ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ପକ୍ଷରୁ ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ

DSCN2776 ରେଡ଼କ୍ରସ୍ର ପ୍ରତିÂାତା ସାର୍ ଜାଁ ହେନେରୀ ଡୁନାଣ୍ଟଙ୍କର ପବିତ୍ର ଜନ୍ମ ଦିବସର ସ୍ମୃତିରେ ସାରା ବିଶ୍ୱରେ ଏହି ଦିବସକୁ ରେଡ଼କ୍ରସ୍ ଦିବସ ରୂପେ ପାଳନ କରାଯାଇଥାଏ । ଏହି ବର୍ଷର ଅନୁଚିନ୍ତା “ସବୁଠି ସମସ୍ତଙ୍କ ପାଇଁ”, ହସ । (ଋଙ୍ଖରrଚ୍ଚଙ୍ଗଷରrର ଲକ୍ଟr ଋଙ୍ଖରrଚ୍ଚକ୍ଟଦ୍ଭର, ଝଜ୍ଞସକ୍ଷର)ା ଏହି ଆନୁକୂଲ୍ୟରେ ଓଡିଶା ରାଜ୍ୟ ଶାଖା ପକ୍ଷରୁ ତେଲେଙ୍ଗାପେଣ୍ଠ ଓ ସୁନ୍ଦରପଦା ଠାରେ ଥିବା ଦୁଇଗୋଟି ଜରାଶ୍ରମରେ ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସୁଖିଲା ଖାଦ୍ୟ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିତରଣ କରାଯାଇଥିଲା । ତତ୍ ସହିତ ଏପ୍ରିଲ ୨୮ ତାରିଖରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମେ ମାସ ୨ ତାରିଖରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।
ଅପରାହ୍ନ ୪.୩୦ ଘଟିକାରେ ସ୍ଥାନୀୟ ଜୟଦେବ ଭବନ ଠାରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଉସôବର ଆୟୋଜନ କରାଯାଇଥିଲା । ଏହାକୁ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଅନନ୍ତ ଦାସ ମୁଖ୍ୟ ଅତିଥିରୂପେ ଯୋଗଦେଇ ଆନୁÂାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଲେ ଯେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଭାବେ ପରିଚିତ ହେବା ଆଜିର ସମାଜରେ ଏକ ଗର୍ବ ଓ ଗୌରବର ବିଷୟ ଅଟେ । ରେଡ଼କ୍ରସ୍ କେବଳ ନିଜର କାର୍ଯ୍ୟକ୍ରମକୁ ସଙ୍କଟାବସ୍ଥା ମୁକାବିଲାରେ ସିମିତ ନରଖି ମନୁଷ୍ୟସମାଜର ସମସ୍ତ ଦୁଃଖ ଦୁର୍ଦଶାସମୟରେ ନିଜର କାର୍ଯ୍ୟଦ୍ୱାରା ନିଜର ପରକାÂାକୁ ପ୍ରତିପାଦିତ କରିପାରିଛି । ରେଡ଼କ୍ରସ୍ ନିଜର କାର୍ଯ୍ୟ ଦ୍ୱାରା ପୃଥିବୀର ସର୍ବବୃହତ ମାନବବାଦୀ ସେବା ସଂସ୍ଥା ରୁପେ ପରିଗଣିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପୋଲିସ କମିଶନର, ଭୂବନେଶ୍ୱର କଟକ ଶୀ୍ରଯୁକ୍ତ ଓା୍ୱଇ. ବି. ଖୁରାନିଆ ତାଙ୍କ ଅଭିଭାଷଣରେ କହିଲେ ଯେ ଦୁଃଖି ଓ ଦୁଃସ୍ଥ ଲୋକମାନଙ୍କର ଠିକ ରୁପେ ସେବା ପ୍ରଦାନ କରିପାରିଲେ ରେଡକ୍ରସ ଭଳି ସଂସ୍ଥାର ମୈାଳିକ ଲକ୍ଷ୍ୟ ପୁରଣ ହୋଇପାରିବ । ସମସ୍ତଙ୍କୁ ନିଜର କାର୍ଯ୍ୟସହିତ ଅନ୍ୟର ଦୁଃଖ ଦୁର କରିବାରେ ଯଥା କିଂଚିତ ସାହାର୍ଯ୍ୟ ପ୍ରଦାନ କରିବା ଉଚିତ୍ ଫଳରେ ଆମେ ଅନ୍ୟର ମୁହଁରେ ହସ ଫୁଟାଇ ପାରିବା ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡିଶା ରାଜ୍ୟଶାଖାର ଉପ-ସଭାପତି ପ୍ରଫେସର ଆଶା ହଂସ ଯୋଗଦେଇ ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ରେଡ଼କ୍ରସ୍ର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନଙ୍କର ଅବଦାନକୁ ଭୁୟସୀ ପ୍ରଶଂସା କରିଥିଲେ । ଯୁବ ରେଡକ୍ରସ୍ର ସଭ୍ୟ ସଂଗ୍ରହ ଏବଂ ଓଡିଶାରେ ଏହାର କାର୍ଯ୍ୟାବଳିର ବିସ୍ତାର କରିବା ପାଇଁ ମନ୍ତବ୍ୟ ଦେଇଥିଲେ ।
ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡା. ବିନାୟକ ପ୍ରସାଦ ପୃଷ୍ଟି ଉକ୍ତ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରେଡ଼କ୍ରସ୍ ତଥା ରେଡ଼କ୍ରସ୍ର ସ୍ୱେଚ୍ଛାସେବୀମାନେ କିପରି ସବୁଠି ସମସ୍ତଙ୍କ ପାଇଁ କାର୍ଯ କରୁଛନ୍ତି ଏହା ଉପରେ ଏକ ସଂକ୍ଷିପ୍ତ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ଅବସରରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟଶାଖା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଏକ ‘ଫଟୋ ପ୍ରଦର୍ଶନୀର’ ଆୟୋଜନ କରାଯାଇଥିଲା । ଏତଦ୍ ବ୍ୟତିତ ୧୧ ବିିଶେଷକ୍ଷମ ବ୍ୟକ୍ତିଙ୍କୁ ସେମାନଙ୍କ ସ୍ୱାବଲମ୍ବୀ ହେବାପାଇଁ ତଥା ରେଡ଼କ୍ରସ୍ ଦ୍ୱାରା ପରିଚାଳିତ ଅନୁÂାନ ‘ସହାୟର’ କୃତୀ ଛାତ୍ର, ଛାତ୍ରୀ ଓ ଯୁବ ରେଡକ୍ରସ୍ ଏବଂ କନିÂ ବର୍ଗ ରେଡକ୍ରସ୍ର ପରାମର୍ଶଦାତା ଓ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ସମାଜ ପ୍ରତି ଶ୍ରେÂ ଅବଦାନ ନିମିତ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍,ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

ପରିଶେଷରେ ଏବର୍ଷର ଅନୁଚିନ୍ତା ଉପରେ ଅଧାରିତ ଜୁନିୟର ଏବଂ ୟୁଥ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ, ସହାୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା ।

Share in top social networks!
Powered By Indic IME