ସତ୍ୟବାଦୀସ୍ଥିତ ବକୁଳବନର ଉନ୍ନତିକରଣ କରାଯିବ ବଜେଟ୍ରେ ୭ କୋଟି ଟଙ୍କାର ବ୍ୟବସ୍ଥା

IMG-20180503-WA0000
ପଞ୍ଚସଖାଙ୍କ କର୍ମସ୍ଥଳୀ ଓ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ସତ୍ୟବାଦୀସ୍ଥିତ ବକୁଳବନ ଓ ବନବିଦ୍ୟାଳୟର
ସ୍ମ&ୃତିକୁ ଜନସାଧାରଣଙ୍କ ନିକଟରେ ତୋଳି ଧରିବା ପାଇଁ ଏହାର ସର୍ବାଙ୍ଗୀନ ଉନ୍ନତି କରାଯାଇ ଓଡ଼ିଶା ତଥା
ଭାରତବର୍ଷରେ ଏକ ଆକର୍ଷଣୀୟ ଐତିହାସିକ ସ୍ଥଳରେ ପରିଣତ କରାଯିବ ବୋଲି ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ
ଶଶିଭୂଷଣ ବେହେରା କହିଛନ୍ତିା ଇତିହାସରେ ବକୁଳବନ ଓ ବନବିଦ୍ୟାଳୟର ଗୁରୁତ୍ୱକୁ ଉପଲବ୍ଧି କରି ଏହାର
ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଜି ସଚିବାଳୟଠାରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ
ଅନୁଷ୍ଠିତ ହୋଇଯାଇଛିା ଏଥ#ରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,
ସତ୍ୟବାଦୀର ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର
ପ୍ରକାଶକ ଶ୍ରୀ ନିରଞ୍ଜନ ରଥଙ୍କ ସମେତ ସଂପୃକ୍ତ ବିଭାଗୀୟ ପ୍ରମୁଖ ଶାସନ ସଚିବମାନେ ଯୋଗଦେଇଥ#ଲୋ
ଚଳିତ ୨୦୧୮-୧୯ ଆଥ#ର୍କ ବର୍ଷରେ ବକୁଳବନର ଉନ୍ନୟନ ନିମନ୍ତେ ବଜେଟ୍ରେ ୭ କୋଟି ଟଙ୍କା ବ୍ୟବସ୍ଥା
ଥ#ବା ପରିପ୍ରେକ୍ଷୀରେ ଏହାର କିଭଳି ଉନ୍ନତି କରାଯିବ ସେଥ# ନିମନ୍ତେ ଏହି ବୈଠକରେ ଆଲୋଚନା କରାଯାଇଥ#ଲାା
ଏକ ଉଚ୍ଚସ୍ତରୀୟ କମିଟି ଆସନ୍ତା ୧୫ ଦିନ ମଧ୍ୟରେ ସାକ୍ଷୀଗୋପାଳ ବକୁଳବନ ଯାଇ ସ୍ଥିତିର ଅନୁଧ୍ୟାନ କରିବ ବୋଲି
ବୈଠକରେ ନିଷ୍ପତ୍ତି ହୋଇଥ#ଲାା ସ୍ଥିତି ଅନୁଧ୍ୟାନ ପରେ କମିଟିର ପ୍ରସ୍ତାବକୁ ପରବର୍ତ୍ତୀ ବୈଠକରେ ଆଲୋଚନା
କରାଯାଇ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ଜାତୀୟତା ଆନ୍ଦୋଳନ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର
କେନ୍ଦ୍ରସ୍ଥଳୀ ତଥା ପଞ୍ଚସଖାଙ୍କ ତ୍ୟାଗ ଓ ତିତୀକ୍ଷାର ସାଧନାପୀଠର ବକୁଳବନର ଯଥୋଚିତ ଉନ୍ନତି ଓ ପରବର୍ତ୍ତୀ
ସମୟରେ ଏହାର ସୁପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ବୈଠକରେ ସବିଶେଷ
ଆଲୋଚନା କରାଯାଇଥ#ଲାା ଲୋକସେବକ ମଣ୍ଡଳ ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ଦୀର୍ଘ ସଂପର୍କ ପରିପ୍ରେକ୍ଷୀରେ
ବକୁଳବନର ଉନ୍ନତି ଓ ସୁରକ୍ଷା ଦିଗରେ ଲୋକସେବକ ମଣ୍ଡଳର ସକି୍ରୟ ସହଯୋଗ ନିମନ୍ତେ ଅନୁରୋଧ
କରାଯାଇଥ#ଲାା ଏଥ# ସହିତ ପର୍ଯ୍ୟଟନ, ବିଦ୍ୟାଳୟ ଓ ଗଣଶିକ୍ଷା, ରାଜସ୍ୱ ବିଭାଗ, ଆଇନ ବିଭାଗ ଓ ଦେବୋତ୍ତରର
ସକ୍ରିୟ ସହଯୋଗରେ ବକୁଳବନର ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରାଯିବା ପାଇଁ ବୈଠକରେ ଆଲୋଚନା
ହୋଇଥ#ଲାା
ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଡା. ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
ବିଭାଗର ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର, ଆଇନ ବିଭାଗର ପ୍ରମୁଖ ସଚିବ ଶ୍ରୀ ବିଭୁପ୍ରସାଦ
ରାଉତରାୟ, ଦେବୋତ୍ତର କମିଶନର, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧ#କାରୀ
ଯୋଗଦେଇଥ#ଲୋ

Share in top social networks!
Powered By Indic IME