ମଇ ୨୨ରେ କୁଳପତି ସମ୍ମିଳନୀ

ଆଗାମୀ ମଇ ୨୨ ତାରିଖରେ ରାଜଭବନରେ କୁଳପତି ସମ୍ମିଳନୀ ଅନୁÂିତ ହେବ । ରାଜ୍ୟପାଳ ତଥା କୁଳାଧିପତି ସତ୍ୟ ପାଲ ମଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି
ସମ୍ମିଳନୀରେ ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଭାଷା, ସାହିତ୍ୟ ଓ ସଂସ୍କୃତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚ ଶିକ୍ଷା ବିଭାଗର ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ଯୋଗଦେବେ । ଇଂଟରନାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇନ୍ଫରମେସନ ଟେକ୍ନୋଲୋଜି, ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇସେନ୍ସ ଆଣ୍ଡ ରିସର୍ଚ୍ଚ ସହିତ ରାଜ୍ୟର ୧୭ଗୋଟି ବିଶ୍ୱବିଦ୍ୟାଳୟ ସଂପର୍କରେ ସମ୍ମିଳନୀରେ ବିଭିନ୍ନ ପ୍ରସଂଗରେ ଆଲୋଚନା କରାଯିବ । ନିର୍ଦ୍ଧାରିତ ସମୟରେ ପରୀକ୍ଷା
ପରିଚାଳନା, ଫଳ ପ୍ରକାଶନ ଓ ସାର୍ଟିଫିକେଟ୍ ପ୍ରଦାନ, ଖାଲିଥିବା ପଦବୀ ପୂରଣ ସହ ଆବଶ୍ୟକତା ଅନୁଯାୟୀ ନୂତନ ପଦବୀ ସୃଷ୍ଟି, ପ୍ରତି ବିଶ୍ୱ ବିଦ୍ୟାଳୟରେ କ୍ରୀଡ଼ା କଂପ୍ଲେକ୍ସ
ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ ଦେବା ସହ ଉକôର୍ଷ କେନ୍ଦ୍ର ସ୍ଥାପନ, କ୍ୟାଂପସ୍ରେ ଶୃଙ୍ଖଳା ତଥା ଶୈକ୍ଷିକ ପରିବେଶରେ ଉନ୍ନତି, ପ୍ଲେସମେଣ୍ଟ୍ ସେଲ୍ର କାର୍ଯ୍ୟକାରିତା, ଅଭିଯୋଗ
ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ଯଥାଯଥ ବିନିଯୋଗ ଓ ଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣ ପତ୍ର ପ୍ରଦାନଆଦି ବିଷୟରେ ଆଲୋଚନା ହେବ ।

ପ୍ରକାଶଯୋଗ୍ୟ ଯେ ପୂର୍ବରୁ ରାଜ୍ୟପାଳ କେତେକ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ରାଜଭବନକୁ ଡ଼କାଇ ଅଲଗା ଅଲଗା ଭାବରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଓ ସମସ୍ୟା
ସଂପର୍କରେ ପଚାରି ବୁଝିଛନ୍ତି । ଆବଶ୍ୟକ ତଥ୍ୟ ଓ ସୂଚନା ସହ କୁଳପତି ସମ୍ମିଳନୀରେ ଯୋଗ ଦେବାକୁ ସଂପୃକ୍ତ କୁଳପତି ଓ ଅଧିକାରୀମାନଙ୍କୁ ରାଜଭବନ ପକ୍ଷରୁ କୁହାଯାଇଛି ।

Share in top social networks!
Powered By Indic IME