ଗ୍ରାମସ୍ୱରାଜ ଅଭିଯାନରେ ଦକ୍ଷତା ବିକାଶ, ଜୀବିକା ଓ ଉଦ୍ୟମୀ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ; ଆସନ୍ତା ୫ ତାରିଖ ଦିନ ରାଜ୍ୟର ୩୦ଟି ଜିଲ୍ଲାର ୧୬୪ ବ୍ଲକରେ ଅନୁÂିତ ହେବ କାର୍ଯ୍ୟକ୍ରମ

• ଖୋର୍ଦ୍ଧାଠାରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ
• ନୂଆ ଭାରତ ପାଇଁ ନୂଆ ପିଢିର ଦକ୍ଷତା ବିକାଶ ଓ ସେମାନଙ୍କୁ ଉଦ୍ୟମୀ କରିବାକୁ ଗୁରୁତ୍ୱ
• ସାଧାରଣ ଜନତା ବିଶେଷ ଭାବରେ ଯୁବକ ଓ ଯୁବତୀମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଦକ୍ଷତା, ଜୀବିକା ଓ ଉଦ୍ୟମୀ ହେବାର ସମ୍ଭାବନା ସହ ଯୋଡ଼ି ହେବାକୁ ନିବେଦନ

Press Meet NSDC-2 ଆସନ୍ତା ୫ ତାରିଖ ଦିନ ରାଜ୍ୟର ୩୦ଟି ଜିଲ୍ଲାର ୧୬୪ ବ୍ଲକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଲିଥିବା ଗ୍ରାମସ୍ୱରାଜ ଅଭିଯାନରେ ଦକ୍ଷତା ବିକାଶ ଓ ଜୀବିକା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁÂିତ ହେବ ବୋଲି ଏନ୍ଏସ୍ଡ଼ିସିର ଶ୍ରୀ ଜୟକାନ୍ତ ସିଂ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ରାଜ୍ୟର ୧୬୪ ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁÂିତ ହେବା ସହ ଖୋର୍ଦ୍ଧାର ବିଡ଼ିଓ କଲୋନୀ ସାମ୍ନାରେ ଥିବା ହାବେଳୀ ପଡ଼ିଆଠାରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁÂିତ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଉପସ୍ଥିତ ରହିବେ ବୋଲି ଶ୍ରୀ ଜୟକାନ୍ତ ସିଂ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।

ଗ୍ରାମସ୍ୱରାଜ ଅଭିଯାନରେ ଦକ୍ଷତା ବିକାଶ ଓ ଜୀବିକା ପାଇଁ ରୋଜଗାରର ସୁଯୋଗ ସହ ଦେଶକୁ ଯୋଡ଼ିବାକୁ ଯୁବ ଓ ମହିଳାମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଧିକମାତ୍ରାରେ ସାମିଲ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ଶ୍ରୀ ସିଂ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ନୂଆ ଭାରତ ଓ ଏଥିରେ ନୂଆ ଓଡ଼ିଶା ସ୍ୱପ୍ନକୁ ସାକାର ପୂରଣ କରିବା ପାଇଁ ରାଜ୍ୟସାରା ଅନୁÂିତ ହୋଇଥିବା ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରଣାଳୟ ଓ ଗ୍ରାମଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ କରାଯିବ ।

ଭାରତ ସରକାରଙ୍କର ଗରିବ କଲ୍ୟାଣ ଯୋଜନାକୁ ଆଗକୁ ବଢାଇବା ପାଇଁ ଉଭୟ ମନ୍ତ୍ରଣାଳୟ ଓଡ଼ିଶାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖକୁ ନେଇ ସଚେତନତା ମାଧ୍ୟମରେ ଭାରତ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରାଯିବ ।

ବିଭିନ୍ନ ପାରମ୍ପରିକ ଓ ଆଧୁନିକ ଯୁଗର ବଜାରରେ ଚାହିଦା ଥିବା ରୋଜଗାର ସୃଷ୍ଟି କରୁଥିବା ବା ଦକ୍ଷତା ବିକାଶ ଯୋଜନାର ପାଠ୍ୟକ୍ରମ ସହ ଯୁବପିଢିଙ୍କୁ ଯୋଡ଼ିବା ପାଇଁ ଚେଷ୍ଟା କରାଯିବ । ନ୍ୟାସନାଲ୍ ଆପୋରେଂଟିସିପି ସ୍କିିମ୍ (ଏନ୍ଏପିଏସ୍) ଯୋଜନାରେ ବିଭିନ୍ନ ସରକାରୀ ସଂସ୍ଥାରେ ଅନଜବ୍ ଟ୍ରେନିଂର ବ୍ୟବସ୍ଥାରେ ଅଧିକ ଯୁବପିଢି ସାମିଲ ପାଇଁ ସଚେତନତା ସୃଷ୍ଟି କରାଯିବ ।

ଆଇଟିଆଇ ଗୁଡ଼ିକୁ ଆଧୁନୀକରଣ କରାଯିବା ସହ ନୂଆ ଯୁଗର ପାଠ୍ୟକ୍ରମ ସାମିଲ କରାଯିବା ସହ ଯେଉଁମାନେ ପାରମ୍ପରିକ ଉପାୟରେ ଦକ୍ଷତାଯୁକ୍ତ ଅଛନ୍ତି ମାତ୍ର ସେମାନଙ୍କର ପ୍ରମାଣ ପତ୍ର ନାହିଁ ସେମାନଙ୍କୁ ସେମାନଙ୍କର ଦକ୍ଷତା ଆଧାରରେ ପ୍ରମାଣ ପତ୍ର ଯୋଗାଇ ଦେବା ପାଇଁ ପ୍ରଦକ୍ଷେପ ନିଆଯିବ । ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଯୁବପିଢିମାନଙ୍କୁ ଉଦ୍ୟମୀ ହେବା ପାଇଁ ଉପଲବ୍ଧ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ସୂଚନା ପ୍ରଦାନ କରାଯିବ ।

ରାଜ୍ୟ ସାରା ଅନୁÂିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ସ୍ଥାନୀୟ ଜନତା ବିଶେଷ ଭାବରେ ଯୁବକ ଓ ଯୁବତୀମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଭାରତ ସରକାରଙ୍କର ଦକ୍ଷତା ବିକାଶ, ଜୀବିକା ତଥା ଉଦ୍ୟମୀ ହେବାର ସମ୍ଭାବନା ସହ ସାମିଲ ହେବା ପାଇଁ ଶ୍ରୀ ସିଂ ନିବେଦନ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍ଏସ୍ଡ଼ିସିର ଶ୍ରୀ ବିକ୍ରମ କୁମାର ଦାସ, ଶ୍ରୀ ୟାସ୍ ବଜାଜ ଏବଂ ଦକ୍ଷତା ବିକାଶ ସଂସ୍ଥାର ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME