ଓଡିଶା ରାଜ୍ୟ ମଦ୍ରସା ବୋର୍ଡ ପରୀକ୍ଷାଫଳ ପ୍ରକାଶିତ

ଚଳିତ ଶିକ୍ଷା ବର୍ଷରେ ରାଜ୍ୟ ମଦ୍ରସା ବୋର୍ଡର ବିଭିନ୍ନ ବର୍ଗରେ ଅନୁଷ୍ଠିତ ପରୀକ୍ଷା ଯଥା ମୌଲବୀ, ମାହିର, ଆଲିମ ଏବଂ ଫାଜିଲ ତା ୨୩.୦୨.୨୦୧୮ ରିଖ ଠାରୁ ୦୭.୦୩.୨୦୧୮ ରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରୀକ୍ଷାର ଫଳାଫଳରୁ ଜଣାଯାଇଛି ଯେ, ମୋଟ ୧୩୫୮ ଜଣ ପଞ୍ଜିକୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୦୨ ଜଣ ପରୀକ୍ଷା ଦେଇଥିବା ବେଳେ ସର୍ବମୋଟ ୧୦୬୮ ଜଣ ପରୀକ୍ଷାର୍ଥୀ ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଛନ୍ତି । ପରିସଙ୍ଖ୍ୟ।ନ ଅନୁଯାୟୀ ୨୦୧୭ ଶିକ୍ଷା ବର୍ଷରେ ମଦ୍ରସା ବୋର୍ଡର ୮୧% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିବା ବେଳେ ଚଳିତ ବର୍ଷ ୮୨% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।
ସେହିପରି ବିଭିନ୍ନ ବର୍ଗରେ ଯଥା ମୌଲବୀ ବର୍ଗରେ ଶତକଡା ୯୧.୭୯ ବାଳକ ପାସ କରିଥିବା ବେଳେ ଶତକଡା ୮୧.୨୫ ବାଳିକା ପାସ କରିଛନ୍ତି, ମାହିର ବର୍ଗରେ ଶତକଡା ୮୯.୫୭ ବାଳକ ପାସ କରିଥିବା ବେଳେ ଶତକଡା ୯୪.୨୭ ବାଳିକା ପାସ କରିଛନ୍ତି, ଆଲିମ ପ୍ରି-ଡିଗ୍ରୀ ବର୍ଗରେ ଶତକଡା ୯୭.୯୪ ବାଳକ ପାସ କରିଥିବା ବେଳେ ଶତକଡା ୯୬.୧୫ ବାଳିକା ପାସ କରିଛନ୍ତି, ଆଲିମ ଫାଇନାଲ-ଡିଗ୍ରୀ ବର୍ଗରେ ଶତକଡା ୯୭.୧୪ ବାଳକ ପାସ କରିଥିବା ବେଳେ ଶତକଡା ୯୭.୮୭ ବାଳିକା ପାସ କରିଛନ୍ତି, ଫାଜିଲ-ଇ-ହାଦିଥ ବର୍ଗରେ ଶତକଡା ୧୦୦ ବାଳକ ପାସ କରିଥିବା ବେଳେ ଶତକଡା ୧୦୦ ବାଳିକା ପାସ କରିଛନ୍ତି, ସେହିପରି ଫାଜିଲ-ଇ-ଉର୍ଦୁ ବର୍ଗରେ ଶତକଡା ୧୦୦ ବାଳକ ପାସ କରିଥିବା ବେଳେ ଶତକଡା ୯୦ ବାଳିକା କୃତକାର୍ଯ୍ୟ ହୋଇଛନ୍ତି ।
ଆଜି ସ୍ଥାନୀୟ ଉର୍ଦୁ ଭବନଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପନିର୍ଦ୍ଦେଶିକା ତଥା ରାଜ୍ୟ ମଦ୍ରସା ବୋର୍ଡର ଉପସଭାପତି ସ୍ନେହମୟୀ ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମିଳନୀରେ ରାଜ୍ୟ ମଦ୍ରସା ବୋର୍ଡର ଚଳିତ ଶିକ୍ଷା ବର୍ଷର ବିଭିନ୍ନ ପରୀକ୍ଷାର ଫଳାଫଳ ଘୋଷଣା କରଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍ଵତନ୍ତ୍ର ନିରୀକ୍ଷଣ ଅଧିକାରୀ ତଥା ବୋର୍ଡର ସମ୍ପାଦକ ଲଇକୁଦ୍ଦିନ ଅହମଦ୍ଦ ଉପସ୍ଥିତ ଥିବା ବେଳେ ମଦ୍ରସା ବୋର୍ଡର ସଭ୍ୟ ସେକ ବର୍କତୁଲ୍ଲାହ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ଉର୍ଦୁ ଶିକ୍ଷାର ପ୍ରସାର ପାଇଁ ୧୯୭୧ ମସିହାରେ ରାଜ୍ୟ ସରକାର ଏହି ବୋର୍ଡ ଗଠନ କରିଥିଲେ । ବୋର୍ଡର ସଭାପତି ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଦାୟିତ୍ଵ ନିର୍ବାହ କରିବାର ପରମ୍ପରା ରହି ଆସିଛି ।

Share in top social networks!
Powered By Indic IME