ପୋଖରନ ଦିବସର ୨୦ ବର୍ଷ ପୂର୍ତି ଅବସରରେ; ଅଟଳଙ୍କ ଇରାଦାରେ ମୋଦୀ ସରକାର

PIX_BJYM_BBSR_Meeting_11-05-2018 (3)ପୋଖରନ ଦିବସ ଉପଲକ୍ଷେ ଆଜି ବିଜେପି ଯୁବମୋର୍ଚ୍ଚା ତରଫରୁ ଅଟଳ ନିÂା ଏକ ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ ଯୋଗ ଦେଇ ପୋଖରନ ନୁ୍ୟୟକ୍ଲିଅର ଟେଷ୍ଟର ସଫଳତା ସଂର୍ପକରେ ଆଲୋଚନା କରିବା ସହ ଅଟଳ ବିହାରୀ ବାଜପେୟୀଙ୍କ ଗୁଣଗାନ କରିଥିଲେ । ଭାରତୀୟ ଜନତା ପାର୍ଟି ପ୍ରଥମେ ଦେଶ ଦ୍ୱିତୀୟରେ ଦଳ ଏବଂ ଶେଷରେ ବ୍ୟକ୍ତିକୁ ପ୍ରାଧାନ୍ୟ ଦେଇଆସୁଛି । ଦେଶର ସୁରକ୍ଷା ପାଇଁ କେବେବି କାହା ସହ ସାଲିସ କରିବା ନାହିଁ ବୋଲି ଶ୍ରୀ ଦାସ କହିଥିଲେ । ଶତାଦ୍ଧୀ ପୁରୁଷ ଅଟଳଙ୍କ ନୀତିକୁ ଅନୁସରଣ କରି ଏବେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରି ଆସୁଛନ୍ତି । ପୂର୍ବରୁ ଅଟଳ ବାଜପେୟୀ କାରର୍ଗିଲ ଯୁଦ୍ଧ, ପୋଖରନ ନୁ୍ୟକ୍ଲିଅର ଟେଷ୍ଟ ପରି ଯେପରି ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ , ସେହି ପଥକୁ ଅନୁସରଣ କରି ଶ୍ରୀ ମୋଦୀ ଏବେ ବିମୁଦ୍ରୀକରଣ , ସର୍ଜିକାଲ ଷ୍ଟ୍ରାଇକ, ସ୍ୱଚ୍ଛ ଭାରତ, ମେକ ଇନ ଇଣ୍ଡିଆ ଆଦି କାର୍ଯ୍ୟ କରି ଭାରତର ନାଁ ବିଶ୍ୱସ୍ତରରେ ପହଂଚାଇଛନ୍ତି ।
ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟଙ୍କ ସଭାପତିତ୍ୱ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜିକା ରୋଜାଲିନ ଜେନା,ରାକେଶ ଜେନା,ଦିଲୀପ ବେହେରା, ରମେଶ ମାଝୀଙ୍କ ସମେତ ଶହ ଶହ ସଂଖ୍ୟାରେ ଯୁବ କାର୍ଯ୍ୟକର୍ତା ସାମିଲ ଥିଲେ । ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ରଶ୍ମି ରଂଜନ ମୁଦୁଲି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Share in top social networks!
Powered By Indic IME