ଭୁବନେଶ୍ୱର ସ୍ମାର୍ଟସିଟି ବ୍ୟାଡମିଣ୍ଟନ ଉଦ୍‍ଯାପିତ


ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ବ୍ୟାଡମିଣ୍ଟନ ପକ୍ଷରୁ ଏଠାରେ ଚାଲିଥିବା ଦ୍ୱିତୀୟ ସ୍ମାର୍ଟସିଟି ବ୍ୟାଡମିଣ୍ଟନ ର୍ୟାକିଂ ପ୍ରତିଯୋଗିତା ରବିବାର ଉଦ୍‍ଯାପିତ ହୋଇଯାଇଛି । ପ୍ରତିଯୋଗିତାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାର ମହିଳା ବର୍ଗରେ ଶ୍ରୁତି ସ୍ୱାଇଁ ପ୍ରଥମ ହୋଇଥିବା ବେଳେ ୟଶସ୍ୱୀ ସାମଲ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ୧୫ବର୍ଷରୁ କମ ବାଳକ ବିଭାଗରେ ଅଭିଜିତ ମହାରଣା ଓ ଅମ୍ରିତ୍‍ ମହାନ୍ତି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାରୀ କରିଛନ୍ତି । ୧୭ ବର୍ଷରୁ କମ ବର୍ଗରେ ନନ୍ଦିଶ ପୋଦ୍ଧାର, ଆୟୁଷ ଦାସ ଓ ୧୯ବର୍ଷରୁ କମ ବର୍ଗରେ ଆଦିତ୍ୟ କୁମାର ଦାସ ଓ ନନ୍ଦିଶ ପୋଦ୍ଧାର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ୧୭ବର୍ଷରୁ କମ ବାଳିକା ବର୍ଗରେ ଶ୍ରୁତି ସ୍ୱାଇଁ ପ୍ରଥମ ହୋଇଥିଲା ବେଳେ ପୂର୍ବା ପ୍ରତୁ୍ୟଷା ପଣ୍ଡା ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଆସୋସିଏସନର ସଭାପତି ହିମାଂଶୁ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‍ଯାପନୀ ଉତ୍ସବରେ ଅତିଥି ଭାବେ ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡିଶା ବ୍ୟାଡମିଣ୍ଟନ ଆସୋସିଏସନ ସମ୍ପାଦକ ପ୍ରଦୀପ ମହାନ୍ତି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିସିବି ବ୍ୟାଙ୍କର ଭଗବାନ ଓଝା, ଅସିମ ଅମିତାଭ ଦାସ, ସାଇ ଏକାଡେମୀ ମୁଖ୍ୟ କୋଚ ରୋମେନ ଘୋଷ, ଆସୋସିଏସନ ସମ୍ପାଦକ ସୁରେନ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ ।

Share in top social networks!
Powered By Indic IME