ତିନିଗୋଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନଗୃହ ଉଦ୍ଘାଟନ

UPHC12 copy
ଆଜି ଭୁବନେଶ୍ୱରେ ତିନିଗୋଟି ସହରାଚଂଳର ନୂତନ ଗୃହ ଉଦ୍ଘାଟିତ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଫୋଖରୀପୁଟ ( ୱାର୍ଡ -୬୨),ବରମୁଣ୍ଡା (ୱାର୍ଡ -୫୦ ) ଏବଂ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି (ୱାର୍ଡ -୮ ) ଠାରେ ନିର୍ମିତ ଏହି ସବୁ ନୂତନ ଗୃହକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ,ଆଇନ , ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା , ଗୃହ ଓ ନଗର ଉନ୍ନୟନ ଓ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୁଜାରୀ , ପର୍ଯ୍ୟଟନ ଏବଂ ଓଡିଆ ଭାଷା , ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା , ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଆନୁÂାନିକ ଭାବେ ଉଦ୍ଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ସହରାଚଂଳ ଲୋକମାନଙ୍କୁ ବିଶେଷ କରି ବସ୍ତିବାସୀନ୍ଦାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ସେଥିପାଇଁ ଆମ ରାଜ୍ୟରେ ଜାତୀୟ ସହରାଚଂଳ ସ୍ୱାସ୍ଥ୍ୟ ମିଶନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦୧୪ରେ ଶୁଭାରମ୍ଭ ହେବା ପରେ ବର୍ତମାନ ସୁଦ୍ଧା ରାଜ୍ୟର ୨୭ ଟି ସହରରେ ୮୫ ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୬ ଟି ସହରାଚଂଳ ଗୋÂୀସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହି ସମସ୍ତ ସ୍ୱାସ୍ଥ୍ୟ ଅନୁÂାନ ଗୁଡିକର ଗୁଣାତ୍ମକ ସେବା ପ୍ରଦାନ ନିମନ୍ତେ ଭିତିଭୂମିର ବିକାଶ କାର୍ଯ୍ୟ କରାଯାଉଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୧୧ ଟି ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ୨ ଗୋଟି ସହରାଚଂଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରାଯାଇଛି । ସେଥି ମଧ୍ୟରୁ ପୂର୍ବରୁ ନିଳାଦ୍ରିବିହାର ଠାରେ ନୂତନ ଗୃହ ଉଦ୍ଘାଟିତ ହୋଇଥିବା ବେଳେ ଆଜି ଏହି ତିଗୋଟିର ଉଦ୍ଘାଟିତ ହେଲା ।
ନୂତନ ଗୃହରେ ଓପିଡି , ଅବଜରଭେସନ ରୁମ୍ , ବିଶେଷଜ୍ଞ ଡାକ୍ତର , ଏ.ଏନ୍.ଏମ୍ , ପାଥୋଲୋଜି ପରୀକ୍ଷା , ଔଷଧ ବିତରଣ କେନ୍ଦ୍ର , ସମ୍ମିଳନୀ କକ୍ଷ , ଗୋଦାମ ଏବଂ ପ୍ରତିକ୍ଷା କୋଠରୀ ଆଦିର ବ୍ୟବସ୍ଥା କରାଯାଇଛି । ସହରାଚଂଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକ ସକାଳ ୮ ଘଂଟାରୁ ଦିନ ୧୧ ଘଂଟା ଏବଂ ଅପରାହ୍ନ ୫ ଘଂଟାରୁ ରାତ୍ର ୮ ଘଂଟା ପର୍ଯ୍ୟନ୍ତ ସେବା ପ୍ରଦାନ କରିବ । ଏତଦ୍ବ୍ୟତିତ ଏଠାରେ ଦୈନିକ ବିଶେଷଜ୍ଞ ସେବା ଉପଲବ୍ଧ ହେବା ସାଙ୍ଗକୁ ପ୍ରତି ବୁଧବାର ଟୀକାକରଣ ଆଦି ମଧ୍ୟ କରାଯିବ । ସହରାଚଂଳର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିମଳ ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦିଆଯାଉଛି । ୨୦୧୭-୧୮ ବର୍ଷ ପାଇଁ ୟୁନିଟ୍-୩ ଏବଂ ୟୁନିଟ୍-୯ରେ ଥିବା ସହରାଚମଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏଥି ପାଇଁ କାୟାକଳ୍ପ ପୁରସ୍କାର ପାଇଛନ୍ତି ।
ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଜାତୀୟସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଧଶକ ମୃଣାଳକାନ୍ତି ଦାସ , ରାଜ୍ୟ ସହରାଚଂଳ କାର୍ଯ୍ୟକ୍ରମ ପରିଚାଳକ ସୁକାନ୍ତ କୁମାର ମିଶ୍ର , ସି.ଡି.ଏମ୍.ଓ ଖୋର୍ଦ୍ଧା ଡାଃ ଭାରତୀ ଭୁଷଣ ବରାଳ , .ଡି.ଏସ୍.ଏମ୍.ଓ ଡାଃ ସନ୍ଦିପନ୍ନା ପତିଙ୍କ ସମେତ କପର୍ପୋରେଟର ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Share in top social networks!
Powered By Indic IME