କର୍ଣ୍ଣାଟକ ବିଧାନସଭା ଫଳାଫଳକୁ ନେଇ ରାଜ୍ୟ କାର୍ଯ୍ୟାଳୟରେ ବିଜୟ ଉତ୍ସବ ପାଳନ


ସାରା ଦେଶ ଏବେ ମୋଦି ଲହରରେ ବିମୋହିତ ବୋଲି ତାହା ଆଜି ପ୍ରମାଣିତ ହେଲା । ୨୦୧୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ୪୦ଟି ଆସନ ପାଇଥିବା ଭାରତୀୟ ଜନତା ପାର୍ଟି ବୃଦ୍ଧି ଘଟି ୧୦୪ଟି ଆସନରେ ପହଂଚିଛି । ସେଠାରେ ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ରାଜ୍ୟବାସୀ ଭାରତୀୟ ଜନତା ପାର୍ଟିକୁ ରାଜ୍ୟରେ ଏକକ ବୃହତ ଦଳ ରୁପେ ନିର୍ବାଚିତ କରିଛନ୍ତି । ମ୍ୟାଜିକ ନମ୍ବରରୁ ଅଳ୍ପ ଆସନ ବ୍ୟବଧାନ ଥିଲେ ମଧ୍ୟ ୟେଦୁରପ୍ପା ରାଜ୍ୟପାଳଙ୍କୁ ଭେଟି ଦଳ ସେଠାରେ ସରକାର କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ସେହି ବିଜୟରେ ଭୁବନେଶ୍ୱର ଜିଲ୍ଲା ଭାରତୀୟ ଜନତା ପାର୍ଟି ତରପରୁ ରାଜ୍ୟ କାର୍ଯ୍ୟାଳୟଠାରେ କର୍ମୀମାନେ ଖୁସି ହୋଇ ଆତସବାଜି କରି ବାଜା ବଜାଇ ବିଜୟ ଉତ୍ସବ ପାଳନ କରିଛନ୍ତି । ଏହି ଉତ୍ସବରେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆଙ୍କ ସମେତ ରାଜ୍ୟ ଉପ ସଭାପତି ସମିର ମହାନ୍ତି, ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ରମାରଞ୍ଜନ ବଳିୟାରସିଂହ, ଦିଲ୍ଲିପ ମଲ୍ଲିକ, ଦିଲ୍ଲିପ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ଅମୀୟ ଦାଶ,ରାଜେନ୍ଦ୍ର ପଣ୍ଡାଙ୍କ ସହ ଜିଲ୍ଲା ଓ ମଣ୍ଡଳର ସମସ୍ତ କାର୍ଯ୍ୟକ³ର୍ାମାନେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME