୨୦୧୩-୧୪ ବଜେଟ୍ ବିଧାନସଭାରେ ଫେବୃଆରୀ ୧୪ରୁ ୧୯ରେ ଉପସ୍ଥାପିତ ହେବ

13 TUSEDAY ASSAMBLY VEW.ASHOK (1)ଆଗାମୀ ଫେବୃଆରୀ ମାସ ୧୪ତାରିଖ ଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ମାସ ୬ ତାରିଖ ପର୍ଯ୍ୟନ୍ତ ଚାଲିବ | ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଅନୁଷ୍ଠିତ ହେବ | ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ଫେବୃଆରୀ ୧୪ରୁ ଆରମ୍ଭ ହୋଇ ଫେବୃଆରି ୨୫ ପର୍ଯ୍ୟନ୍ତ ଓ ଦ୍ଵିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୭ରୁ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ | ରାଜ୍ୟପାଳ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କରେ ସମାନ ଜାରି କରାଯାଇଛି |

ରାଜ୍ୟପାଳଙ୍କ ପକ୍ଷରୁ ସମାନ ଜାରି ହେବା ପରେ ବିଧାନସଭା ସଚିବାଳୟ ପକ୍ଷରୁ ଅନୁରୂପ ଭାବେ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି | କହିବାକୁ ଗଲେ ରାଜ୍ୟପାଳଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ | ଏହି ଅଧିବେଶନରେ ଚାରୋଟି ସରକାରୀ ଦିବସ ଓ ତିନୋଟି ବେସରକାରୀ ଦିବସ ରହିବ | ଏହି ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟକରି ଦିବସ ରହିବ | ଫେବୃଆରି ୨୬ ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ବୈଠକ ବସିବ ନାହିଁ | ଏହି ସମୟରେ ବିଧାନସଭା ପକ୍ଷରୁ ଗଠିତ ବିଭିନ୍ନ ସରକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ଗୁଡିକର ବୈଠକ ବସିବ ଏବଂ ସେଥିରେ ବଜେଟ ସଂକ୍ରାନ୍ତୀୟ ଆଲୋଚନା ହେବ | ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ପ୍ରଦାନ କରିବା ପରେ ତା ଉପରେ ଫେବୃଆରୀ ୧୬ ଓ ୧୮ ତାରିଖ ଦିନ ବିଧାନସଭାରେ ଆଲୋଚନା ହେବ |

ଫେବୃଆରୀ ୧୯ ତାରିଖ ଦିନ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ପ୍ରଥମ ଥର ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ | ଏହାପରେ ବଜେଟ ଉପରେ ଫେବୃଆରୀ ୨୨,୨୩ ଓ ୨୫ ତାରିଖ ଦିନ ତିନି ଦିନ ଧରି ସାଧାରଣ ଆଲୋଚନା କରାଯିବ | ଷ୍ଟାଣ୍ଡିଂ କମିଟି ଗୁଡିକର ଅଧ୍ୟକ୍ଷ ମାନେ ମାର୍ଚ୍ଚ ୭ ତାରିଖ ଦିନ ସେମାନଙ୍କର ରିପୋର୍ଟ ଉପସ୍ଥାପନ କରିବେ | ମାର୍ଚ୍ଚ ୧୧ରୁ ୨୫ ତାରିଖ ୧୪ ଦିନ ଧରି ସରକାରୀ ବିଭାଗର ଖର୍ଚ୍ଚ ଦାବି ଗୁଡିକ ଉପରେ ଆଲୋଚନା କରାଯିବ | ୨୫ ତାରିଖରେ ଆଲୋଚନା ପରିସରଭୁକ୍ତ ହୋଇ ପାରୁ ନଥିବା ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନ ଦ୍ଵାରା ଗୃହୀତ କରାଯିବ |

ମାର୍ଚ୍ଚ ୨୬ ତାରିଖ ଦିନ ବଜେଟ ସଂକ୍ରାନ୍ତୀୟ ବ୍ୟୟ ମଞ୍ଜୁରୀ ବିଲ୍ କୁ ଅର୍ଥମନ୍ତ୍ରୀ ଆଗତ କରିବେ ଏବଂ ତା’ଉପରେ ଆଲୋଚନା କରାଯାଇ ଗୃହିତ କରାଯିବ | ଫେବୃଆରୀ ୨୦, ଏପ୍ରିଲ ୩,୪ ଓ ୬ ତାରିଖ ଦିନ ଗୁଡିକୁ ସରକାରୀ ଦିବସ ପାଇଁ ନିର୍ଦ୍ଧାରିତ କରାଯାଇଥିବା ବେଳେ ଫେବୃଆରୀ ୨୧, ମାର୍ଚ୍ଚ ୨ ଓ ୫ କୁ ବେସରକାରୀ ଦିବସ ରୂପେ ନିର୍ଦ୍ଧାରିତ କରାଯାଇଛି |

Share in top social networks!
Powered By Indic IME