୩ୟ ରାଜ୍ୟ କରାଟେ ଚମ୍ପିଆନଶିପ୍‍ ଉଦ୍‍ଯାପିତ

unnamedଭୁବନେଶ୍ୱର: ଅଖିଳ ଭାରତୀୟ କରାଟେ-ଡୋ ଫାଉଣ୍ଡେସନ ଅନୁବନ୍ଧିତ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସହଯୋଗରେ ଓଡିଶା କରାଟେ- ଡୋ ଆସୋସିଏସନ ପକ୍ଷରୁ ଏଠାରେ ଚାଲିଥିବା ତିନିଦିନିଆ ରାଜ୍ୟ କରାଟେ ଚମ୍ପିଆନଶିପ୍‍ ଉଦ୍‍ଯାପିତ ହୋଇଯାଇଛି । ପ୍ରତିଯୋଗିତାକୁ ଏହାର ମୁଖ୍ୟ ପୃÂପୋଷକ ତଥା ଭାରତ ରକ୍ଷା ମଞ୍ଚର ଜାତୀୟ ସଂଯୋଜକ ମୂରଲୀ ମନୋହର ଶର୍ମା ଉଦ୍‍ଘାଟନ କରିଥିଲେ । ଆଧୁନିକ ସମରକଳା ଓ ଆତ୍ମରକ୍ଷା କୌଶଳ ଓଡିଶାର ପାଇକମାନଙ୍କଠାରୁ ଆରମ୍ଭ ହୋଇଥିଲା । ମାତ୍ର ଏବେ ଏହି ପ୍ରାଚୀନ ସମରକଳାକୁ ବଞ୍ଚାଇ ରଖିଥିବା ଗୁରୁ ତଥା ପାଇକ ଆଖଡାଗୁଡିକ ସରକାରୀ ପ୍ରୋତ୍ସାହନରୁ ବାଦ ପଡିବା ଚିନ୍ତାଜନକ ବିଷୟ ବୋଲି ଶ୍ରୀ ଶର୍ମା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଫାଉଣ୍ଡେସନର ସଭାପତି ନନ୍ଦଜୀ ପ୍ରସାଦ, ବିର୍ଲା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୁଧାକର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୧୬୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓପନ କାଟା ବର୍ଗରେ ଆଶିଷ ରାମ, ଛବିରାଣୀ ମହାକୁଡ ଓ ଆୟୁଷ ରାୟ ପ୍ରଥମ ସ୍ଥାନ ହାସଲ କରିଥିଲା ବେଳେ ତୁଲିକା ପଟ୍ଟନାୟକ, ସୁନିଲ ଦେଓ ଓ ତୁଷାର ବେହେରା ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ସେହିପରି ରାଧିକା ସୋନି, ସ୍ୱୟଂକୁମାର ପାତ୍ର ଓ ସୌମ୍ୟରଞ୍ଜନ ବେହେରା ତୃତୀୟ ସ୍ଥାନ ହାସଲ କରିଥିଲେ । ଉଦ୍‍ଯାପନୀ ଉତ୍ସବରେ ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ଫୁଟବଲ ଖେଳାଳି ସଞ୍ଜୟ କୁମାର ନାୟକ ଓ ଓଡିଶା କରାଟେ- ଡୋ ଆସୋସିଏସନର ସଭାପତି ସ୍ୱାଧୀନ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME