“ଓଡ଼ିଶା କମ୍ପି୍ରହେନ୍ସିଭ୍ କ୍ୟାନସର କେୟାର ପ୍ରୋଗ୍ରାମ’ ;ଓଡ଼ିଶା ସରକାର ଓ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Dchxm4rVMAEY3GA
କ୍ୟାନସର ରୋଗୀମାନଙ୍କ ନିମନ୍ତେ ସୁଖବର । ରାଜ୍ୟରେ କ୍ୟାନସର ରୋଗୀମାନଙ୍କ ନିମନ୍ତେ
ସୁଲଭ ଓ ଗୁଣାତ୍ମକ ଚିକିତ୍ସା ତଥା ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଅଙ୍ଗୀକୃତ ଓଡ଼ିଶା ସରକାର
ଏବଂ ଟାଟା ଟ୍ରଷ୍ଟସ୍ ମଧ୍ୟରେ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ
ପଟନାୟକ ଓ ଟାଟା ଟ୍ରଷ୍ଟସ୍ର ଚେୟାରମ୍ୟାନ୍ ଶ୍ରୀ ରତନ ଏନ୍. ଟାଟାଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟାରେ
ସଚିବାଳୟସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଟାଟା ଟ୍ରଷ୍ଟସ୍ର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀ ଆର୍.
ଭେଙ୍କଟରମଣନ୍ ଓ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା
ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।
“ଓଡ଼ିଶା କମ୍ପ୍ରିହେନ୍ସିଭ୍ କ୍ୟାନ୍ସର କେୟାର ଯୋଜନା’ (ଓଡ଼ିଶା ସୁବିସ୍ତୃତ କର୍କଟ ରୋଗ
ଚିକିତ୍ସା କାର୍ଯ୍ୟକ୍ରମ) ଏକ ପ୍ରଭାବଶାଳୀ ଓ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ରାଜ୍ୟବାସୀଙ୍କ କଲ୍ୟାଣ
ଦିଗରେ ସମର୍ପିତ ହୋଇଛି ଓ “ସୁସ୍ଥ ଓଡ଼ିଶା : ସୁଖୀ ଓଡ଼ିଶା’ ସଂକଳ୍ପ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ
କରାଯାଇଛି ।
ରାଜ୍ୟବାସୀଙ୍କୁ ସୁଲଭ ତଥା ଗୁଣାତ୍ମକ କର୍କଟ ରୋଗ ଚିକିତ୍ସା ସେବା ଓ ସୁବିଧା ପ୍ରଦାନ
ଉଦ୍ଦେଶ୍ୟରେ ଅଭିପ୍ରେତ ଏହି ଯୋଜନାରେ ଜନସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯାଇପାରିବ
ଓ ତିନି ଥାକିଆ ସେବା ସୁବିଧା ଉପଲବ୍ଧ ହେବ । ରାଜ୍ୟରେ ଥ#ବା ମେଡ଼ିକାଲ୍ କଲେଜ୍ ଓ ଜିଲ୍ଲା
ସଦର ଡ଼ାକ୍ତରଖାନାମାନଙ୍କରେ ଭିତ୍ତିଭୂମିକୁ ଅଧ#କ ଉନ୍ନତ କରାଯିବା ସହିତ ରାଜ୍ୟର ୩୦ଟି ଯାକ
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଟ ରୋଗର ପରୀକ୍ଷା ଓ ପ୍ରାଥମିକ ନିରୂପଣ ସହିତ ମାଗଣା
କେମୋଥେରାପି ସୁବିଧା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।
ଆଜିର ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଅନୁସାରେ ଟାଟା ଟ୍ରଷ୍ଟ ଭୁବନେଶ୍ୱରଠାରେ କର୍କଟ
ରୋଗ ଚିକିତ୍ସା ନିମନ୍ତେ ଏକ ଗ୍ରୀନ୍ଫିଲ୍ଡ଼ କ୍ୟାନସର ଚିକିତ୍ସା ଓ ଗବେଷଣା ହସ୍ପିଟାଲ୍ ପ୍ରତିଷ୍ଠା
କରିବେ, ଏହାର କାର୍ଯ୍ୟ ପର୍ଯ୍ୟାୟ କ୍ରମେ ହେବ । ରାଜ୍ୟ ସରକାର ଏଥ# ପାଇଁ ଅନୁକୂଳ ସୁବିଧାସୁଯୋଗ
ଯୋଗାଇଦେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ
ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ
ଚିକିତ୍ସା କେନ୍ଦ୍ରକୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଓ ସୁବିଧା ପ୍ରଦାନ କରାଯାଇ ଉନ୍ନୀତ କରାଯିବ ।
କର୍କଟ ରୋଗୀମାନଙ୍କ ରୋଗ ନରୂପଣ ଓ ଚିକିତ୍ସା ନିମନ୍ତେ ରାଜ୍ୟର ମେଡ଼ିକାଲ କଲେଜ୍ଗୁଡ଼ିକର
ଭିତ୍ତିଭୂମି ସୁଦୃଢ଼ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକୁ ରୋଗନରୂପଣ ଓ ଚିକିତ୍ସା ନିମନ୍ତେ
ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇ ଦିନବେଳା କେମୋଥେରାପି ଓ ଅତିରିକ୍ତ ଭାବରେ
ରେଡ଼ିଓଥେରାପି ସେବା ପ୍ରଦାନ କରାଯିବ । ଏହା ଫଳରେ ସାରା ରାଜ୍ୟରେ କର୍କଟ ରୋଗ ଚିକିତ୍ସା
ବାବଦରେ ବ୍ୟାପକ ଜନସଚେତନତା ସୃଷ୍ଟି ହୋଇପାରିବ । ରୋଗୀମାନଙ୍କୁ ମଧ୍ୟ ଘଣ୍ଟା ଘଣ୍ଟା ସମୟ
ବ୍ୟୟ କରି ଚିକିତ୍ସା ନିମନ୍ତେ ଧାଇଁବାକୁ ପଡ଼ିବ ନାହିଁ । ହାତପାଆନ୍ତାରେ କର୍କଟ ରୋଗ ଚିକିତ୍ସା
ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି ।
ବୁଝାମଣାପତ୍ର ଅନୁସାରେ କର୍କଟ ରୋଗ ଚିକିତ୍ସା ନିମନ୍ତେ ପ୍ରଣୀତ ତିନିଥାକିଆ ବ୍ୟବସ୍ଥାକୁ
ବୈଷୟିକ ଓ ବୈଜ୍ଞାନିକ କୌଶଳ ମାଧ୍ୟମରେ ସୁଦୃଢ଼ କରାଯିବ, ଫଳରେ ଦୁର୍ଗମ ଅଞ୍ଚଳରେ ମଧ୍ୟ
ଚିକିତ୍ସା ସେବା ପହଞ୍ଚିପାରିବ ଓ ରୋଗୀମାନଙ୍କୁ ଯାଥାର୍ଥ ପ୍ରଯନ# ତଥା ସୁବିଧା ମିଳିପାରିବ । ନେଟ୍ଓ୍ୱାର୍କରେ
ସାମିଲ ହୋଇଥ#ବା ହସ୍ପିଟାଲ (ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକ) ବ୍ୟାପକ ସଚେତନତା, ଆଗତୁରା ରୋଗ
ଚିହ୍ନଟ ଓ ପରୀକ୍ଷା ଇତ୍ୟାଦି କାର୍ଯ୍ୟ ଆଗେଇ ନେବେ ।
ଏହି ବୁଝାମଣାପତ୍ର ଅନୁଯାୟୀ ଓଡ଼ିଶାରେ ଟାଟା ଟ୍ରଷ୍ଟ ଅଙ୍କୋଲୋଜିରେ ସ୍ନତକୋତ୍ତର ଶିକ୍ଷାଦାନ
ପାଇଁ ଟାଟା ଟ୍ରଷ୍ଟ ସୁବିଧା ଯୋଗାଇଦେବ । ମଡିକାଲ କାଉନ୍ସିଲ୍ ଅଫ୍ ଇଣ୍ଡିଆ, ଡିପ୍ଲୋମେଟ୍ ଅଫ୍
ନ୍ୟାସାନାଲ ବୋର୍ଡ, ଆଣିବିକ ଶକ୍ତି ନିୟନ୍ତ୍ରଣ ବୋର୍ଡ ଆଦି ଦ୍ୱାରା ସ୍ୱୀକୃତ ଏହି ପାଠ୍ୟକ୍ରମ ଟାଟା
ଟ୍ରଷ୍ଟସ୍ ଓ ନ୍ୟାସନାଲ କ୍ୟାନସର ଗ୍ରୀଡ଼୍ର ସହଯୋଗିତାରେ ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର
ଶ୍ରୀ ଆର୍ ବାଲକ୍ରିଷ୍ଣନ୍ଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ପଦାଧ#କାରୀ ଏବଂ
ଟାଟା ଟ୍ରଷ୍ଟର ପଦାଧ#କାରୀବୃନ୍ଦ ଉପସ୍ଥିତ ଥ#ଲେ ।

Share in top social networks!
Powered By Indic IME