ଶୁଭାରମ୍ଭର ୬ ମାସ ମଧ୍ୟରେ ୨୦୦ତମ ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କଲା ଓଡ଼ିଶା ସିଙ୍ଗଲ୍ ୱିଣ୍ଡୋ ପୋର୍ଟାଲ

MAP-8 ଗଭର୍ଣ୍ଣମେଂଟ୍ ଅଫ୍ ଓଡ଼ିଶା’ସ୍ ସିଙ୍ଗଲ୍ ୱିଣ୍ଡୋ ଫର୍ ଇନ୍ଭେଷ୍ଟର ଫେସିଲିଟେସନ୍ ଆଣ୍ଡ ଟ୍ରାକିଂ (ଗୋ-ସ୍ୱିଫ୍ଟ) ସାରା ଦେଶର ପୁଞ୍ଜିନିବେଶକଙ୍କ ନିକଟରୁ ବେଶ୍ ଉତ୍ସାହଜନକ ପ୍ରତିକ୍ରିୟା ପାଇଛି । ୨୦୧୭ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଏହି ପୋର୍ଟାଲ ନିକଟରେ ମୁମ୍ବାଇ-ଭିତିକ ହିନ୍ଦ୍ ଆଲୁମିନିୟମ୍ ଇଣ୍ଡଷ୍ଟ୍ରିଜ୍ଠାରୁ ୨୦୦ତମ ନିବେଶ ପ୍ରସ୍ତାବ ପାଇଛି । ଏହା ଅନୁଗୁଳ ଆଲୁମିନିୟମ ପାର୍କରେ ୪୦,୦୦୦ ଏମ୍ଟିର ଆଲୁମିନିୟମ କଣ୍ଡକ୍ଟର ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ୫୬.୩ କୋଟି ଟଙ୍କା ପୁଞ୍ଜି ବିନିଯୋଗ ପାଇଁ ପ୍ରତିଶ୍ରୁତି ଦେଇଛି । ଏହି ପ୍ରକଳ୍ପ ୨୦୦ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ମାନୁଫାକ୍ଚରିଂ ୟୁନିଟ୍ ସ୍ଥାପନ ପାଇଁ ଗୋ ସ୍ୱିଫ୍ଟରେ ଦାଖଲ ହୋଇଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକରେ ମୋଟ୍ ୧,୦୬୦ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି ଏବଂ ୧୦,୫୦୦ରୁ ଅଧିକ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଖାଦ୍ୟ ପ୍ରକ୍ରିୟାକରଣ, ସାମୁଦ୍ରିକ ଖାଦ୍ୟ, ଆଲୁମିନିୟମ ଡାଉନଷ୍ଟ୍ରିମ୍, ପୋଷାକ, ସିମେଂଟ୍, ପର୍ଯ୍ୟଟନ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଗୋ-ସ୍ୱିଫ୍ଟ ଆରମ୍ଭ ହେବାର ୬ ମାସ ପୂର୍ବରୁ ଆସିଥିବା ପୁଞ୍ଜିନିବେଶ ପ୍ରସ୍ତାବ ତୁଳନାରେ ପରବର୍ତୀ ସମୟରେ ଗ୍ରହଣ ହୋଇଥିବା ପୁଞ୍ଜିନିବେଶ ପ୍ରସ୍ତାବ ୩୭% ବଢ଼ିଛି ।
ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସଞ୍ଜୀବ ଚୋପ୍ରା, ପ୍ରମୁଖ ସଚିବ (ଶିଳ୍ପ), ଓଡ଼ିଶା ସରକାର କହିଲେ, “ନିବେଶକଙ୍କ ସୁବିଧାକୁ ସୁନିଶ୍ଚିତ କରିବା ପାଇଁ ଆମ୍ଭେ ପ୍ରତିଶ୍ରୁତିବଦ୍ଧ ଏବଂ ଏହି କାରଣରୁ ୬ ମାସ ସମୟ ମଧ୍ୟରେ ଗୋ-ସ୍ୱିଫ୍ଟ ସାରା ଦେଶର ନିବେଶକଙ୍କ ନିକଟରୁ ୨୦୦ରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଗ୍ରହଣ କରିଛି । ସରଳ ଆବେଦନ ଓ ତ୍ୱରିତ୍ ଅନୁମୋଦନ ପ୍ରକ୍ରିୟା କାରଣରୁ ରାଜ୍ୟରେ ନିଜର ବ୍ୟବସାୟ ସ୍ଥାପନ କରିବାକୁ ଚାହୁଁଥିବା ନିବେଶକଙ୍କ ସଂଖ୍ୟାରେ ଆଖିଦୃଶିଆ ଅଭିବୃଦ୍ଧି ଦେଖିବାକୁ ମିଳିଛି । ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ରେ ରହିଥିବା ପ୍ରତିବନ୍ଧକ ଦୂର ପାଇଁ ଆମେ ପ୍ରଚେଷ୍ଟା ଜାରି ରଖିଛୁ ଏବଂ ପୁଞ୍ଜିନିବେଶ ପ୍ରସ୍ତାବକୁ ବାସ୍ତବରେ ତ୍ୱରିତ୍ କାର୍ଯ୍ୟକାରିତା ପାଇଁ ଗୁରୁତ୍ୱ ଦେଉଛୁ ।”
ଗତ ୬ ମାସ ମଧ୍ୟରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ଦ୍ୱାରା ଗ୍ରହଣ ଏବଂ ଅନୁମୋଦନ ହୋଇଥିବା କେତେକ ପ୍ରମୁଖ କମ୍ପାନି ହେଲା, ମନପସନ୍ଦ ବେଭରେଜେସ୍, ଆଇଟିସି ଫୁଡ୍ସ, ଅପାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଶ୍ରୀ ମାଲାନି ଫୋମ୍ସ (ସେଂଚୁରି ବ୍ରାଣ୍ଡ ଅଫ୍ ମ୍ୟାଟ୍ରେସେସ୍ ଗ୍ରୁପ୍ର କମ୍ପାନି), ବେଦାନ୍ତ, ଲାଲ୍ଚାନ୍ଦ ରେସୋର୍ଟସ୍ ପ୍ରଭୃତି ।
ଗୋ-ସ୍ୱିଫ୍ଟ ନିରବଚ୍ଛିନ୍ନ ଭାବେ ସିଙ୍ଗଲ୍ ସାଇନ୍ ଜରିଆରେ ଶିଳ୍ପ ବିିଭାଗର ସମସ୍ତ ଟେକ୍ନୋଲୋଜିକାଲ୍ ଆପ୍ଲିକେସନ୍ ସହ ସମନ୍ୱିତ ଏବଂ ପୁଞ୍ଜିନିବେଶ ଜୀବନ ଚକ୍ର ସମୟରେ ବି୨ଜି ଇଂଟରଫେସ୍ର ସମସ୍ତ ଦିଗକୁ କଭର କରୁଛି । ଫଳସ୍ୱରୂପ ଏକ ଶିଳ୍ପ ୟୁନିଟ୍ ପ୍ରୋତ୍ସାହନ ସୁବିଧା ସହ ପ୍ରସ୍ତାବିତ ପୁଞ୍ଜିନିବେଶ ସମ୍ପର୍କିତ ଅନୁମୋଦନ, ଜମି ଚୟନ, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପାଇଁ ଆବେଦନ, ଜମି ଗ୍ରହଣ ଓ ଅନ୍ୟ ୟୁଟିଲିଟି, ସାମ୍ବିଧାନିକ ଅନୁମୋଦନ ପାଇବା, ନିୟାମକ ଏଜେନ୍ସି ଦ୍ୱାରା ରିସ୍କ ଭିତିକ ଯାଂଚ୍, ଜମି ଅଧିଗ୍ରହଣ ପରବର୍ତି ସେବା, ସରକାରୀ ବିଭାଗ ସହ ରହିଥିବା ସମସ୍ୟାର ସମାଧାନ ଏବଂ ରାଜ୍ୟ ବିକାଶ ଲକ୍ଷ୍ୟ ପାଇଁ ସିଏସ୍ଆର୍ କାର୍ଯ୍ୟକଳାପ ସମ୍ପର୍କିତ ତଥ୍ୟ ପାଇପାରୁଛନ୍ତି । ଏହା ଦେଶରେ କୌଣସି ରାଜ୍ୟ ଦ୍ୱାରା ବିକାଶ ହୋଇଥିବା ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ପଦକ୍ଷେପ । ବିଭିନ୍ନ ପ୍ରକାର ସେବା ପାଇବା ପାଇଁ ବର୍ତମାନ ସୁଦ୍ଧା ୬୬୦୦ ଶିଳ୍ପ ନିଜକୁ ଗୋ-ସ୍ୱିଫ୍ଟରେ ପଞ୍ଜୀକୃତ କରିଛନ୍ତି ।
ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସ୍ ଆକ୍ଟ (ଓଆର୍ଟିପିଏସ୍ଏ ୨୦୧୨) ଅନୁସାରେ ନିବେଶକମାନଙ୍କୁ ପ୍ରତ୍ୟେକ ସେବା ନିମନ୍ତେ ସମସ୍ତ ଅନୁମୋଦନଗୁଡ଼ିକୁ ଏକ ସମୟ-ସୀମା ମଧ୍ୟରେ ପ୍ରଦାନ କରିବାକୁ ବ୍ୟବସ୍ଥା ହୋଇଛି । ଗୋ-ସ୍ୱିଫ୍ଟ କାରଣରୁ ସେବା ଆବେଦନ ପାଇଁ ହାରାହାରି ସମୟ ସୀମା ବହୁ ପରିମାଣରେ ଖସିଛି । ଉଦାହରଣସ୍ୱରୂପ ଫ୍ୟାକ୍ଟ୍ରି ଓ ବ୍ରଏଲର୍ ନିଦେ୍ର୍ଧଶାଳୟ ବର୍ତମାନ ସୁଦ୍ଧା ୫୧୧ଟି ଆବେଦନର ଅନୁମୋଦନ ପାଇଁ ହାରାହାରି ୨୫ ଦିନ ସମୟ ନେଉଛି । ଓଆର୍ଟିପିଏସ୍ରେ ଥିବା ୩୦ ଦିନ ସମୟ ସୀମା ତୁଳନାରେ ଏହା ବହୁତ୍ କମ୍ । ସେହିଭଳି ଶ୍ରମ ନିଦେ୍ର୍ଧଶାଳୟ ବର୍ତମାନ ସୁଦ୍ଧା ୧୩୨ଟି ଆବେଦନକୁ ହାରାହାରି ୧୮ ଦିନ ଲେଖାଏଁରେ ଅନୁମୋଦନ ଦେଇଛି, ଯାହାକି ଓଆର୍ଟିପିଏସ୍ର ଧାର୍ଯ୍ୟ ୩୦ ଦିନ ଅବଦ୍ଧି ତୁଳନାରେ ଢେର୍ କମ୍ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଭିଜନ୍-୨୦୨୫ର ଅଂଶସ୍ୱରୂପ ୨.୫ ଲକ୍ଷ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ଆକୃଷ୍ଟ ସହ ୩୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ପୂରଣ ଉଦେ୍ଧଶ୍ୟରେ ଓଡ଼ିଶା ସରକାର ସମସ୍ତ ଫୋକସ୍ କ୍ଷେତ୍ରରେ ଶିଳ୍ପ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି । ବିଭିନ୍ନ କ୍ଷେତ୍ର ପାଇଁ ଆଦର୍ଶ ବ୍ୟବବସାୟ ଇକୋସିଷ୍ଟମ୍ ସୃଷ୍ଟି କରିଥିବାରୁ ଓଡ଼ିଶାର ନିବେଶକ ଅନୁକୂଳ ନୀତି ଏବଂ ବିଶ୍ୱଶ୍ରେଣୀୟ ଭିତିଭୂମି ବିକାଶ ସାରା ଦେଶର ନିବେଶକଙ୍କ ନିକଟରୁ ବେଶ୍ ସକାରାତ୍ମକ ପ୍ରତିକ୍ରିୟା ପାଇଛି । କମ୍ପାନିଗୁଡ଼ିକୁ ସହଜରେ ୟନିଟ୍ ସ୍ଥାପନ କରିବା ଉଦେ୍ଧଶ୍ୟରେ ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକାର ବ୍ୟବସାୟ ସଂସ୍କାର କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି । ଏହି କାରଣରୁ ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ରିପୋର୍ଟ ୨୦୧୬ରେ ୯୨.୭୩୫ ସ୍କୋର ସହ ବ୍ୟବବସାୟ ସଂସ୍କାର କାର୍ଯ୍ୟକାରିତାରେ ଓଡ଼ିଶା ‘ଲିଡର୍’ ମାନ୍ୟତା ପାଇଛି । ଦ୍ୱିତୀୟ ସଂସ୍କରଣ ଦ୍ୱିବାର୍ଷିକ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୧୮ ଆଗାମୀ ୨୦୧୮ ନଭେମ୍ବର ୧୧ରୁ ୧୫ ଯାଏଁ ଭୁବନେଶ୍ୱରରେ ଅନୁÂିତ ହେବ ।
ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହାରରେ ଆସୋଚାମ୍ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ ଭାବେ ର୍ୟାଙ୍କିଙ୍ଗ୍ କରିଛି ଏବଂ ଭାରତର ଲାଇଭ୍ ମାନୁଫାକ୍ଚରିଂ ପୁଞ୍ଜିନିବେଶ ଆଧାରରେ ଦେଶର ପ୍ରମୁଖ ୩ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି । ୨୦୧୬-୧୭ରେ ଓଡ଼ିଶାର ଜିଏସ୍ଡିପି ଅଭିବୃଦ୍ଧି ୭.୯୪% ରହିଛି, ଯାହାକି ଜାତୀୟ ଅଭିବୃଦ୍ଧି ହାର ୭.୧% ତୁଳନାରେ ଢେର୍ ଅଧିକ ।

Share in top social networks!
Powered By Indic IME