ବ ଏବଂ ଆଇଆଇଟି ଧାନବାଦ (ଇଣ୍ଡିଆନ୍ ସ୍କ୍ୁଲ୍ ଅଫ୍ ମାଇନ୍ସ) ର ପୂର୍ବତନ ନିଦେ୍ର୍ଧଶକ ପ୍ରଫେସର ଧନୁଷଧାରୀ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି ।
ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଏମ୍ସିର କର୍ମଚାରୀମାନଙ୍କ ପିଲାମାନଙ୍କ ଦ୍ୱାରା ଆକର୍ଷଣୀୟ ଗୋÂୀନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସମ୍ମାନୀତ ଅତିଥି, ଓଏମ୍ସି ଅଧ୍ୟକ୍ଷ ସଞ୍ଜୀବ୍ ଚୋପ୍ରା, ପରିଚାଳନା ନିଦେ୍ର୍ଧଶକ ଆର. ଭିନିଲ୍ କ୍ରିଷ୍ଣା ଏବଂ ପ୍ରଫେସର ଧନୁଷଧାରୀ ମିଶ୍ର ପ୍ରମୂୁଖ ବାର୍ଷିକ ପତ୍ରିକା ସମ୍ପର୍କର ଉନ୍ମୋଚନ କରିଥିଲେ । ଏହି ଅବସରରେ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ରାଜ୍ୟସରକାରଙ୍କ ବୃହତ୍ତମ ଉଦ୍ୟୋଗ:
ଓଏମ୍ସି ସାରା ଦେଶରେ ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ରାଜ୍ୟ ସରକାରମାନଙ୍କ ଅଧୀନସ୍ଥ ଉଦ୍ୟୋଗଗୁଡ଼ିକ ମଧ୍ୟରେ ସର୍ବବୃହତ୍ । ଏହା ଲୁହାପଥର, ମାଙ୍ଗାନିଜ୍, କ୍ରେମାଇଟ୍ ଏବଂ ବକ୍ସାଇଟ୍ ଭଳି ଖଣିଜ ଜିନ୍ଦଲ, ଭୁଷଣ ଷ୍ଟିଲ୍, ଏନ୍ଆଇଏନ୍ଏଲ୍, ଆର୍ଆଇଏନ୍ଏଲ୍, ଭିସା ଷ୍ଟିଲ୍ ଭଳି ଧାତବ ଓ ଖଣିଜ ଶିଳ୍ପରେ ଅଗ୍ରଣୀ ଶିଳ୍ପସଂସ୍ଥାମାନଙ୍କୁ ଯୋଗାଇ ଶିଳ୍ପାୟନକୁ ସୁଦୃଢ କରୁଛି ।

ଗୌରବମୟ ଯାତ୍ରା:
ଓଏମ୍ସିର ଆରମ୍ଭ ୧୯୫୬ ମସିହାରେ ହୋଇଥିଲା । ଏହାର ସଫଳତାର ଏକ ପରିଚାୟକ ହେଉଛି ୨୦୧୬-୧୭ ଆର୍ଥିକ ବର୍ଷରେ ଏହାର ୨,୩୩୧ କୋଟି ଟଙ୍କାର ବ୍ୟବସାୟ ହାସଲ, ଯାହାକି ୨୦୦୬-୦୭ ଆର୍ଥିକ ବର୍ଷରେ ୧,୦୮୧ କୋଟି ଟଙ୍କା ରହିଥିଲା । ଲୁହାପଥର ଉତ୍ତୋଳନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ ୨୦ ପ୍ରତିଶତ ଅଭିବୃଦ୍ଧି ସହିତ ରେକର୍ଡ ୨,୮୬୦ କୋଟି ଟଙ୍କାର ବିକ୍ରୟ ବ୍ୟବସାୟ ହାସଲ ସଫଳତାର ପଛରେ ଶୀର୍ଷ ନେତୃତ୍ୱ, ବ୍ୟବସାୟ କୁଶଳତା ଏବଂ ସମସ୍ତ କର୍ମଚାରୀମାନଙ୍କ ଉତ୍ତମ ସମନ୍ୱୟ ସହ କରାଯାଇଥିବା ଦଳଗତ କାର୍ଯ୍ୟର ଅବଦାନ ରହିଛି । ଏଥିମଧ୍ୟରେ ଓଏମ୍ସି ଅଣଲୌହ ଖଣିଜ ଦ୍ରବ୍ୟ କ୍ଷେତ୍ରରେ ନିଜ ଉପସ୍ଥିତି ବଢାଇ ୨୦୧୭-୧୮ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକି ଅବଧିରେ କୋଡ଼ିଙ୍ଗମାଳି ଖଣିରେ ବକ୍ସାଇଟ୍ ଉତ୍ତୋଳନ ଆରମ୍ଭ କରିଛି । ଓଏମ୍ସିକୁ ମଧ୍ୟ ଏକ କୋଇଲା ଖଣି ଆବଂଟିତ ହୋଇଛି, ଯାହାକି ଆଗାମୀ ତିନି ବର୍ଷମଧ୍ୟରେ କାର୍ଯ୍ୟକ୍ଷମ ହେବାର ଆଶା ରଖାଯାଇଛି ।
ନିଗମ ପକ୍ଷରୁ ସଂସ୍ଥା ମଧ୍ୟରେ ଆଲୋଚନା ଜରିଆରେ ଯୋଜନା ପ୍ରସ୍ତୁତ କରିବା ପାଇଁ ‘ଚରrଗ୍ଦକ୍ଟ୍ରରମଗ୍ଧସଙ୍ଖର ଚକ୍ଷବଦ୍ଭ ୨୦୨୫’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯାହାର ଲକ୍ଷ୍ୟଗୁଡ଼ିକ ମଧ୍ୟରେ ରହିଛି :-
• କ୍ରୋମ୍ ଖଣିଜ କ୍ଷେତ୍ରରେ ଏକ ପ୍ରଭାବଶାଳୀ ବ୍ୟବସାୟିକ ଖଣିଜ ଉପôାଦନକାରୀ ହେବା
• ଭାରତରେ ବ୍ୟବସାୟିକ ଲୁହାପଥର ଉପôାଦନ କ୍ଷେତ୍ରରେ ଏହାର ବଜାର ଅଂଶ ବୃଦ୍ଧି କରିବା
• ଏକ ଗ୍ରାହକ-ଧ୍ୟାନିତ ସଂସ୍ଥା ହେବା
କମ୍ପାନୀ ଏହାର ଉପôାଦନକୁ ୨୦୧୭-୧୮ ର ୮ ଏମ୍ଟିପିଏରୁ ୨୦୧୮-୧୯ ରେ ୧୧ ଏମ୍ଟିପିଏ ଏବଂ ୨୦୨୦-୨୧ ରେ ୨୩ ଏମ୍ଟିପିଏ ରେ ପହଂଚାଇବା ପାଇଁ ସର୍ବଶ୍ରେÂ ଉଦ୍ୟମ ଜାରି ରଖିଛି । ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହା ଅଗ୍ରଣୀ ମ୍ୟାନେଜ୍ମେଂଟ ପରାମର୍ଶ ସଂସ୍ଥା କେପିଏମ୍ଜିକୁ ନିୟୋଜିତ କରିଛି ଯାହା ଯୋଜନା ପ୍ରସ୍ତୁତ କରିବା ସହିତ ବ୍ୟବସାୟିକ ଅଭିବୃଦ୍ଧି ଯୋଜନା ସହ ସମନ୍ୱୟରେ ଉପôାଦନ ଓ ପ୍ରକଳ୍ପ ଯୋଜନାଗୁଡ଼ିକୁ ସଂଗଠିତ କରିବ, ଢାଂଚାଗତ ପରିବର୍ତ୍ତନ ପ୍ରସ୍ତାବ, ସୂଚନା ପ୍ରଯୁକ୍ତି ସମ୍ବଳିତ ବ୍ୟବସ୍ଥା ଓ ପ୍ରଣାଳୀ ଏବଂ ନୂଆ ଜ୍ଞାନକୌଶଳର ଲାଭ ହାସଲ କରିବାରେ ସହାୟକ ହେବ ।
କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଉଦାହରଣ:
ଗୋଲ୍ଡ ବର୍ଗର ରାଜ୍ୟ ସରକାରୀ ଉଦ୍ୟୋଗ ଓଏମ୍ସି କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଏକ ଉଦାହରଣଭାବେ ନିଜକୁ ସ୍ଥାପିତ କରିପାରିଛି । ନିକଟରେ ଋଞ ଘଙଡ ଉଝଜ ଖରବୟରrଗ୍ଦଷସକ୍ଟ୍ର ଇଙ୍ଗବrୟ ହାସଲ ଏହି ନିଗମର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନର ପରିଚାୟକ ।
• ଶିକ୍ଷା କ୍ଷେତ୍ରରେ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଓଏମ୍ସି ସୁପର ୧୦୦ ଏବଂ ସ୍କୁଲ୍ ପ୍ରତି ୪ କୋଟି ଟଙ୍କା ବ୍ୟୟରେ ୨୫ଟି ଆଦର୍ଶ ସ୍କୁଲ୍ର ନିର୍ମାଣ
• ରାଜ୍ୟରେ କ୍ରୀଡ଼ା ଏବଂ ହକି ପାଇଁ ଓଏମ୍ସି ସବୁଠାରୁ ବଡ଼ ପୃÂପୋଷକ ରହିଆସିଛି । ଭାରତୀୟ ହକି ଦଳକୁ ବିକଶିତ କରିବାପାଇଁ ଏହା ଆଗାମୀ ୫ ବର୍ଷରେ ୧୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନକରିବାକୁ ପ୍ରତିଶ୍ରୁତିବଦ୍ଧ ।
• ବିଗତ ପାଂଚ ବର୍ଷରେ ଓଏମ୍ସି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତହବିଲ୍କୁ ୭,୧୦୭ କୋଟି ଟଙ୍କା ପ୍ରଦାନ କରିଛି, ଯାହାକି ସାମଗ୍ରିକଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ବ୍ୟୟର ଏକ ପ୍ରମୁଖ ଅଂଶ । ଓଏମ୍ସି ବିଗତ ୫ ବର୍ଷ ଧରି ପ୍ରତିବର୍ଷ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କାର ଲାଭାଂଶ (ଡିଭିଡେଣ୍ଡ୍) ପ୍ରଦାନ କରିଆସୁଛି ।
ପୋଷଣୀୟ ଖଣିଖନନ:
ଓଏମ୍ସି ଖଣିଜ ସଂରକ୍ଷଣ ତଥା ପୋଷଣୀୟତା (ଝଟଝଞଇଓଘଇଈଖଋ) ଭଳି ଦିଗପ୍ରତି ସମାନ ମାତ୍ରାରେ ସଚେତନ ରହିଛି । ସେଥିପାଇଁ ଗୁଣବତ୍ତା ମାନ ବଜାୟ ରଖିବା ପାଇଁ କ୍ରମାଗତ ଉଦ୍ୟମ କରାଯାଇଆସୁଛି । ଓଏମ୍ସି ଓଝଙ ୯୦୦୧, ଓଝଙ ୧୪୦୦୧ ଏବଂ ଙଐଝଇଝ ୧୮୦୦ ଆନ୍ତର୍ଜାତୀୟ ମାନକ ସମ୍ବଳିତ ଏକ ସମନ୍ୱିତ ପରିଚାଳନା ବ୍ୟବସ୍ଥା ସ୍ଥାପନ କରିଛି । ଏକ ସାମାଜିକ ଦାୟିତ୍ୱସମ୍ପନ୍ନ ସଂସ୍ଥା ଭାବେ ଓଏମ୍ସି ଏକ ସାମାଜିକ ଉତ୍ତରଦାୟୀ ବ୍ୟବସ୍ଥା ସ୍ଥାପନ କରିବା ପ୍ରକ୍ରିୟାରେ ରହିଛି, ଯାହାକି ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତ ଝଇ୮୦୦୦ ମାନକ ଅନୁପାଳିତ ।

Share in top social networks!
Powered By Indic IME