ଉଚ୍ଚତର ପ୍ରଦର୍ଶନ ଲକ୍ଷ୍ୟ ହାସଲ ନିମନ୍ତେ ଭାରତ ସରକାରଙ୍କ ସହ ନାଲ୍କୋର ବୁଝାମଣାପତ୍ର ସ୍ୱାକ୍ଷରିତ

ନବରତ୍ନ ଲୋକଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲ୍କୋ) ପକ୍ଷରୁ ୨୦୧୮-୧୯ ଆର୍ଥôକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଲକ୍ଷ୍ୟ, ଏ ଯାବତ୍ ସର୍ବାଧିକ ଏବଂ ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ । ୧୪ ମଇ ୨୦୧୮ରେ ନୂଆଦିଲ୍ଲୀ ଠାରେ ଏହି ବୁଝାମଣାପତ୍ରଟି ଖଣି ମନ୍ତ୍ରାଳୟର ସଚିବ ଶ୍ରୀ ଅନୀଲ ଗୋପୀଶଙ୍କର ମୁକିମ ଏବଂ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱକ୍ଷରିତ ହୋଇଥିଲା । ୨୦୧୭-୧୮ ଆର୍ଥôକ ବର୍ଷରେ ଉକôୃଷ୍ଟ ପ୍ରଦର୍ଶନ ଏବଂ ଉଚ୍ଚ ମାନର କର୍ପୋରେଟ୍ ଗଭର୍ଣ୍ଣାନ୍ସ ନିମନ୍ତେ ଖଣି ସଚିବ ଶ୍ରୀ ମୁକିମ ନାଲ୍କୋ ପରିଚାଳନା ମଣ୍ଡଳୀକୁ ପ୍ରଶଂସା କରିବା ସହ ୨୦୧୮-୧୯ ପାଇଁ ଏହାର ବଳିÂ ବ୍ୟବସାୟିକ ଯୋଜନା ପାଇଁ ଶୁଭେଚ୍ଛା ପ୍ରକାଶ କରିଥିଲେ । ନୂତନ ଡି.ପି.ଇ. ନିଦେ୍ର୍ଧଶାବଳୀ ଆଧାରରେ ଉଭୟ ଆନ୍ତଃ-ମନ୍ତ୍ରାଳୟ କମିଟି ଏବଂ ଖଣି ମନ୍ତ୍ରାଳୟ ସହ ଆଲୋଚନା ପରେ ଏହି ବୁଝାମଣାପତ୍ରଟି ପ୍ରସ୍ତୁତ ହୋଇଥିଲା ।
ଏହି ବୁଝାମଣାପତ୍ର ଅନୁସାରେ, କମ୍ପାନୀ ଚଳିତ ଆର୍ଥôକ ବର୍ଷରେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ୨.୧ ନିୁୟତ ଟନ୍ ଆଲୁମିନା ଏବଂ ୪.୧୫ ନିୟୁତ ଟନ୍ ଆଲୁମିନିୟମ୍ ଉପôାଦନ କରିବ ବୋଲି ଧାର୍ଯ୍ୟ କରାଯାଇଛି । ଉପôାଦନ କ୍ଷମତାରେ ଉନ୍ନତିରେ ଅଂଶ ଭାବେ ନେଟ୍ କାର୍ବନ୍ ଉପଯୋଗରେ ହ୍ରାସ ଆଣିବା ସହ ଆର୍ ଆଣ୍ଡ୍ ଡି ଉପôାଦଗୁଡ଼ିକର ବ୍ୟବସାୟୀକରଣ ପାଇଁ ମଧ୍ୟ ନାଲ୍କୋ ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ ହୋଇଛି ।
୨୦୧୮-୧୯ ପାଇଁ ନାଲ୍‍କୋ ପକ୍ଷରୁ ୧୧୦୦ କୋଟି ଟଙ୍କାର କ୍ୟାପେକ୍ସ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏଥିରେ ୧ ନିୟୁତ ଟନ୍ ରିଫାଇନେରୀ, ଉକôଳ-ଡି ଓ ଉକôଳ-ଇ କୋଇଲା ବ୍ଲକ୍‍ର ବିକାଶ, ପବନଚାଳିତ ବିଦୁ୍ୟତ ଉପôାଦନ ପ୍ରକଳ୍ପ, ବିଭିନ୍ନ ଯୌଥ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆଧୁନିକୀକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏଥି ସହିତ, ମାନବସମ୍ବଳ ବିକାଶ ଦିଗରେ କମ୍ପାନୀ ପକ୍ଷରୁ ଏକ କର୍ମଚାରୀମାନଙ୍କ ପିପୁଲ୍ କ୍ୟାପାବିଲିଟୀ ମ୍ୟାଚୁ୍ୟରିଟୀ ମଡେଲ୍ (ପିସିଏମ୍ଏମ୍) ଜରିଆରେ ଦକ୍ଷତା ଆକଳନ ଏବଂ ଅନ୍ଲାଇନ୍ ହୁ୍ୟମାନ୍ ରିସୋର୍ସ୍ ମ୍ୟାନେଜ୍ମେଣ୍ଟ୍ ବ୍ୟବସ୍ଥାର ପ୍ରବର୍ତ୍ତନ ଆଦି ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଏହି ଯୋଜନା ଦ୍ୱାରା କମ୍ପାନୀର ମାନବସମ୍ବଳ ଅଧିକ ସମୃଦ୍ଧ ହେବା ସହ ନୂତନ ବ୍ୟବସାୟିକ ଯୋଜନା ପାଇଁ ଆବଶ୍ୟକୀୟ ଦକ୍ଷତା ଲାଭ କରିପାରିବେ ।
ଏହି ଅବସରରେ, ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ଡଃ କେ. ରାଜେଶ୍ୱର ରାଓ, ଯୁଗ୍ମ ସଚିବ ଶ୍ରୀ ଅନୀଲ କୁମାର ଏବଂ ମନ୍ତ୍ରାଳୟ ଓ ନାଲ୍‍କୋର ବରିÂ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME