୨୦୧୮ ବିଶ୍ୱ ରେଡ଼କ୍ରସ୍ ଦିବସର ଅନୁଚିନ୍ତା – ସବୁଠି ସମସ୍ତଙ୍କ ପାଇଁ – ଚେନାଏ ହସ – ଶ୍ରୀ ଏ.ଆର.ଖାନ୍

TunaPP
ମେ ମାସ ୮ ତାରିଖ ଦିନ ବିଶ୍ୱର ସର୍ବତ୍ର ବିଶ୍ୱ ରେଡ଼କ୍ରସ୍ ଦିବସ ଭାବେ ପାଳନ କରାଯାଏ । ବିଶ୍ୱର ସର୍ବପ୍ରଥମ ଏବଂ ସର୍ବ ବୃହତ ମାନବବାଦୀ ସଂଗଠନର ପ୍ରତିÂାତା ସାର୍ ଜାଁ ହେନେରୀ ଡୁନାଣଙ୍କର ଜନ୍ମ ଦିନକୁ ତଥା ତାଙ୍କ ସମ୍ମାନାର୍ଥେ ଏହି ଦିବସ ପାଳନ କରାଯାଉଅଛି । ଚିରାଚରିତ ଭାବେ କେକ୍ କଟା ବା ମହମବତୀ ନ ଜଳାଇ ବିଶ୍ୱର ସମସ୍ତ ଦୁଃଖୀ, ଆର୍ତ ଜନତାଙ୍କ ସେବାରେ ବ୍ରତୀ ହେବା ନିମନ୍ତେ ପୁନଃ ଅଙ୍ଗିକାର ବଦ୍ଧତା ପ୍ରତିପାଦନ କରିବା ଏହି ଦିବସର ବୈଶିଷ୍ଟ୍ୟ ।ପ୍ରତିବର୍ଷ ଅନୁଚିନ୍ତା ମାଧ୍ୟମରେ ବର୍ଷସାରା ରେଡ଼କ୍ରସ୍ର ଅଗଣିତ ସ୍ୱେଚ୍ଛାସେବୀ, ସଦସ୍ୟ ନିଜ ନିଜର ଜାତୀୟ ରେଡ଼କ୍ରସ୍ ଅବା ରେଡକ୍ରିସେଂଟ ମାଧ୍ୟମରେ କାର୍ଯ୍ୟକରିବାର ପ୍ରତିଜ୍ଞା ନେଇଥାନ୍ତି ।

ଚଳିତ ବର୍ଷର ଅନୁଚିନ୍ତା “ଏଭ୍ରି ହୋୟାର ଫର ଏଭ୍ରିଓାନ- ସ୍ମାଇଲ । ବିଶ୍ୱର କୋଣେ ଅନୁକୋଣେ ଅସଂଖ୍ୟ, ଅଗଣିତ କେବଳ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ, ସଦସ୍ୟ, କର୍ମକର୍ତା ଏବଂ କର୍ମଚାରୀ ନୁହନ୍ତି ପରଂନ୍ତୁ ସାଧାରଣ ଲୋକେ ରେଡ଼କ୍ରସ୍ର ମାନବବାଦୀ କାର୍ଯ୍ୟ ତୁଲାଇଅଛନ୍ତି । ଏଥି ନିମନ୍ତେ ଅଧିକାଂଶ କୌଣସି ଆର୍ଥôକ ଅବା ତତୁଲ୍ୟ ପାରିଶ୍ରମିକ ନେଇ ନଥାନ୍ତି । ସଂପୂର୍ଣ୍ଣ ସ୍ୱେଚ୍ଛାକୃତ ଏବଂ ଉସôର୍ଗୀକୃତ ସେବା ଭାବାପନ୍ନ ହୋଇ ଆର୍ତ , ପୀଡିତ, ଜନତାଙ୍କ ସେବା କରିଥାନ୍ତି ଏମାନେ । କିନ୍ତୁ ଅନେକ ବ୍ୟକ୍ତି ଏଭଳି ମଧ୍ୟ ଅଛନ୍ତି ଯେଉଁମାନେ ତାଙ୍କ ଅଜାଣତରେ ମଧ୍ୟ ରେଡକ୍ରସ୍ରେ ସାମିଲ ହୋଇଥାନ୍ତି ଅବା ରେଡ଼କ୍ରସ୍ ମାଧ୍ୟମରେ ସମାଜକୁ ସାହାଯ୍ୟ କରିଥାନ୍ତି ।

ରୋଗୀ ମାନଙ୍କର ତୁରନ୍ତ ଚିକିସôା ନିମନ୍ତେ ରକ୍ତ ଏବଂ ରକ୍ତ ଉପାଦାନ ଅତ୍ୟନ୍ତ ଆବଶ୍ୟକ । ରୋଗୀ, ଗର୍ଭବତୀ ମହିଳା, ଥାଲାସେମିଆ, ରକ୍ତ ଶିକୁଳି, ଦୁର୍ଘଟଣାରେ ରକ୍ତ ହରାଇଥିବା ବ୍ୟକ୍ତି, ଅସ୍ତେ୍ରାପଚାର ଅବା ପ୍ରତିରୋପଣ, କ୍ୟାନସର୍, ଜଳିଯାଇଥିବା ରୋଗୀ ଇତ୍ୟାଦି ସମସ୍ତଙ୍କର ରକ୍ତ ଆବଶ୍ୟକ । ସ୍ୱେଚ୍ଛାକୃତ ଭାବେ ରକ୍ତ ଦାନ କରି ଯେଉଁ ମହାନ ବ୍ୟକ୍ତି ଅନ୍ୟକୁ ଜୀବନ ଦାନ କରୁଛନ୍ତି, ସେମାନେ ଅନେକ କ୍ଷେତ୍ରରେ ହୁଏତ ଜାଣି ନଥାନ୍ତି ଯେ ସେମାନେ ବସ୍ତୁତଃ ରେଡ଼କ୍ରସ୍ର ଏକ ପ୍ରମୁଖ କାର୍ଯ୍ୟ ସହ ସାମିଲ ହୋଇଛନ୍ତି ।ବାତ୍ୟା, ବନ୍ୟା, ସୁନାମୀ, ଦୁର୍ଭିକ୍ଷ ଆଦି ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଯୁଦ୍ଧ, ଗୃହଯୁଦ୍ଧ, ଦୁର୍ଘଟଣା ଆଦି ମନୁଷ୍ୟକୃତ ବିପର୍ଯୟରେ ଅନେକ ସହୃଦୟ ବ୍ୟକ୍ତି ଆର୍ଥିକ, ଖାଦ୍ୟ ପଦାର୍ଥ, ପୋଷାକ, ଅସ୍ଥାୟୀ ଗୃହ, ପାନୀୟ ଜଳ, ଔଷଧ ଆଦି ଦାନ କରିଥାନ୍ତି । ଏହାଦ୍ୱାରା ସେମାନେ ରେଡ଼କ୍ରସ୍ର ପ୍ରମୁଖ ମାନବୀୟ କାର୍ଯ୍ୟରେ ସାମିଲ ହୋଇଯାଆନ୍ତି, ଅନେକ ସମୟରେ ତାଙ୍କ ଅଜାଣତରେ ।

ଚଳିତ ବର୍ଷ ବିଶ୍ୱର ରେଡ଼କ୍ରସ୍ ଦିବସ ପାଳନ ଅବସରରେ ସର୍ବତ୍ର କାର୍ଯ୍ୟରତ ସ୍ୱେଚ୍ଛାସେବୀ, ସଦସ୍ୟ, କର୍ମକର୍ତା, ବଦାନ୍ୟ ବ୍ୟକ୍ତି ନିଜ ଅଲକ୍ଷ୍ୟରେ ଅଜାଣତରେ ରେଡ଼କ୍ରସ୍ର ମାନବବାଦୀ କାର୍ଯ୍ୟାବଳୀ ସହିତ ସାମିଲ ଅସଂଖ୍ୟ ଜନତାଙ୍କୁ ଧନ୍ୟବାଦ ଦେବା, ତାଙ୍କ ସହ ଚିରନ୍ତନ ସଂପର୍କ ସ୍ଥାପନ କିରବା ଏବଂ ସମସ୍ତଙ୍କ ବିଷୟରେ ଜାଣିବା, ସେମାନଙ୍କ କାର୍ଯ୍ୟବଳୀ ଆଦିକୁ ସଂଗ୍ରହ କରି ଅନ୍ୟମାନଙ୍କୁ ହେବାକୁ ଯାଉଛି । ଏହାହିଁ ଚଳିତ ବର୍ଷର ଅନୁଚିନ୍ତାର ମାର୍ମିକ ଅର୍ଥ ।

ସଲଫେରିନୋ ଯୁଦ୍ଧର ବିଭୀଷିକା ଓ ଭୟାବହ ଅନୁଭୂତିକୁ ପାଥେୟ କରି ହେନେରି ଡୁନାଂଟଣ୍ଟ ନିଜର ପ୍ରଗାଢ ଉଦ୍ୟମ ବଳରେ ୧୮୬୩ ମସିହାରେ ଆରମ୍ଭ କରିଥିଲେ ଏକ ମାନବବାଦୀ ସେବା ସଂଗଠନ ଯାହା ଓଦ୍ଭଗ୍ଧରrଦ୍ଭବଗ୍ଧସକ୍ଟଦ୍ଭବକ୍ଷ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର କ୍ଟଲ ଗ୍ଧଷର ଜରୟ ଉrକ୍ଟଗ୍ଦଗ୍ଦ ଭାବରେ ନାମିତ ହୋଇଥିଲା । ଏହି ସଂଗଠନର ମୂଳ ଉଦେଶ୍ୟ ଥିଲା ଯୁଦ୍ଧରେ ଆହତ ବ୍ୟକ୍ତି ମାନଙ୍କୁ ସେବା ଓ ସହାଯ୍ୟ ପ୍ରଦାନ କରି ମାନବ ସମାଜର ଦୁଃଖ ଲାଘବ କରିବା । ସେହି ଦିନ ଠାରୁ ଦୀର୍ଘ ୧୫୩ ବର୍ଷ ଧରି ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ଓ ସଦସ୍ୟମାନେ ସକ୍ରିୟ ମାନବ ସେବାରେ ସ୍ଥାନୀୟ ଓ ବିଶ୍ୱ ସ୍ତରରେ ସକ୍ରିୟ । ସ୍ୱେଚ୍ଛାସେବୀ ଓ ସଦସ୍ୟ/ସଦସ୍ୟା ମାନଙ୍କର ତ୍ୟାଗ, ନିÂା ଓ ନିରବଚ୍ଛିନ୍ନ ସେବା ଯୋଗୁ ଆଜି ବିଶ୍ୱର ପ୍ରାୟ ସବୁ ଦେଶରେ ରେଡ଼କ୍ରସ୍ ଜନସେବାରେ କାର୍ଯ୍ୟରତ ।

ଭାରତୀୟ, ସଂସଦର ଆଇନ ୧୯୨୦ ଏବଂ ଓଡିଶା ବିଧାନ ସଭାର ଆଇନ ୧୯୩୬ ଅନୁଯାୟୀ ଭାରତ ଓ ଓଡିଶାରେ ରେଡ଼କ୍ରସ୍ କାର୍ଯ୍ୟକରି ଆସୁଅଛି । ଯଦିଓ ପ୍ରାରମ୍ଭିକ ସ୍ତରରେ ଏହି ମାନବବାଦୀ ଅନୁÂାନ ଆହତ ସୈନିକ, ରୋଗୀ ଓ ଦୁଃଖିଙ୍କ ସେବା ପାଇଁ ପ୍ରତିÂିତ ହୋଇଥିଲା; ପରବର୍ତୀ ସମୟରେ ଏହାର କାର୍ଯ୍ୟକ୍ଷେତ୍ର ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋÂୀଗତ ସ୍ୱାସ୍ଥ୍ୟସେବା, ରକ୍ତ ଭଣ୍ଡାର ପରିଚାଳନା, ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ପ୍ରଦାନ ଏବଂ ସର୍ବୋପରି ରେଡ଼କ୍ରସ୍ର ୭ଟି ମୌଳିକ ନୀତି ଯଥା – ମାନବିକତା, ନିରପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱଜନୀନତାର ପ୍ରଚାର ଓ ପ୍ରସାର ଦିଗରେ ପ୍ରସାରିତ ହୋଇଛି ।

୧୯୩୬ ମସିହା ଠାରୁ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ନିରବଚ୍ଛିନ୍ନ ଭାବେ ଏହାର ୩୦ ଗୋଟି ଜିଲ୍ଲା ଶାଖା, ଆଂଚଳିକ ଶାଖା, ନଗର ଶାଖା ଏବଂ ଶାଖା ମାଧ୍ୟମରେ ରାଜ୍ୟର ଜନସାଧାରଣଙ୍କୁ ରେଡ଼କ୍ରସ୍ର ମାନବବାଦୀ ମୌଳିକ ନୀତି ଏବଂ ଚାରିଗୋଟି ପ୍ରମୁଖ କାର୍ଯ୍ୟକ୍ରମ ଯଥା – ବିପର୍ଯ୍ୟୟ ସହାୟତା, ବିପର୍ଯ୍ୟୟ ପ୍ରସ୍ତୁତି, ଗୋÂୀଗତ ସ୍ୱାସ୍ଥ୍ୟସେବା ଓ ଯନô ଏବଂ ରେଡ଼କ୍ରସ୍ର ମୌଳିକ ନୀତିର ପ୍ରଚାର ଓ ପ୍ରସାର ମାଧ୍ୟମରେ ବିଭିନ୍ନ ସମୟପୋଯୋଗୀ ଜନ ହିତକର କାର୍ଯ୍ୟକ୍ରମ ଆୟୋଜନ ପାଇଁ ପଦକ୍ଷେପ ନେଉଅଛି । ରାଜ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ କୁ ଶତପ୍ରତିଶତ କରିବା ଲକ୍ଷ୍ୟରେ ରେଡ଼କ୍ରସ୍ ଏହାର ପ୍ରଚେଷ୍ଟା ଜାରି ରଖିଛି । ରାଜ୍ୟରେ “ଜନ ଔଷଧି” ଅଭିଯାନକୁ ପ୍ରଚାର ଓ ପ୍ରସାର କରିବା ପାଇଁ ଏବଂ ଜନ ସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ସହଜ ଭାବରେ ଯୋଗାଇଦେବା ଲକ୍ଷ୍ୟରେ ରେଡ଼କ୍ରସ୍ ରାଜ୍ୟ ଶାଖା ଭାରତ ଏବଂ ଓଡିଶା ସରକାରଙ୍କ ସହାୟତାରେ ଏହାର ଜିଲ୍ଲା ଶାଖା ମାଧ୍ୟମରେ ରାଜ୍ୟରେ ଜନ ଔଷଧି କେନ୍ଦ୍ର ଖୋଲାଯାଇ ଜେନେରିକ୍ ଔଷଧ ଯୋଗାଇବା ଭଳି ଏକ ଯୁଗାନ୍ତକରୀ ପଦକ୍ଷେପ ନେଇଛନ୍ତି ।ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ଅଗମ୍ୟ ଓ ଅପହଂଚଞ୍ଚ ଅଂଚଳ ମାନଙ୍କରେ ତଥା ସହରାଂଚଳର ଗରିବ ଲୋକମାନଙ୍କ ନିମନ୍ତେ ନିୟମିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଜେନେରିକ ଔଷଧ ପ୍ରଦାନ କରାଯାଉଛି ।

ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟ ଏବଂ ସାଧାରଣ ସମୟରେ ରାଜ୍ୟ ଶାଖାର ସଦସ୍ୟ/ସଦସ୍ୟା ଏବଂ ଊଊଜଞ, ଝଊଜଞ, ଘଊଜଞ ସଭ୍ୟ ମାନଙ୍କ ସହାୟତାରେ ଓଡିଶା ରାଜ୍ୟ ଶାଖା ଏହାର କାର୍ଯ୍ୟକ୍ରମ ଗୁଡିକୁ ସୁଚାରୁ ରୂପେ ସଂପାଦନ କରିଥାଏ । ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ପକ୍ଷରୁ ଜିଲ୍ଲା ସ୍ତରରେ ରେଡକ୍ରସ୍ର ସଦସ୍ୟ/ସଦସ୍ୟା, ସ୍ୱେଚ୍ଛାସେବୀ, ଜୁନିଅର ଏବଂ ଯୁବ ରେଡକ୍ରସ୍ର ପରାମର୍ଶଦାତା ମାନଙ୍କୁ ଉରrଗ୍ଧସଲସରୟ ୠସrଗ୍ଦଗ୍ଧ ଗରୟସମବକ୍ଷ ଜରଗ୍ଦକ୍ଟ୍ରକ୍ଟଦ୍ଭୟରr ଉପରେ ତାଲିମ ପ୍ରଦାନ କରାଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇଛି ଯାହାଦ୍ୱାରା ସାଧାରଣ ସମୟରେ ଏହି ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ୍ଲା ପ୍ରଶାସନକୁ ସହାୟତା ପ୍ରଦାନ କରିପାରିବେ ।

ଜୁନିଅର ଏବଂ ଯୁବ ରେଡ଼କ୍ରସ୍, ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଦୁଇଟି ମୁଖ୍ୟ ଅଙ୍ଗ ଯଦ୍ୱାରା ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଜୁନିଅର ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟ ମାନଙ୍କରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଯୁବ ସ୍ୱେଚ୍ଛାସେବୀ ସୃଷ୍ଟି କରାଯାଇ ପାରିଛି । ଏହି ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ରାଜ୍ୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ – ବୃକ୍ଷ ରୋପଣ, ସଡକ ସୁରକ୍ଷା, ପରିବେଶ ସୁରକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଏବଂ ରେଡ଼କ୍ରସ୍ର ମୌଳିକ ନୀତିର ପ୍ରଚାର ଓ ପ୍ରସାର କରାଯାଇ ପାରୁଛି । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଗୁଡିକରେ ଜରୟ ଜସଭଭକ୍ଟଦ୍ଭ ଉକ୍ଷଙ୍କଭ ପ୍ରତିÂା କରାଯାଇ ଐଓଠ/ଇଓଊଗ୍ଦ ସମ୍ବନ୍ଧରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି ।
ସ୍ୱାସ୍ଥ୍ୟ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ କ୍ଷେତ୍ରରେ ବିଶ୍ୱ ହାତ ଧୁଆ ଦିବସ ରେଡ଼କ୍ରସ୍ର ଏକ ଅନ୍ୟତମ କାର୍ଯ୍ୟକ୍ରମ, ଯଦ୍ୱାରା ଜୁନିଅର ଓ ଯୁବ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ଗୋÂୀ ମାନଙ୍କୁ ହାତ ଧୋଇବା ଦ୍ୱାରା କିପରି ଜଣେ ନିରୋଗ ରହି ପାରିବ ସେ ବିଷୟରେ ସଚେତନତା କରାଯାଇଥାଏ । ସ୍ୱଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମର ସଫଳତା ପ୍ରମାଣ ହୋଇସାରିଛି । ଉଗଝ ଋଦ୍ଭଙ୍ଖସrକ୍ଟଦ୍ଭଜ୍ଞରଦ୍ଭଗ୍ଧ ସଂସ୍ଥା ଭାରତ ସରକାରଙ୍କ ପାଇଁ ଏକ ସର୍ବେକ୍ଷଣ କରି ଲିପିବଦ୍ଧ କରିଛନ୍ତି ଯେ, ଓଡିଶାରେ ସର୍ବାଧିକ ବିଦ୍ୟାଳୟ ଗୁଡିକରେ ପାଇଖାନା ବ୍ୟବହୃତ ହେଉଛି ।

ଯୁଦ୍ଧ ସମୟରେ, ବିପର୍ଯ୍ୟୟ ସମୟରେ କିମ୍ବା ପାରିବାରିକ କଳହ ହେତୁ ଯଦି କୌଣସି ବ୍ୟକ୍ତି ନିଜର ପରିବାର ଠାରୁ ଅଲଗା ହୋଇଯାଇଥାଏ, ତେବେ ସେହି ନିଖୋଜ ବ୍ୟକ୍ତିକୁ ଖୋଜିବା ନିମନ୍ତେ ରେଡ଼କ୍ରସ୍ ୠବଜ୍ଞସକ୍ଷଚ୍ଚ ଘରଙ୍ଗଗ୍ଦ ଝରrଙ୍ଖସମର (ୠଘଝ) ର ସହାୟତା ନେଇଥାଏ ।
ରେଡ଼କ୍ରସ୍ର ପ୍ରତ୍ୟେକ କାର୍ଯ୍ୟ ମାନବିକତାର ମୂଲ୍ୟବୋଧରେ ପରିଚାଳିତ ଏବଂ ଏହା ଭୌଗୋଳିକ ସୀମା, ଧର୍ମୀୟ ଭାବନା ଏବଂ ସାଂସ୍କୃତିକ ସୀମା ଊଦ୍ଧ୍ୱର୍ରେ । ରେଡ଼କ୍ରସ୍ ଆନେ୍ଦାଳନର ସଦସ୍ୟ/ସଦସ୍ୟା ଏବଂ ସ୍ୱେଚ୍ଛାସେବୀ ମାନଙ୍କୁ ଦୁଃସ୍ଥ, ପ୍ରପୀଡିତ ଜନସାଧାରଣଙ୍କ ସେବା ନିମନ୍ତେ ୭ ଗୋଟି ମୌଳିକ ନୀତି ଯଥା; ମାନବିକତା, ନିରପେକ୍ଷତା, ସମଦର୍ଶିତା, ସ୍ୱାଧୀନତା, ସ୍ୱେଚ୍ଛାକୃତ ସେବା, ଏକତା ଓ ବିଶ୍ୱଜନୀନତାର ପ୍ରଚାର ଏବଂ ପ୍ରସାର ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଆୟୋଜନ କରାଯାଉଛି । ବିଗତ ଅନେକ ଦଶନ୍ଧିରେ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ଏବଂ ସଦସ୍ୟ ମାନେ ସମଗ୍ର ବିଶ୍ୱରେ ସାମାଜିକ ଅସ୍ଥିରତା ଏବଂ ବିପର୍ଯ୍ୟୟ ପ୍ରପିଡୀତ ଶହଶହ ନିୟୁତରୁ ଅଧିକ ଲୋକମାନଙ୍କୁ ଜରୁରିକାଳୀନ ସହାୟତା ପ୍ରଦାନ କରିଛନ୍ତି । ବିଶ୍ୱର ୧୮ ନିୟୁତ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଉଛନ୍ତି ଯୁବ ଗୋÂୀ । ତେଣୁ ସାଂପ୍ରତିକ ପରିସ୍ଥିତିରେ ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ, ପରିବେଶ ଜନିତ ସମସ୍ୟା, ଦାରିଦ୍ର୍ୟ ଏବଂ ସ୍ୱାସ୍ଥ୍ୟ ଓ ପରିମଳ ଜନୀତ ସମସ୍ୟାର ସମାଧାନ ନିମନ୍ତେ ବିଶ୍ୱର ଜନ ସାଧାରଣ ଆଗଭର ହୋଇ ସମୟପୋଯୋଗୀ ଏବଂ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ଆହ୍ୱାନ କରାଯାଉଛି ।

ରେଡ଼କ୍ରସ୍ର ସମସ୍ତ ସଦସ୍ୟ/ସଦସ୍ୟା ଓ ସ୍ୱେଚ୍ଛାସେବୀ ମାନବ ସେବାରେ ବ୍ରତୀ ହୋଇ ସମାଜରେ ଦୁଃସ୍ଥ, ଅବହେଳିତ ଲୋକଙ୍କ ପାଇଁ ଉସôର୍ଗୀକୃତ ସେବା ପ୍ରଦାନ କରିପାରିଲେ ସାର ଜାଁ ହେନେରି ଡୁନାଂଟଣ୍ଟଙ୍କର ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ ଏବଂ ଏହା ତାଙ୍କପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ।

ବିଶ୍ୱ ରେଡ଼କ୍ରସ୍ ଦିବସ ୨୦୧୮ ପବିତ୍ର ଅବସରରେ ରାଜ୍ୟର ପ୍ରତ୍ୟେକ ସହୃଦୟ ବ୍ୟକ୍ତି, ସର୍ବୋପରି ଯୁବକ ଏବଂ ମହିଳା ମାନଙ୍କୁ ବିଶ୍ୱର ସର୍ବପ୍ରଥମ, ସର୍ବବୃହତ୍ ତଥା ୪ ଥର ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ଏହି ଅନନ୍ୟ ମାନବବାଦୀ ସଂଗଠନ ତଥା ଆନେ୍ଦାଳନରେ ନିଜକୁ ସାମିଲ କରି ଓଡିଶା ତଥା ସମଗ୍ର ବିଶ୍ୱର ମାନବ ସେବାରେ ବ୍ରତୀ ହେବାକୁ ବିଶେଷ ଅନୁରୋଧ ।

Share in top social networks!
Powered By Indic IME