ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍.ସି. / ଏସ୍.ଟି. ମୋହର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ପ୍ରତିବାଦ ସଭା ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ମଧ୍ୟ ପ୍ରଦେଶ ରାଜ୍ୟରେ ପୋଲିସ ଇଣ୍ଟରଭୁ୍ୟ ସମୟରେ ପରୀକ୍ଷାର୍ଥୀଙ୍କ ଛାତିରେ ଏସ୍.ସି. / ଏସ୍.ଟି. ମୋହର ଲଗାଇ ଅନୁସୂଚିତ ଜାତି, ଜନଜାତି ପ୍ରାର୍ଥୀ ଚିହ୍ନଟ ପ୍ରତିବାଦରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଭୁବନେଶ୍ୱର ରାଜଭବନ ନିକଟରେ ଏକ ପ୍ରତିବାଦ ସଭା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ଶାଗରିଆଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ସଭାପତି
ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ମଧ୍ୟ ପ୍ରଦେଶ ସରକାରଙ୍କର ଏତାଦୃଶ କାର୍ଯ୍ୟ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଅପମାନ ସଦୃଶ ଓ ଏହି ବର୍ଗର ଜନସାଧାରଣଙ୍କ ପାଇଁ ଉଦ୍ଧିଷ୍ଟ ଆଇନର ଉଲଙ୍ଘନ କରୁଛି । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଅନନ୍ତ ପ୍ରସାଦ ସେଠୀ, ଗଣେଶ୍ୱର ବେହେରା, ଶରତ ପଟ୍ଟନାୟକ, ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।
ପରେ ଏକ କଂଗ୍ରେସ ପ୍ରତିନିଧି ଦଳ ମଧ୍ୟ ପ୍ରଦେଶ ବିଜେପି ସରକାରଙ୍କ ବିରୁଦ୍ଧରେ ଅଭିଯୋଗ ଫର୍ଦ୍ଧ ଦର୍ଜ କରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ମାନବ୍ୟର ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ଯୁଗ୍ମ ସଂପାଦକ ଶ୍ରୀ ଆଦିତ୍ୟ ଶର୍ମା, କଂଗ୍ରେସ ନେତା ସର୍ବଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜୟଦେବ ଜେନା, କୃଷ୍ଣଚନ୍ଦ୍ର ଶାଗରିଆ କୈଳାସ ଚନ୍ଦ୍ର କୁଲେସିକା, ଗଣେଶ୍ୱର ବେହେରା, ଶୁଭେନ୍ଦୁ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, ରିପୁନାଥ ସେଠ, ବାଙ୍କନିଧି ବେହେରା, ହଳଧର ସେଠୀ, ନରୋତ୍ତମ ନାୟକ, କନକଲତା ମଲ୍ଲିକ, ଜାନକୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME