ବ୍ୟାପକ ପିସି କାରବାର କାରଣରୁ ରାଜ୍ୟରେ ପଂଚାୟତି ବ୍ୟବସ୍ଥା ଫେଲ୍ ହୋଇଛି : ବିଜେପି

PIX_PC_10-05-2018 (2)

 ପଂଚାୟତ ବିଭାଗରେ ରାଜ୍ୟ ସରକାର ‘ଟ୍ରାନ୍ସପରେନ୍ସି’ ବଦଳରେ ‘ଟ୍ରିକ୍’ ବ୍ୟବହାର କାହିଁକି କରୁଛନ୍ତି ?
 ଗ୍ରାମାଂଚଳରେ ପାନୀୟ ଜଳ, ପକ୍କା ଘର, ଶୈାଚାଳୟ ଆଦି ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର

ଭୂବନେଶ୍ୱର,ତା.୧୦/୦୫: ପଂଚାୟତ ବିଭାଗରେ ରାଜ୍ୟ ସରକାର ‘ଟ୍ରାନ୍ସପରେନ୍ସି’ ବଦଳରେ ‘ଟ୍ରିକ୍’ ବ୍ୟବହାର କାହିଁକି କରୁଛନ୍ତି ? ଗରୀବ ମାନଙ୍କୁ ପକ୍କା ଘର ଯୋଗାଣ ମାମଲାରେ ମୁଖ୍ୟମନ୍ତ୍ରୀ କାହିଁକି ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି ? ଦୁଇ ବର୍ଷରେ ଦଶ ଲକ୍ଷ ‘ବିଜୁ ପକ୍କା ଘର’ ଲୋକାର୍ପିତ କରିବା ଏବଂ ଆଗାମୀ ତିନି ବର୍ଷରେ ଆଉ ୧୬ ଲକ୍ଷ ପକ୍କା ଘର ନିର୍ମାଣ କରାଯିବା ଲକ୍ଷ୍ୟ ବୋଲି କହି ସରଳ ଓଡିଆ ଲୋକଙ୍କୁ କାହିଁକି ବୋକା ବନାଇବାକୁ ପ୍ରଚେଷ୍ଟା କରାଯାଉଛି ? ଚାରିବର୍ଷରେ ବିଜୁ ପକ୍କା ଘର ବାବଦରେ ୧୭୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ କେନ୍ଦ୍ରୀୟ ଯୋଜନାରେ ୮୫୬୫ କୋଟି ଅର୍ଥ ବ୍ୟୟବରାଦ ହୋଇଥିବା ସତ ନା ନାହିଁ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ । ଗାଁ ଲୋକ ମାନଙ୍କୁ ପାନୀୟ ଜଳ ଯୋଗାଣ ମାମଲାରେ ରାଜ୍ୟ ସରକାର କାହିଁକି ବିଫଳ ହୋଇଛନ୍ତି ? ପର୍ଯ୍ୟାପ୍ତ କେନ୍ଦ୍ରୀୟ ଅନୁଦାନ ସତ୍ୱେ ଗ୍ରାମାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୈାଚାଳୟ, ପାନୀୟ ଜଳ ଯୋଗାଣ ଯୋଜନା ସଂପୂର୍ଣ୍ଣ ଭାବେ ଫେଲ ହେବା ପଛରେ ବ୍ୟାପକ ପିସି କାରବାର ମୂଖ୍ୟ କାରଣ ନୁହେଁ କି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗ ସମୀକ୍ଷା ପ୍ରସଙ୍ଗରେ
ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ବହୁ ଶିଳ୍ପ କାରଖାନା ବନ୍ଦ ହୋଇଯିବା ଶାସକ ବିଜେଡିର ଅପାରଗତାକୁ ଦର୍ଶାଉଛି : ବିଜେପି
 ଓଡିଶାକୁ ‘ଇଜ ଅଫ ଡୁଇଙ୍ଗ ବିଜନେସ୍’ର ପେଣ୍ଠ ସ୍ଥଳୀ ଭାବେ ଘୋଷଣା କରି ଓଡିଶା ଦେଶର ପୁଂଜିନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେତେ ସଫଳ ହୋଇଛି ?

ଶାସକ ବିଜେଡି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ । ସେହି ବିଜୁ ବାବୁଙ୍କ ଉଦ୍ୟମରେ ସେ ସମୟରେ ସ୍ଥାପିତ ବହୁ କଳ କାରଖାନା ଆଜି ବନ୍ଦ ହୋଇ ପଡିଛି । ବଡବିଲଠାରେ ନିର୍ମିତ କଳିଙ୍ଗ ଆଇରନ ଓ ଷ୍ଟିଲ, ଚୌଦ୍ୱାରଠାରେ ଓଟିଏମ, ବଲାରପୁର ପେପର ମିଲ ବନ୍ଦ ହୋଇଯିବା ଶାସକ ବିଜେଡି ମୁଖିଆଙ୍କ ଅପାରଗତା ନୁହେଁ କି ବୋଲି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିପରି ରାଜ୍ୟର ସର୍ବପୁରାତନ କଳିଙ୍ଗ ଷ୍ଟୁଡିଓ ୧୯୯୯ ମସିହା ମହାବତ୍ୟା ପରେ ବନ୍ଦ ହୋଇଯିବା ରାଜ୍ୟ ସରକାରଙ୍କ ଚଳଚିତ୍ର ଶିଳ୍ପ ପ୍ରତି ସଂପୂର୍ଣ୍ଣ ବୈମାତୃକ ମନୋଭାବ ପ୍ରଦର୍ଶନ ଅଟେ । ‘ଇଜ ଅଫ ଡୁଇଙ୍ଗ ବିଜନେସ୍’ର ପେଣ୍ଠ ସ୍ଥଳୀ ଭାବେ ଘୋଷଣା କରି ଓଡିଶାକୁ ପୁଂଜିନିବେଶ ପାଇଁ ସବୁଠୁ ପ୍ରକୃଷ୍ଟ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରି ୨୦୧୯-୨୦ ସୁଦ୍ଧା ୧ ଲକ୍ଷ ୭୩ ହଜାର କୋଟିର ପୁଜିଂ ନିବେଶ ସହ ୩ ଲକ୍ଷ ଶିଳ୍ପ ଭିତିକ ନିଯୁକ୍ତିର ପ୍ରତିଶୃତି ଦେଇଥିଲେ । ଏହା କେବଳ ଘୋଷଣାରେ ସୀମିତ ହୋଇ ରହିଛି ନା ଏହାର କୈାଣସି ଅଗ୍ରଗତି ହୋଇଛି ? ୨୦୧୫ ମସିହାରେ ପ୍ରସ୍ତାବିତ ଡେରାଶରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଜାଂମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ଫୁଡ ପାର୍କ, ରାୟଗଡା ଓ ଅନୁଗୁଳରେ ଆଲୁମିନିୟମ ପାର୍କର ବାସ୍ତବ ସ୍ଥିତି କଣ ? ୨୦୦୦ ମସିହା ଠାରୁ ୨୦୧୫ ମଧ୍ୟରେ ଖଣିଜଭିତିକ ଭାରି ଶିଳ୍ପ ସ୍ଥାପନା ପାଇଁ ସ୍ୱାକ୍ଷରିତ ୯୨ଟି ବୁଝାମଣା ପତ୍ର ମଧ୍ୟରୁ କେବଳ ୩ଟିରେ ପୂର୍ଣ୍ଣ ଉପôାଦନ କରୁଥିବାବେଳେ ଅନ୍ୟ ଗୁଡିକର ସ୍ଥିତି କଣ ରହିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
(ପୃÂା: ୧/୩)

ରାଜ୍ୟ ସରକାରଙ୍କ କୃଷି ବିଭାଗ ସମୀକ୍ଷା ପ୍ରସଙ୍ଗରେ
ପଡୋଶୀ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଚାଷୀମାନଙ୍କୁ ପ୍ରୋତ୍ସାହିତ ସମ୍ବାଦ ଆମ ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି: ବିଜେପି
 ଶାସକ ବିଜେଡିର ଅପାରଗତା ପାଇଁ ଆଜି ସମଗ୍ର ଚାଷୀ ସମାଜ ଦୁର୍ଦ୍ଧିନରେ ବାସ କରୁଛନ୍ତି
 ଚାଷୀ ଆତ୍ମହତ୍ୟାକୁ ଶାସକ ବିଜେଡି କାହିଁକି ସ୍ୱୀକାର କରୁନାହାନ୍ତି ?
 ଶିତଳ ଭଣ୍ଡାର ନିର୍ମାଣ, ଆଳୁ ମିଶନ, ଦୁଗ୍ଧ ଉପôାଦନ କ୍ଷେତ୍ରରେ ଓଡିଶା ପଛୁଆ ରହିବାର କାରଣ କଣ ?
୨୦୧୪ ମସିହାରେ ନୂତନ ଭାବେ ଗଠିତ ହୋଇଥିବା ପଡୋଶୀ ତେଲେଙ୍ଗାନା ରାଜ୍ୟ ସରକାର କୃଷକଙ୍କ ନିମନ୍ତେ ରିଆତି ଦରରେ ବିହନର ସମୟୋପଯୋଗୀ ବିତରଣ, ଆବଶ୍ୟକ ସାର ଯୋଗାଣ, ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ପ୍ରଦାନ, କୃଷକଙ୍କ ସମସ୍ୟାର ସମାଧାନ ପାଇଁ ୫୦୦ କୋଟି ଟଙ୍କା ଆବଂଟନରେ ସମବାୟ ସମିତି ପ୍ରତିÂା, ରାଜ୍ୟର ୩୫.୩ ଲକ୍ଷ କୃଷକଙ୍କୁ ୧୬ ହଜାରରୁ ଉର୍ଦ୍ଧ ଟଙ୍କା ଋଣଛାଡ, ୨୪ ଘଂଟିଆ ଗୁଣାତ୍ମକ ମାଗଣା ବିଦୁ୍ୟତ ଶକ୍ତି ଯୋଗାଣ, ଗୋଦାମ ଘର ସାମର୍ଥ୍ୟକୁ ବୃଦ୍ଧି କରିବା, ଶସ୍ୟ ନିବେଶ ସହାୟକ ଭାବେ ସମସ୍ତ କୃଷକଙ୍କୁ ପ୍ରତି ବର୍ଷ ଖରିଫ ଓ ରବି ଋତୁ ନିମନ୍ତେ ଏକର ପିଛା ୮୦୦୦ ଟଙ୍କା ପ୍ରଦାନ କରିବାକୁ ସାମର୍ଥ୍ୟ ହୋଇଛି । ଆଜି ବିଭିନ୍ନ ଓଡିଆ ଖବର କାଗଜର ପ୍ରଥମ ପୃÂାରେ ଏ ସଂପର୍କରେ ବଡ ବଡ ବିଜ୍ଞାପନ ପ୍ରକାଶ ପାଇଛି । ଏହି ଖବର ପଢିବା ପରେ ଆମ ରାଜ୍ୟର ଚାଷୀମାନଙ୍କ ମନରେ ଭୀଷଣ କ୍ଷୋଭ ପ୍ରକାଶ ପାଇବା ସହ ଶାସକ ବିଜେଡିର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଏବଂ ଏହା ସ୍ୱାଭାବିକ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।
ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ, ଓଡିଶାର ପାଖାପାଖି ୭୦ ପ୍ରତିଶତ ଲୋକ କୃଷି ଓ କୃଷି ସମ୍ପର୍କିତ କାମରେ ନିୟୋଜିତ ଥିବା ବେଳେ ସେମାନଙ୍କର ଅର୍ଥନୀତିରେ ଯୋଗଦାନ ମାତ୍ର ୧୫ ପ୍ରତିଶତ । ଏହା ସତ ନା ମିଛ ?୧୮ ବର୍ଷ ଶାସନ ପରେ କୃଷକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ ଶାସକ ବିଜେଡି ଦାୟୀ ନୁହେଁ ବୋଲି ଜନ ସଂପର୍କ ଯାତ୍ରାରେ ବିଜେଡି ସ୍ପଷ୍ଟ କରିବ ତ ? ରାଜ୍ୟରେ କୃଷି ଆତ୍ମହତ୍ୟାକୁ ଅସ୍ୱୀକାର କରି ବିଜେଡି ସରକାର କୃଷକ ସମାଜକୁ କାହିଁକି ତାଛଲ୍ୟ କରୁଛନ୍ତି ? ଆନ୍ଧ୍ର ଓ ମହାରାଷ୍ଟ୍ରରେ ଋଣ ଓ ଫସଲହାନୀ କାରଣରୁ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରି କ୍ଷତିପୂରଣ ବ୍ୟବସ୍ଥା କରିଥିବା ବେଳେ ଶାସକ ବିଜେଡି କାହିଁକି ରାଜ୍ୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁନାହାନ୍ତି ? ଦୀର୍ଘ ୧୮ ବର୍ଷ ଶାସନ ପରେ ମଧ୍ୟ କୃଷି ଉପôାଦନର ସଂରକ୍ଷଣ ବ୍ୟବସ୍ଥା କାହିିଁକି ହୋଇପାରିଲାନି ? କୃଷି ଉପôାଦନର ସଂରକ୍ଷଣ (ଶିତଳ ଭଣ୍ଡାର ନିର୍ମାଣ) ପାଇଁ ରାଜ୍ୟ ସରକାର କାହିଁକି ଆନ୍ତରିକତା ଦେଖାଉ ନାହାନ୍ତି ? ୧୬୦ କୋଟି ଖର୍ଚ୍ଚ ହେବା ସତ୍ୱେ ରାଜ୍ୟରେ ଆଳୁ ମିଶନର ବିଫଳତାର କାରଣ କଣ ? ଅଣ୍ଡା, ପିଆଜ, ଡାଲି ଉପôାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ? ରାଜ୍ୟରେ ବାର୍ଷିକ ଦୁଗ୍ଧ ଉପôାଦନ ୧୮୬୧ ହଜାର ଟନ ଯାହାକି ଜାତୀୟ ଉପôାଦନର ମାତ୍ର ଦୁଇ ପ୍ରତିଶତ । ଉପôାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ? ନୂତନ ଭାବେ ଗଠିତ ପଡୋଶୀ ତେଲେଙ୍ଗାନା ରାଜ୍ୟ ସରକାର କୃଷକ ସମାଜ ପାଇଁ ବହୁ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିପାରୁଥିବାବେଳେ, ରାଜ୍ୟରେ ଶାସକ ବିଜେଡିର ଅପାରଗତା ପାଇଁ ଆଜି ସମଗ୍ର ଚାଷୀ ସମାଜ ଦୁର୍ଦ୍ଧିନରେ ବାସ କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ସମୀକ୍ଷା ପ୍ରସଙ୍ଗରେ
ରାଜ୍ୟ ସରକାରଙ୍କ ଶିକ୍ଷା ପଲିସି ସଂପୂର୍ଣ୍ଣ ବିଫଳ ହୋଇଛି: ବିଜେପି
 ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟମାନଙ୍କରେ ଖାଲି ପଡିଥିବା ଅଧ୍ୟାପକଙ୍କ ପଦବୀ କେବେ ସୁଦ୍ଧା ପୂରଣ ହେବ ?
 ସବୁ କଲେଜରେ ଦକ୍ଷତା ବିକାଶ ପାଇଁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି କାହିଁକି ପୂରଣ ହେଲା ନାହିଁ ?
(ପୃÂା: ୨/୩)

 ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ପାଠ ପଢେଇବା ଛାଡି ରାଜରାସ୍ତାରେ ଧାରଣରତ କାହିଁକି?
 ଭାରତ ବର୍ଷର ସର୍ବଶ୍ରେÂ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥାନ ନପାଇବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ

ରାଜ୍ୟର ସର୍ବ ପୁରାତନ ମହାବିଦ୍ୟାଳୟରେ ବାରମ୍ବାର ଛାତ୍ର ଅଶାନ୍ତି ଓ ସାଏନ ଡାଏ ଘଟଣା ରାଜ୍ୟ ସରକାରଙ୍କ ଦୁର୍ବଳ ଶିକ୍ଷା ନୀତିକୁ ପଦାରେ ପକାଇଛି । ଶିକ୍ଷାନୁÂାନ ପରିସର ବର୍ତମାନ ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଶିକ୍ଷାନୁÂାନ ପରିସରରେ ଶାସକ ବିଜେଡି ରାଜନୀତି ମାଧ୍ୟମରେ ହିଂସା ଭିଆଇ ସିଧାସଳଖ ସରଳ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷା ପାଇଁ ପ୍ରତିÂା କରାଯାଇଥିବା ସତ୍ୟବାଦୀ ଚେୟାର ୧୯୯୭ରୁ ବନ୍ଦ ହୋଇ ପଡିଥିବା ସତ୍ୱେ ସରକାର ନୀରବ ହୋଇ ବସି ରହିଛନ୍ତି । ରାଜ୍ୟରେ ଥିବା ଉକ୍ରଳ, ସମ୍ବଲପୁର, ରେଭେନ୍ସା, ବ୍ରହ୍ମପୁର, ଉତର ଓଡିଶା, ଶ୍ରୀଜଗନ୍ନାଥ ସଂସ୍କୃତ ଓ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଭଳି ସରକାରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ୯୫୨ ଟି ମଂଜୁରୀ ପ୍ରାପ୍ତ ପ୍ରଫେସର, ରିଡର ଓ ଅଧ୍ୟାପକ ପରି ପଦବୀ ରହିଥିବା ବେଳେ ବର୍ତମାନ ଏଥିରେ ମାତ୍ର ୮୨୬ ଜଣ ଅଛନ୍ତି । ଏହି ବିଶ୍ୱବିଦ୍ୟାଳୟ ମାନଙ୍କରେ ୧୪୧ଟି ପ୍ରଫେସର ପଦବୀ ଥିବା ବେଳେ ମାତ୍ର ୫୫ ଜଣ ପ୍ରଫେସର ଅଛନ୍ତି । ସରକାରୀ ଡିଗ୍ରୀ ମହାବିଦ୍ୟାଳୟମାନଙ୍କରେ ପାଖାପାଖି ୬୦୦ ଅଧ୍ୟାପକ ପଦବୀ ଖାଲି ପଡିଛି । ରାଜ୍ୟରେ ୯୪ଟି ସରକାରୀ ମହାବିଦ୍ୟାଳୟ ଥିବା ବେଳେ ସେଥିରୁ ମାତ୍ର ୮ଟି ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ଅଛନ୍ତି । ସେହିପରି କୌଣସି ଗୋଟିଏ ବି ସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଖାଲି ପଡିଥିବା ଏହି ପଦବୀ ସବୁ କେବେ ସୁଦ୍ଧା ପୁରଣ ହେବ ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ସବୁ କଲେଜରେ ଦକ୍ଷତା ବିକାଶ ପାଇଁ ୨୦୧୫ ମସିହାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି କାହିଁକି ପୂରଣ ହେଲା ନାହିଁ ? ରାଜ୍ୟରେ ଭୋକେସନାଲ ଶିକ୍ଷା ପାଠ୍ୟକ୍ରମରେ ସ୍କିଲ ଇଣ୍ଡିଆ ଆଧାରରେ ପାଠ୍ୟକ୍ରମ ପରିଚାଳନା କାହିଁକି ହେଉ ନାହିଁ ? ଉକ୍ରଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, ରମାଦେବୀ ବିଶ୍ୱବିଦ୍ୟାଳୟ ଆଦି ପ୍ରମୁଖ ଶିକ୍ଷାନୁÂାନରେ ବିଶୃଙ୍ଖଳା ବୃଦ୍ଧିକୁ ରୋକିବାରେ ସରକାର କାହିଁକି ବିଫଳ ହେଉଛନ୍ତି ? ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ଅଧିକାଂଶ ସମୟରେ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ କାହିଁକି ବସି ରହୁଛନ୍ତି ? ତାଙ୍କ ସମସ୍ୟାର ସମାଧାନ କେବେ ହେବ ? ତାଙ୍କ ସହ ରାଜନୀତିର ଖେଳ ଖେଳୁ ନାହାନ୍ତି ତ ରାଜ୍ୟ ସରକାର ? ଭାରତ ବର୍ଷର ସର୍ବଶ୍ରେÂ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ଗୋଟିଏ ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାନ ପାଇନଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ବିଶ୍ୱ ବିଦ୍ୟାଳୟମାନଙ୍କରେ କ୍ୟାଂପସ ମାଧ୍ୟମରେ କେତେ ପିଲାଙ୍କୁ ନିଯୁକ୍ତି ଦିଆଯାଇଛି? ପାସ୍ ଆଉଟ ଛାତ୍ରଛାତ୍ରୀ ଚାକିରୀ ପାଇବାରେ ବିଫଳ ହେଉଛନ୍ତି । ଏହା ରାଜ୍ୟ ସରକାରଙ୍କ ଶିକ୍ଷା ପଲିସିର ବିଫଳତା ନୁହେଁ କି ବୋଲି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ଏବଂ ଆଜି ପଚରା ଯାଇଥିବା ସମସ୍ତ ପ୍ରଶ୍ନର ଉତର ରାଜ୍ୟବାସୀ, ଛାତ୍ରଛାତ୍ରୀ, କୃଷକ ଭାଇ ଭଉଣୀ ଏବଂ ଶିଳ୍ପଦ୍ୟୋଗୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିଶ୍ଚିତ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!
Powered By Indic IME