ଲାଞ୍ଚ ନେଇ ଫାର୍ମାସିଷ୍ଟ ଗିରଫ

ଭୁବନେଶ୍ୱର: ଏକ ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ପାଇଁ ସୁପାରିଶ କରିବା ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେଉଁଝର ଗନ୍ଧମାର୍ଦ୍ଧନ ଡିସ୍‍ପେନ୍ସାରୀର ବରିÂ ଫାର୍ମାସିଷ୍ଟ ଲୀନା ପ୍ରିୟଦର୍ଶନୀ କଟକ ଭିଜିଲାନ୍ସ ସେଲ ହାତରେ ଧରା ପଡିଛନ୍ତି । ଦୁର୍ନୀତି ନିବାରଣ ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ତାଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ଯେ ଏକ ଘରୋଇ ଔଷଧ ପ୍ରସ୍ତୁତକାରୀ କମ୍ପାନୀର ଔଷଧ ଦେବାକୁ ସୁପାରିଶ କରିବା ଲାଗି ଓଡିଶା ମାଇନିଂ କର୍ପୋରେସନ ଗନ୍ଧମାର୍ଦ୍ଧନ ଡିସ୍‍ପେନ୍ସାରୀର ଫାର୍ମାସିଷ୍ଟ ଲୀନା ସେହି ସଂସ୍ଥାର ବ୍ୟବସାୟିକ ଅଧିକାରୀ ରାଜେଶ କୁମାର ବେଉରାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ଏ ନେଇ ଶ୍ରୀ ବେଉରା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁସାରେ ବୁଧବାର ସକାଳେ ଶୁଆକାଟିସ୍ଥିତ ଡିସ୍‍ପେନ୍ସାରୀରେ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡିଥିଲେ । ଏଥିସହିତ ଶୁଆକାଟିସ୍ଥିତ ତାଙ୍କ ସରକାରୀ ବାସଭବନ ଉପରେ ମଧ୍ୟ ଚଢଉ କରାଯାଇଥିଲା । ତାଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଥିଲା ବେଳେ ତଦନ୍ତ ଜାରି ରହିଛି ।

Share in top social networks!
Powered By Indic IME