ବାବୁଲି ମିଶ୍ରଙ୍କ ବିୟୋଗରେ ବିଜେଡି ସଭାପତିଙ୍କ ଶୋକ

ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିବା ଖବର ଶୁଣି ରାଜଧାନୀର ସମସ୍ତ ବିଜେଡି କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକଙ୍କ
ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ମିଶ୍ରଙ୍କ ମରଶରୀରକୁ ବିଜେଡି ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚô ସ୍ୱର୍ଗତ ମିଶ୍ରଙ୍କ ମରଶରୀରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଶ୍ରୀ ମିଶ୍ରଙ୍କ ଶୋକସନ୍ତପ୍ତ
ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀ ମିଶ୍ରଙ୍କ ବିୟୋଗ ବିଜେଡି ପାଇଁ ଏକ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ କହିଛନ୍ତି ଯେ ବିଜୁ ଜନତା ଦଳକୁ ବଳିÂ କରି ଗଢ଼ି ତୋଳିବାରେ ସ୍ୱର୍ଗତ ମିଶ୍ରଙ୍କ ଅବଦାନ ଯଥେଷ୍ଟ ରହିଥିଲା ।

ତାଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ପ୍ରାର୍ଥନା କରିବା ସହ ସ୍ୱର୍ଗତ ମିଶ୍ରଙ୍କ ପରିବାରଙ୍କୁ ଏହି ଦାରୁଣ ପରିସ୍ଥିତିର ମୁକାବିଲା ଲାଗି ଈଶ୍ୱର ଶକ୍ତି ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ପୂର୍ବତନ ଡେପୁଟି ମେୟର ଭାରତୀ ସିଂହ, ଯୁବ ବିଜେଡି ଉପଦେଷ୍ଟା ରଞ୍ଜିତ
ମହାପାତ୍ର, ଉପ-ସଭାପତି ଦୁର୍ଗା ସାମନ୍ତରାୟଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME