ଆସନ୍ତା ୧୭ରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହେବା ପ୍ରସଙ୍ଗରେ; ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆସିଲା ଆଜ୍ଞାମାଳ

ଆସନ୍ତା ୧୭ ତାରିଖ ଦିନ ମହିଳା ସୁରକ୍ଷାକୁ ନେଇ ବିଜେପି ମହିଳାମୋର୍ଚ୍ଚା ତରଫରୁ ମହିଳା ସୁରକ୍ଷାଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ରାଜ୍ୟର ୭ଟି ରୁଟ୍ ରେ ୧୧ଦିନ ପାଇଁ କରାଯିବ । ଏହି ୧୧ ଦିନ ମଧ୍ୟରେ ୪୫୦ଟି ସାଧାରଣ ସଭା ଅନୁÂିତ ହେବ । ଏହି ସଭାରେ ମହିଳା ମାନଙ୍କର ସମସ୍ୟା, ଅଧିକାର ଏବଂ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବାର୍ତା ମହିଳାମାନଙ୍କୁ ପ୍ରଦାନ କରାଯିବ । ଏଥିପାଇଁ ଆଜି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଅଣାଯାଇଛି ବୋଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା ସୂଚନା ଦେଇଛନ୍ତି ।
ରାଜ୍ୟରେ ମହିଳାଙ୍କ ପ୍ରତି ବଢିଥିବା ଅତ୍ୟାଚାର ଓ ବ୍ୟଭିଚାରକୁ ପ୍ରତିବାଦ କରିବା ସହ ମହିଳାମାନଙ୍କୁ ସଚେତନତା କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚ ତରଫରୁ ଆସନ୍ତା ୧୭ ତାରିଖରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇ ମେ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।
କାକଟପୁରରୁ ମା ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ଭଦ୍ରକର ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାର, କଟକର ମା ଚଣ୍ଡୀ ମନ୍ଦିରରୁ ଉପ ସଭାନେତ୍ରୀ ସୁକେଶୀ ଓରାମ, ସମ୍ବଲପୁରର ମା ସମଲେଶ୍ୱରୀ ମନ୍ଦିରରୁ ବିଧାୟିକା ରାଧାରାଣୀ ପଣ୍ଡା, ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ପୂର୍ବତନ ସାଂସଦ ସଂଗୀତା ସିଂହଦେଓ, ସୋରଡାର ମା କନ୍ଧୁଣୀ ଦେବୀ ମନ୍ଦିରରୁ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକ, ଭୁବନେଶ୍ୱରର ମା ଶିଖରଚଣ୍ଡୀ ମନ୍ଦିରରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ୱରେ ଏହି ସୁରକ୍ଷା ଯାତ୍ରା ଆରମ୍ଭ ହେବ । ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ସାରା ରାଜ୍ୟରେ ଥିବା ମହିଳାଙ୍କୁ ନିଜର ଅଧିକାର ଏବଂ ସୁରକ୍ଷା ସଂପର୍କରେ ବାର୍ତା ଦେବା ସହ ମହିଳା ବିରୋଧୀ ରାଜ୍ୟ ସରକାରଙ୍କ ବିଫଳତାକୁ ରାଜ୍ୟରେ ଏକ କୋଟି ପରିବାରରେ ପାଖରେ ପହଂଚାଇବ ।

Share in top social networks!
Powered By Indic IME