ଓଡ଼ିଶା ହସ୍ତତନ୍ତର ବିଶ୍ୱ ପରିଚୟରେ ଉତ୍କଳିକାର ଅବଦାନ ଉଲ୍ଲେଖନୀୟ: ମନ୍ତ୍ରୀ ଶ୍ରୀମତୀ ଛୁରିଆ

ଓଡ଼ିଶା ହସ୍ତଶିଳ୍ପକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାରେ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ(ଉତ୍କଳିକା)ର ଅବଦାନ ଉଲ୍ଲେଖନୀୟା ହସ୍ତଶିଳ୍ପର ବିକାଶ, ପ୍ରଚାରପ୍ରସାର ତଥା ପ୍ରଦର୍ଶନୀ ମାଧ୍ୟମରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀର ବିକି୍ରବଟା କରି ସମଗ୍ର ଭାରତବର୍ଷରେ ଉତ୍କଳିକା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛିା ଚଳିତ ବର୍ଷ ଉତ୍କଳିକା ପ୍ରାୟ ୫୦ କୋଟି ଟଙ୍କାର ବିକି୍ରବଟା କରି ଆଥ#ର୍କ ଅଭିବୃଦ୍ଧି ଲକ୍ଷ୍ୟ ହାସଲ କରିବ ବୋଲି ଆଜି ଉତ୍କଳିକାର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମତବ୍ୟକ୍ତ କରିଛନ୍ତିା
ଆଜି ଭୁବନେଶ୍ୱର ରସୁଲଗଡ଼ ଶିଳ୍ପାଞ୍ଚଳସ୍ଥିତ ଉତ୍କଳିକାର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଲେ ଯେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତିା ନିକଟରେ କଳା ସଂଗ୍ରହାଳୟ ସାଧାରଣ ଜନତାଙ୍କ ନିମନ୍ତେ ଉଦ୍ଘାଟିତ ହୋଇଛିା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ଗଠନ କରାଯାଇଛିା ରଘୁରାଜପୁର ସମେତ ଓଡ଼ିଶାର ଆଉ ଦୁଇଟି ସ୍ଥାନରେ କ୍ରାଫଫ ଭିଲେଜ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ହୋଇଛିା କଞ୍ଚାମାଲ ବ୍ୟାଙ୍କ୍, ଉତ୍କଳିକାର ଅଧ#କ ବିକ୍ରୟ କେନ୍ଦ୍ର, ପୁଞ୍ଜ ଉନ୍ନୟନ କାର୍ଯ୍ୟକ୍ରମ ଆଦି ମାଧ୍ୟମରେ ହସ୍ତଶିଳ୍ପ କ୍ଷେତ୍ରର ସାମଗି୍ରକ ବିକାଶ ଏବଂ ଅଭିବୃଦ୍ଧି ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ମତବ୍ୟକ୍ତ କରିଥ#ଲୋ ଏହି ଅବସରରେ ଚଳିତ ବର୍ଷ ନିଗମର ଲାଭାଂଶରୁ ଉତ୍କଳିକାର କର୍ମଚାରୀମାନଙ୍କୁ ଅତିରିକ୍ତ ୧୫ ପ୍ରତିଶତ ମହଙ୍ଗାଭତ୍ତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ ଘୋଷଣା କରିଥ#ଲୋ
ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଶ୍ରୀ ପି୍ରୟଦର୍ଶୀ ମିଶ୍ର, ଉତ୍କଳିକାର ସଭାପତି ଯତୀନ୍ ସାହୁ, ବିଶିଷ୍ଟ ପ୍ରସ୍ତର କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, କେନ୍ଦ୍ର ହସ୍ତଶିଳ୍ପ ଉନ୍ନୟନ ଆୟୁକ୍ତଙ୍କ ଅଧ#କାରୀ ଶ୍ରୀମତୀ ଶୈଳଜା ପ୍ରମୁଖ ଉଦ୍ବୋଧନ ଦେଇ ହସ୍ତଶିଳ୍ପ କ୍ଷେତ୍ରରେ ବିକାଶ ନିମନ୍ତେ କାରିଗରମାନଙ୍କୁ ପରାମର୍ଶ ଦେଇଥ#ଲୋ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଇଂଜିନିୟର ଶୀତିକାନ୍ତ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥ#ବାବେଳେ ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥ#ଲୋ
ପ୍ରକାଶ ଥାଉକି, ୧୯୫୯ ମସିହା ମଇ ୧୩ ତାରିଖରେ ପ୍ରତିଷ୍ଠିତ ଉତ୍କଳିକା ଏବେ ଏକ ଲାଭଜନକ ସଂସ୍ଥା ଭାବେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ୧୪ଟି ଶାଖା ଜରିଆରେ ବିକି୍ରବଟା କରୁଛିା ଗତ ଆଥ#ର୍କ ବର୍ଷରେ ଉତ୍କଳିକା ୨୧୭୩.୪୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛିା ଭୁବନେଶ୍ୱରରେ ପ୍ରଥମ ଥର ପାଇଁ “ଚାନ୍ଦୁଆ ଶିଳ୍ପ’ କାରିଗରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରିଛିା ଉତ୍କଳିକାର ଉଦ୍ୟମରେ ଚାନ୍ଦୁଆ ଶିଳ୍ପ, ପଥର ଶିଳ୍ପ ଏବଂ ଟସର ପଟ୍ଟଚିତ୍ରକୁ ଭୌଗୋଳିକ ମାନସୂଚୀରେ ସ୍ଥାନିତ କରାଯାଇଛିା
ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ବିକ୍ରୟ ବ୍ୟବସ୍ଥା ବ୍ୟତୀତ ଉତ୍କଳିକା ପିପିଲିଠାରେ ଚାନ୍ଦୁଆ ଶିଳ୍ପ, କଣ୍ଟିଲୋଠାରେ କଂସାପିତ୍ତଳ ଶିଳ୍ପ, ମଞ୍ଚେଶ୍ୱରଠାରେ ପଥର ଓ ତାଳପତ୍ର ଖୋଦେଇର କଞ୍ଚାମାଲ ବିକ୍ରୟ କେନ୍ଦ୍ର ଖୋଲାଯାଇ ଉଚିତ ମୂଲ୍ୟରେ କାରିଗରମାନଙ୍କୁ ଯୋଗାଇ ଦିଆଯାଉଛିା
ହସ୍ତଶିଳ୍ପ କ୍ଷେତ୍ରରେ ସଚେତନତା ସୃଷ୍ଟି ନିମନ୍ତେ ସକାଳେ କିଟ୍ ଛକଠାରୁ ଉତ୍କଳିକାର ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ମୋଟର ସାଇକେଲ ର୍ୟାଲି ଅନୁଷ୍ଠିତ ହୋଇଥ#ଲାା ଏହି ର୍ୟାଲିରେ ଏବଂ ଉତ୍ସବରେ ବହୁ ହସ୍ତଶିଳ୍ପ ସମିିତିର ସଭ୍ୟ, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର ସଂସ୍ଥା, କର୍ମକର୍ତ୍ତା, ଅଧ#କାରୀ ଓ କର୍ମଚାରୀ ଯୋଗଦେଇଥ#ଲୋ

Share in top social networks!
Powered By Indic IME