କର୍ପୋରେଟ ପ୍ରିମିୟର ଲିଗ,ସ୍ପାର୍ଟନ୍ସ ଚମ୍ପିଆନ


ଭୁବନେଶ୍ୱର: କର୍ପୋରେଟ କ୍ରିକେଟ କ୍ଲବ ପକ୍ଷରୁ ଅନୁÂିତ ପ୍ରଥମ କର୍ପୋରେଟ କ୍ରିକେଟ ପ୍ରିମିୟର ଲିଗ୍‍ ପ୍ରତିଯୋଗିତାରେ ସ୍ପାର୍ଟନ୍ସ ଏକାଦଶ ଚମ୍ପିଆନ ହୋଇଛି । ଫାଇନାଲ ମ୍ୟାଚରେ କ୍ଲାଉଡ୍ସ ଏକାଦଶକୁ ୧୩ରନରେ ପରାସ୍ତ କରି ସ୍ପାର୍ଟନ୍ସ ବିଜୟୀ ହୋଇଥିଲା । ରବିବାର ରାତିରେ ଅନୁÂିତ ମ୍ୟାଚରେ ସ୍ପାର୍ଟନ୍ସ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରି ୧୦ ଓଭରରେ ୫ ଉଇକେଟ ହରାଇ ୧୬୩ରନ କରିଥିଲା । ଜବାବରେ କ୍ଲାଉଡ୍ସ ୧୦ ଓଭରରେ ୨ ଉଇକେଟ ହରାଇ ୧୫୦ କରିଥିଲା । ସ୍ପାର୍ଟନ୍ସର ଜିତେନ ଷଡଙ୍ଗୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଥିଲା । ଏହାପୂର୍ବରୁ ଅନୁÂିତ କ୍ୱାଲିଫାୟର ମ୍ୟାଚରେ ବ୍ଲୁଟେକ୍‍ ସ୍ମାସର୍ସକୁ କ୍ଲାଉଡ୍ସ ଏକାଦଶ ପରାସ୍ତ କରିଥିଲା ବେଳେ ସ୍ପାର୍ଟନ୍ସ ଏକାଦଶ ୨୬ରନରେ ବ୍ଲୁଟେକ୍‍ ସ୍ମାସର୍ସକୁ ପରାସ୍ତ କରିଥିଲା । ସେହିପରି ଏଲିମିନେଟର ମ୍ୟାଚରେ ସର୍ଜିକାଲ ଷ୍ଟ୍ରାଇକର୍ସକୁ ସ୍ପାର୍ଟନ୍ସ ୨ରନରେ ପରାସ୍ତ କରିଥିଲା । ଚମ୍ପିଆନ ଦଳକୁ ଟ୍ରଫି ସହ ୬୦ହଜାର ଓ ରନର୍ସଅପ୍‍ ଦଳକୁ ଟ୍ରଫି ସହ ୪୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟର ଶ୍ରେÂ ବ୍ୟାଟ୍ସମ୍ୟାନ ଓ ଉଇକେଟକିପର ଭାବେ ଅମ୍ରିତ୍‍ ପ୍ରୀତମ ମହାନ୍ତି, ବୋଲର ଭାବେ ତନ୍ମୟ ପରିଡା, ଫିଲ୍‍ଡର ଓ ମ୍ୟାନ ଅଫ ଦି ସିରିଜ୍‍ ଭାବେ ପ୍ରତୀକ ପଟ୍ଟନାୟକ ପୁରସ୍କୃତ କରାଯାଇଥିଲା ବେଳେ ଟୁର୍ଣ୍ଣାମେଣ୍ଟର ଶ୍ରେÂ କ୍ୟାଚ ନେଇଥିବା ଅଭିଷେକ ରଥଙ୍କୁ ପୁରସ୍କୃତ କରାଯାଇଥିଲା ।

Share in top social networks!
Powered By Indic IME