ଉଦାହରଣ ସୃଷ୍ଟି କଲେ ଦୀପା ଅସୁସ୍ଥ କ୍ରୀଡ଼ା ସାମ୍ବାଦିକଙ୍କୁ ଆର୍ଥିକ ସହାୟତା


ସେ କି୍ରକେଟ ଖେଳାଳିଙ୍କ ଭଳି କୋଟି କୋଟି ଟଙ୍କା ଆୟ କରନ୍ତି ନାହିଁ । କିମ୍ବା ବିଜ୍ଞାପନରୁ ମଧ୍ୟ ପାଆନ୍ତି ନାହିଁ ପ୍ରଚୁର ଅର୍ଥ । ହେଲେ ନିଜ ଖେଳରେ ସେ ଜଣେ ଲିଜେଣ୍ଡ ହୋଇସାରିଛନ୍ତି । ଅଲିମ୍ପିକ୍‍ରେ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଗତଥର । ସେହି ମହାନ୍‍ ଜିମ୍ନାଷ୍ଟ ଦୀପା କର୍ମକାର ଏକ ବଡ଼ ଉଦାହରଣ ସ୍ଥାପନ କରିଛନ୍ତି । ଜଣେ ଗୁରୁତର ଅସୁସ୍ଥ ହୋଇପଡିଥିବା ବରିÂ କ୍ରୀଡ଼ା ସାମ୍ବାଦିକଙ୍କୁ ଅର୍ଥ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଦୀପା । ଜିମ୍ନାଷ୍ଟ ଦୀପାଙ୍କ ଘର ତି୍ରପୁରାର ରାଜଧାନୀ ଅଗରତାଲାରେ । ସେହି ଅଗରତାଲାରୁ ବାହାରୁଥିବା ଲୋକପି୍ରୟ ଇଂରାଜୀ ସମ୍ବାଦପତ୍ର ‘ତି୍ରପୁରା ଟାଇମ୍ସ’ର କ୍ରୀଡ଼ା ସମ୍ପାଦକ ହେଲେ ବିଶ୍ୱଜିତ୍‍ ଶର୍ମା । ବହୁ ଦିନରୁ ସେ କ୍ରୀଡ଼ା ସାମ୍ବାଦିକତା ଧାରାରେ ଅଛନ୍ତି । ତି୍ରପୁରା କ୍ରୀଡ଼ା ସାମ୍ବାଦିକ ସଂଘର ସମ୍ପାଦକ ଦାୟିତ୍ୱ ତୁଲାଇ ସାରିଥିବା ବିଶ୍ୱଜିତ ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘର କାର୍ଯ୍ୟାନିର୍ବାହୀ ସଦସ୍ୟ ମଧ୍ୟ ରହିସାରିଛନ୍ତି । ସେ ଏବେ କିଡ଼୍‍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦୀପାଙ୍କ ଉପରେ ବହୁବର୍ଷରୁ ଏକାଧିକ ଷ୍ଟୋରି କରିଥିବା ବିଶ୍ୱଜିତଙ୍କୁ ନିଜ ସମ୍ବଳ ଅନୁସାରେ ସାହାଯ୍ୟ କରିବା ପାଇଁ ଦୀପା ଆଗଭର ହୋଇଥିଲେ । ନିକଟରେ ବିଶ୍ୱଜିତଙ୍କ ଘରେ ପହଞ୍ଚି ସେ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି । ତାଙ୍କ କୋଚ୍‍ ବିଖ୍ୟାତ ଜିମ୍ନାଷ୍ଟିକ୍‍ ଗୁରୁ ବିଶେଶ୍ୱର ନନ୍ଦୀ ମଧ୍ୟ ପ୍ରଦାନ କରିଛନ୍ତି ୧୫ହଜାର ଟଙ୍କା । ଗୁରୁତର ଅବସ୍ଥାରେ ଥିବା କ୍ରୀଡ଼ା ସାମ୍ବାଦିକଙ୍କୁ କୌଣସି ଖେଳାଳି ଅର୍ଥ ସାହାଯ୍ୟ କରିବା ଏହା ପ୍ରଥମ ବୋଲି କୁହାଯାଉଛି । ଦୀପାଙ୍କ ଏହି ଉଦାହରଣ ହୁଏତ କୋଟିପତି କି୍ରକେଟରମାନଙ୍କୁ ବାଟ ଦେଖାଇବ ।

Share in top social networks!
Powered By Indic IME