ପ୍ରୀତି ପଟେଲକୁ ଗାର୍ନ୍ଧବ କଳାଶ୍ରୀ ସମ୍ମାନ

44th Gandharva kala Mahotsav at Rabindar Mandapଗାନ୍ଧର୍ବ କଳା ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଅନୁÂିତ ହେଉଥିବା ଦୁଇଦିନିଆ ମହୋତ୍ସବ ବୁଧବାର ଉଦ୍‍ଯାପିତ ହୋଇଯାଇଛି । ଉଦ୍‍ଯାପନୀ ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପଣ୍ଡିତ ଗୁରୁ ଗୋପାଳଚନ୍ଦ୍ର ପଣ୍ଡା, ଗାର୍ନ୍ଧବ କଳା ପରିଷଦର ସଭାପତି ଶଙ୍କର୍ଷଣ ପରିଡା, ଉପସଭାପତି ଭାଗବତ ପ୍ରସାଦ ପାଟ୍ଟଯୋଶୀ ଏବଂ ସମ୍ପାଦିକା ଗାୟତ୍ରୀ ମିଶ୍ର ପ୍ରମୁଖ ଯୋଗା ଦେଇଥିଲେ । ଏହି ଅବସରରେ ମଣିପୁରୀ ନୃତ୍ୟ କ୍ଷେତ୍ରରେ ଉତ୍ସର୍ଗୀକୃତ ଯୋଗଦାନ ପାଇଁ ଶିଳ୍ପୀ ପ୍ରୀତି ପଟେଲଙ୍କୁ ଗାନ୍ଧର୍ବ କଳାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ଲିଖିତ ଛାନ୍ଦ ‘ଅପ୍ରାକୃତ ପ୍ରେମ ମୂର୍ତ୍ତି’ରୁ । ଯାହକୁ ପରିବେଷଣ କରିଥିଲେ ଗାନ୍ଧର୍ବ କଳା ପରିଷଦର ଛାତ୍ରୀମାନେ । ପରେ ପରେ ଡ. ଦିବାକର ମିଶ୍ରଙ୍କ ଲିଖିତ ନାରାୟଣ ବନ୍ଦନା ପରିବେଷଣ କରିଥିଲେ । ପ୍ରୀତି ପଟେଲ ଜୟଦେବଙ୍କ ଅଷ୍ଟପଦୀ ‘ଲଳିତ ଲବଙ୍ଗ ଲତା..’କୁ ମଣିପୁରୀ ଶୈଳୀରେ ପରିବେଷଣ କରିଥିଲେ । ପରେ ପରେ ରୁଦ୍ର ପ୍ରସାଦ ସ୍ୱାଇଁ ଓ ଅନନ୍ୟା ପରିଡାଙ୍କ ଦ୍ୱୈତ ନୃତ୍ୟ, ନୃତ୍ୟପୁରୀ ଓ ସଞ୍ଜୟ କୁମାର ବେହେରା ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଶ୍ୱଜିତ୍‍ ବଳବନ୍ତରାୟ । ସେହିପରି ଉଦ୍‍ଘାଟନୀ ଦିବସରେ ବିଶିÂ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କୁ ଗାନ୍ଧର୍ବକଳା ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ଭାଷା ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଡ. ବିଜୟାନନ୍ଦ ସିଂଙ୍କୁ ଗାନ୍ଧର୍ବ କଳା (ସ୍ୱତନ୍ତ୍ର) ସମ୍ମାନ, ଓଡିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତିଙ୍କୁ ଗାନ୍ଧର୍ବ କଳା (ସଙ୍ଗୀତ) ସମ୍ମାନ, ବିଶିÂ ଭାସ୍କର୍ଯ୍ୟ ଶିଳ୍ପୀ ଟୁଟୁ ପଟ୍ଟନାୟକଙ୍କୁ ଗାନ୍ଧର୍ବ (ଦୃଶ୍ୟ) କଳା ସମ୍ମାନ ଏବଂ କଥାଶିଳ୍ପୀ ଡ, ମିହିର କୁମାର ସାହୁଙ୍କୁ ଗାନ୍ଧର୍ବ (ଶବ୍ଦ) କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Share in top social networks!
Powered By Indic IME