ଦିବ୍ୟାଙ୍ଗ, ରୋଗୀ ଯାତ୍ରୀ ଏବଂ ବରିÂ ନାଗରିକଙ୍କ ନିମନ୍ତେ ଭୁବନେଶ୍ୱର ଓ କଟକ ରେଲ୍ୱେ ଷ୍ଟେସନ୍ରେ ନାଲ୍କୋ ପକ୍ଷରୁ ବ୍ୟାଟେରୀ ଚାଳିତ ଯାନ ବ୍ୟବସ୍ଥା

Cuttack launch ବିନା ମୂଲ୍ୟରେ ପୁରୀ ରେଲ୍ୱେ ଷ୍ଟେସନ୍ରେ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ ଗତ ମାର୍ଚ୍ଚ୍ ମାସରେ କରିବା ପରେ ନାଲ୍କୋ ପକ୍ଷରୁ ଭୁବନେଶ୍ୱର ଓ କଟକ ଠାରେ ଦିବ୍ୟାଙ୍ଗ, ରୋଗୀ ଯାତ୍ରୀ ଏବଂ ବରିÂ ନାଗରିକଙ୍କ ନିମନ୍ତେ ଇଷ୍ଟ୍ କୋଷ୍ଟ୍ ରେଲୱେ ସହ ମିଳିତ ଭାବେ ଇଲେକ୍ଟ୍ରିକ୍ ଭେହିକଲ୍ ସେବା ଆରମ୍ଭ ହୋଇଛି ।
ସମସ୍ତ ବର୍ଗରୁ ଏହି ଇଲ୍କେ୍ଟ୍ରିକ୍ ଭେହିକଲ୍ ସେବା ଉଚ୍ଚ ପ୍ରଶଂସା ଲାଭ କରିବା ପରେ ଆଜି ଟ୍ୱିନ୍ ସିଟୀ ଭୁବନେଶ୍ୱର ଓ କଟକ ଠାରେ ଏହା ଆରମ୍ଭ ହୋଇଛି ଏବଂ ଏହା ରାଜ୍ୟକୁ ବହୁ ସଂଖ୍ୟାରେ ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରା ପାଇଁ ଆସୁଥିବା ଜନସାଧାରଣଙ୍କ ପାଇଁ ଉପଯୋଗୀ ହେବ ।
ଏହି ସେବାର ଶୁଭାରମ୍ଭ ନାଲ୍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ ଏବଂ ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲଙ୍କ ଦ୍ୱାରା ହୋଇଥିଲା ।
ଏହି ଅବସରରେ, ନାଲ୍କୋର ଅଧ୍ୟକ୍ଷ ଡଃ ଚାନ୍ଦ କହିଲେ ଯେ, ଦେଶରେ ସ୍ମାର୍ଟ୍ ସିଟୀ ତାଲିକାରେ ପ୍ରଥମ ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ପାଇଁ ସମସ୍ତେ ଗର୍ବିତ । ଏ ଦିଗରେ ନାଲ୍କୋ ପକ୍ଷରୁ ଏହି ସେବା ଏକ ସ୍ମାର୍ଟ୍ ପଦକ୍ଷେପ ଅଟେ । ବିନା ମୂଲ୍ୟରେ ବରିÂ ନାଗରିକ, ଭିନ୍ନକ୍ଷମ ତଥା ରୋଗୀ ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସେବା ପ୍ରଦାନ କରାଯିବ, ଯାହା କି ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ସାବ୍ୟସ୍ତ ହେବ ବୋଲି ଡଃ ଚାନ୍ଦ କହିଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ନାଲ୍କୋ ତତ୍ୱାବଧାନରେ ବିଶେଷଜ୍ଞ ସଂସ୍ଥା ଦ୍ୱାରା କରାଯିବ ।
ନାଲ୍କୋର ଏହି ମହତ ପଦକ୍ଷେପର ପ୍ରଶଂସା କରି ଖୋର୍ଦ୍ଧାର ଡିଭିଜନାଲ୍ ରେଲ୍ୱେ ମ୍ୟାନେଜର୍ ଶ୍ରୀ ବ୍ରଜ ମୋହନ ଅଗ୍ରୱାଲ କହିଲେ ଯେ ଏହି ପଦକ୍ଷେପ ଦ୍ୱାରା ଭୁବନେଶ୍ୱର ଓ କଟକକୁ ଆସୁଥିବା ଲକ୍ଷାଧିକ ଜନସାଧାରଣ ଲାଭାନ୍ୱିତ ହେବେ । ନାଲ୍କୋ ଅନେକ ସିଏସ୍ଆର୍ ପଦକ୍ଷେପ ଗ୍ରହଣ କରିବା ସହ ପୁରୀର ବିକାଶ ପାଇଁ ଅବଦାନ ଦେଉଥିବାରୁ ସେ କମ୍ପାନୀର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ, ରେଲ୍ୱେର ବରିÂ ଅଧିକାରୀ ଏବଂ ନାଲ୍କୋର ଅଧିକାରୀବୃନ୍ଦଙ୍କ ଉପସ୍ଥିତିରେ ନାଲ୍କୋ ଏବଂ ରେଲ୍ୱେ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ ସ୍ୱଚ୍ଛ ଆଇକନିକ ସ୍ଥାନ ପ୍ରକଳ୍ପ ଅଧିନରେ ନାଲ୍କୋ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି ପରିପ୍ରେକ୍ଷୀରେ, ନାଲ୍କୋ ପକ୍ଷରୁ ମାର୍ଚ୍ଚ୍ ୨୪ ତାରିଖରେ ପୁରୀ ରେଲ୍ୱେ ଷ୍ଟେସନ୍ ଠାରେ ଖୋର୍ଦ୍ଧା ରେଲ୍ୱେ ଡଭିଜନ୍ ସହ ମିଳିତ ଭାବେ ବିନା ମୂଲ୍ୟରେ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ କରାଯାଇଥିଲା ।

Share in top social networks!
Powered By Indic IME