ଦକ୍ଷତା ବିକାଶ କ୍ଷେତ୍ରରେ ଶ୍ରେÂ ରାଜ୍ୟ ଭାବେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ପୁରସ୍କାର

odishamap-4ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ପୁଣି ଦେଶର ଶ୍ରେÂ ରାଜ୍ୟ ଭାବେ ପୁରସ୍କାର ହାତେଇବାରେ ସଫଳ ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଶା ଏଥର ନୂତନ ଭାବେ ପ୍ରତିÂିତ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ଶ୍ରେÂ ତାଲିକାରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କେରଳ ଓ ଆନ୍ଧ୍ରପ୍ରଦେଶ, ଓଡ଼ିଶାଠାରୁ ବହୁ ପଛରେ ରହିଛନ୍ତି ।
ପରିମାଣ ମାନକରେ ଓରମାସ ଧାର୍ଯ୍ୟ ହୋଇଥିବା ଜାତୀୟ ଲକ୍ଷ୍ୟର ୫ ଭାଗରୁ ଭାଗେ ହାସଲ କରିପାରିଛି । ଓଡ଼ିଶା ଏବେ ସୁଦ୍ଧା ୯୬ ହଜାର ଯୁବକ ଯୁବତୀଙ୍କୁ ସଫଳତାର ସହ ତାଲିମ ଦେଇ ପାରିଛି ଏବଂ ୭୦ ହଜାର ଯୁବକ ଯୁବତୀଙ୍କ ପାଇଁ ରୋଜଗାର କରିବାର ମାଧ୍ୟମ ସୃଷ୍ଟି କରିପାରିଛି । ଆସନ୍ତା ୨ ବର୍ଷ ମଧ୍ୟରେ ଆଉ ୧ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୨୦୧୫ରେ ସାରା ଶେରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ଦକ୍ଷତା ବିକାଶ’ ଆରମ୍ଭ ହେବାର ବହୁ ପୂର୍ବରୁ ୨୦୦୯ ମସିହାରେ ଓଡ଼ିଶା ସରକାରଙ୍କ ପିଆର୍ ଓ ଡିଡବ୍ଲ୍ୟୁ ବିଭାଗ ଏହା ଆରମ୍ଭ କରିସାରିଥିଲେ । ସେଥିପାଇଁ ଓଡ଼ିଶା ଏହି ବ୍ୟବସ୍ଥା କରିବାରେ ଦେଶରେ ଅଗ୍ରଣୀ ଭୂମିକା ନେଇପାରିଛି । ଓରମାସର ଏହି କୌଶଳ ବାବଦରେ ଅନୁଧ୍ୟାନ କରିବାକୁ ବିଭିନ୍ନ ସମୟରେ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ବିହାର ଓ ଆସାମ ପ୍ରମୁଖ ରାଜ୍ୟର ପ୍ରତିନିଧିମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି ।
୨୦୧୬-୧୭ ଆର୍ଥିକ ବର୍ଷରେ ଦେଶରେ ପ୍ରଥମ କରି ଆରମ୍ଭ ହୋଇଥିବା ‘ଦକ୍ଷତା ବିକାଶ କାର୍ଯ୍ୟକ୍ରମ’ ଡିଡିୟୁ-ଜିକେୱାଇକୁ ସାମଗ୍ରିକ ଭାବେ ସଫଳତାର ସହ କାର୍ଯ୍ୟକାରୀ କରିଥିବାରୁ୨୦୧୭ ମସିହାରେ ଭାରତ ସରକାର ଓରମାସକୁ ଦେଶର ନମ୍ବର-୧ ରାଜ୍ୟ ଭାବେ ସମ୍ବର୍ଦ୍ଧିତ କରିଥିଲେ । ଚଳିତ ବର୍ଷ ମଧ୍ୟ କଠିନ ପ୍ରତିଯୋଗିତା ଭିତରେ ଦେଶର ‘ଶ୍ରେÂ ଦକ୍ଷତା ବିକାଶ ରାଜ୍ୟ’ ଭାବେ ଓଡ଼ିଶା ପୁଣି ଏହି ସଫଳତା ଦୋହରାଇଛି । ମେ ୫ ତାରିଖରେ ରାଞ୍ଚôରେ ଅନୁÂିତ ହେବାକୁ ଯାଉଥିବା ‘ଜାତୀୟ ଦକ୍ଷତା ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓଡ଼ିଶାକୁ ଏହି ପୁରସ୍କାର ପ୍ରଦାନ କରିବେ ।

Share in top social networks!
Powered By Indic IME