ଲାଞ୍ଚ ମାମଲାରେ କିରାଣି ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର: ମୃତୁ୍ୟ ପ୍ରମାଣପତ୍ର ଦେବା ଲାଗି ଟଙ୍କା ଲାଞ୍ଚ ନେଉଥିବା ମାମଲାର ଶୁଣାଣି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ରାସଗୋବିନ୍ଦପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ତକ୍ରାଳୀନ ପରିସଂଖ୍ୟନ କିରାଣି ଭୋଳାନାଥ ରାଉତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ଶ୍ରୀ ରାଉତଙ୍କୁ ଏକବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ତିନିମାସ ଅଧିକ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ରାଉତ ଜାଲ ଜନ୍ମ ପ୍ରମାଣପତ୍ର ଦେବା ଅଭିଯୋଗରେ ଅଦାଲତ ଦ୍ୱାରା ଗତ ଏପ୍ରିଲ ମାସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ ଯେ ଛୋଟରାୟ ସୋରେନ ନାମକ ଜଣେ ବ୍ୟକ୍ତି ନିଜ ଜେଜେମାଙ୍କ ମୃତୁ୍ୟ ପ୍ରମାଣପତ୍ର ପାଇଁ ୨୦୧୪ ଅକ୍ଟୋବର ମାସରେ ଆବେଦନ କରିଥିଲେ । ମାତ୍ର ଦାୟିତ୍ୱରେ ଥିବା ତକ୍ରାଳୀନ ପରିସଂଖ୍ୟନ କିରାଣି ଶ୍ରୀ ରାଉତ ତାଙ୍କୁ ଏଥିପାଇଁ ଏକହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ସମ୍ପର୍କରେ ଶ୍ରୀ ସୋରେନ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ପକ୍ଷରୁ ଶ୍ରୀ ରାଉତଙ୍କୁ ଟଙ୍କା ସହ ଗିରଫ କରାଯିବା ପରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ପ୍ରଦୀପ କୁମାର ସାମଲ କରିଥିଲା ବେଳେ ସ୍ୱତନ୍ତ୍ର ଭିଜିଲାନ୍ସ ପିପି କେ.ସି. ଶତପଥୀ ମାମଲା ପରିଚାଳନା କରୁଥିଲେ ।

Share in top social networks!
Powered By Indic IME