ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାକୁ ଏଅନ୍ ହେୱିଟ୍ ଶ୍ରେÂ ନିଯୁକ୍ତିଦାତା ପୁରସ୍କାର

“ନିୟୋଜନ ପ୍ରତି ପ୍ରତିଶ୍ରୁତିବଦ୍ଧତା” ପାଇଁ ବେଦାନ୍ତ ଲିମିଟେଡ୍ ଝାରସୁଗୁଡ଼ାକୁ ଏଅନ୍ ହେୱିଟ୍ ଶ୍ରେÂ ନିଯୁକ୍ତିଦାତା ପୁରସ୍କାର ମିଳିଛି । ମୁମ୍ବାଇଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ କଂପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଅନ୍ ହେୱିଟ୍ର ପକ୍ଷରୁ କରାଯାଇଥିବା ଶ୍ରେÂ ନିଯୁକ୍ତିଦାତା ସର୍ବେକ୍ଷଣ ୨୦୧୭-୧୮ରେ ଯୋଗାଯୋଗ, ବ୍ରାଣ୍ଡିଂ, ପୁରସ୍କାର ଓ ସ୍ୱୀକୃତି ଓ ଜୀବନ ଧାରଣ ମାନରେ ଉନ୍ନତି ଆଦି କ୍ଷେତ୍ରରେ କର୍ମଚାରୀ ନିୟୋଜନ କାର୍ଯ୍ୟକଳାପରେ କଂପାନି ଶ୍ରେÂ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଛି ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରୀଯୁକ୍ତ ଅଭିଜିତ ପତି, ସିଇଓ-ବେଦାନ୍ତ ଲିମିଟେଡ୍, ଝାରସୁଗୁଡ଼ା କହିଛନ୍ତି ଯେ, “କର୍ମଚାରୀ ଉକ୍ରର୍ଷ କ୍ଷେତ୍ରରେ ଆମର ଉକ୍ରୃଷ୍ଟ ପ୍ରଦର୍ଶନରେ ‘ନିୟୋଜନ ପ୍ରତି ପ୍ରତିଶ୍ରୁତିବଦ୍ଧତା’ ପାଇଁ ଏଅନ୍ ହେୱିଟ୍ ଶ୍ରେÂ ନିଯୁକ୍ତିଦାତା ପୁରସ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ।’’

ଶ୍ରୀଯୁକ୍ତ ଦିଲ୍ଳୀପ ରଂଜନ ସାହୁ, ବ୍ୟବସାୟ ମୁଖ୍ୟ-ମାନବ ସମ୍ବଳ, ବେଦାନ୍ତ ଲିମିଟେଡ୍ କହିଛନ୍ତି ଯେ, “ଏହି ପୁରସ୍କାରକୁ ଗ୍ରହଣ କରି ଆମେ କୃତଜ୍ଞ ଓ ଗର୍ବିତ । କାମରେ ଓ ବାହରେ ଆମର କର୍ମଚାରୀଙ୍କୁ ଅର୍ଥପୂର୍ଣ୍ଣ ନିଯୁକ୍ତି ପ୍ରଦାନ ଦିଗରେ ଆମର ଉଦ୍ୟମ ପାଇଁ ଏହା ହେଉଛି ସ୍ୱୀକୃତି ।’’

ଏଅନ୍ ହେୱିଟ୍ ପକ୍ଷରୁ ୧୦ଟି ଶିଳ୍ପ ବର୍ଗର ୧୨୫ଟି କଂପାନିର ପାଖାପାଖି ୩୨୯,୦୦୦ କର୍ମଚାରୀଙ୍କୁ ଅନୁଧ୍ୟାନ କରି ଏହି ସର୍ବେକ୍ଷଣ କରାଯାଇଛି । କଠୋର ଯାଂଚ ପ୍ରକ୍ରିୟା ଓ ସ୍ୱାଧୀନ ବିଚାରକ ମଣ୍ଡଳୀ ଦ୍ୱାରା ବିଜେତା ଚୟନ କରାଯାଇଛି । ବିଚାରକ ମଣ୍ଡଳୀରେ ଶ୍ରୀଯୁକ୍ତ ଅଜୟ ପିରାମଲ, ଅଧ୍ୟକ୍ଷ, ପିରାମଲ୍ ଗ୍ରୁପ୍, ଶ୍ରୀମତି କଳ୍ପନା ମୋରପିଆ, ସିଇଓ-ଜେପି ମୋର୍ଗାନ୍, ଶ୍ରୀଯୁକ୍ତ ସଂଜୀବ ଅଗ୍ରୱାଲ୍, ବରିÂ ଏମ୍ଡି, ହେଲିଅନ୍ ଭେଂଚର, ଶ୍ରୀଯୁକ୍ତ ଇନ୍ଦରଜିତ ୱାଲିଆ, ସ୍ୱାଧୀନ କନସଲଟାଂଟ୍ (ଭାରତୀ ଗ୍ରୁପର ପୂର୍ବତନ ଏଚଆର ମୁଖ୍ୟ) ଓ ପ୍ରଫେସର ପ୍ରେମାରଂଜନ, ଏକ୍ସଏଲଆରଆଇ ରହିଥିଲେ ।

Share in top social networks!
Powered By Indic IME