ଉକ୍ରଳ ସାମ୍ବାଦିକ ସଂଘର ଶ୍ରମିକ ଦିବସ ସମାରୋହ

ଉକ୍ରଳ ସାମ୍ବାଦିକ ସଂଘର ଶ୍ରମିକ ଦିବସ ସମାରୋହ
IMG_8160ଭୁବନେଶ୍ୱର,୨ା୫- ଓଡିଶାର ସାମ୍ବାଦିକମାନଙ୍କ ସମସ୍ୟା ସମ୍ପର୍କରେ ସରକାର ସଚେତନ ଅଛନ୍ତି ଓ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଉକ୍ରଳ ସାମ୍ବାଦିକ ସଂଘ ଭୁବନେଶ୍ୱର ସାମ୍ବାଦିକ ସଂଘର ମିଳିତ ସହଯୋଗରେ ଆୟୋଜିତ ଶ୍ରମିକ ଦିବସ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ, ଅନ୍ୟ ରାଜ୍ୟମାନଙ୍କରେ ସାମ୍ବାଦିକମାନଙ୍କୁ ବହୁବିଧ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡିଶାରେ ମଧ୍ୟ ସାମ୍ବାଦିକମାନଙ୍କୁ ଅନୁରୂପ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ଓ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଉତ୍ସବର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂସଦ ତଥା ସମ୍ବାଦର ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ସାମ୍ବାଦିକମାନେ ସଂଘବଦ୍ଧଭାବେ ଦାବି ହାସଲ କରିବା ସପକ୍ଷରେ ମତ ଦେଇଥିଲେ । ସାମ୍ବାଦିକମାନଙ୍କ ପାଇଁ ଏକାଧିକ ସଂଘ ସ୍ପୃହଣୀୟ ନୁହେଁ, ବର୍ତ୍ତମାନ ଦାବି ହାସଲ ପାଇଁ ମିଳିମିଶି ଲଢେଇ କରିବାର ଆବଶ୍ୟକତା ରହିଛି । ସାମ୍ପ୍ରତିକ ସ୍ଥିତିରେ ସାମ୍ବାଦିକମାନଙ୍କର ଯାହା ବି ସମସ୍ୟା ରହିଛି ସେଥିପାଇଁ ଖବରକାଗଜ ମାଲିକ ଓ ସରକାରଙ୍କ ଅପେକ୍ଷା ସାମ୍ବାଦିକମାନେ ଅଧିକ ଦାୟୀ, ତେବେ ଖବରକାଗଜ ସଂସ୍ଥା ମଧ୍ୟ ସେମାନଙ୍କ ମୌଳିକ ଆଦର୍ଶ ଓ ସମସ୍ୟା ସମ୍ପର୍କରେ ସଚେତନ ନୁହଁନ୍ତି । ରାଜ୍ୟରେ ଅଦ୍ୟାବଧି ସାମ୍ବାଦିକ ଚିହ୍ନଟ ସମ୍ଭବ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହାକୁ ସଂଘମାନେ ଆହ୍ୱାନ ଭାବେ ଗ୍ରହଣ କରିବା ଉଚିତ୍ । ଏ ଦିଗରେ ସେ ଓ ତାଙ୍କ ସଂସ୍ଥା ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଶିଷ୍ଟ ଅତିଥି ସାଂସଦ ପ୍ରଶାନ୍ତ ନନ୍ଦ ରାଜ୍ୟରେ ସାମ୍ବାଦିକମାନଙ୍କର ଯୁକ୍ତିଯୁକ୍ତ ସମସ୍ୟାକୁ ସମର୍ଥନ କରିବା ସହିତ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉଦ୍ବୋଧନ ଦେଇ ସାମ୍ବାଦିକମାନଙ୍କ ବହୁବିଧ ସମସ୍ୟା ସମାଧାନ ଉପରେ ସମର୍ଥନ ଜ୍ଞାପନ କରିଥିଲେ । ଏହି ଅବସରରେ ବରିÂ ସାମ୍ବାଦିକ ତଥା ସଂଘର ପୂର୍ବତନ ସଭାପତି ମହେଶ୍ୱର ମୂଳିଆ, ପୂର୍ବତନ ସମ୍ପାଦକ ଡ. ସତ୍ୟ ରାୟ, ମୂରଲୀଧର ସାମଲଙ୍କ ସମେତ ବିଭିନ୍ନ ଜିଲାର ସଭାପତିମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ସଂଘର ସଭାପତି ବିଭୂତି ଭୂଷଣ କର ସଂଘ ପକ୍ଷରୁ ମୁଖ୍ୟଅତିଥି ତଥା ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟବକ୍ତା ସୌମ୍ୟରଞ୍ଜନ ପଟ୍ଟନାୟକ, ସାଂସଦ ପ୍ରଶାନ୍ତ ନନ୍ଦ ଓ ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରିଥିଲା ବେଳେ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ମେୟର ଅନନ୍ତ ନାରାୟଣ ଜେନା ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇଥିଲେ । ଉତ୍ସବକୁ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ ପରିଚାଳନା କରିଥିଲା ବେଳେ ଜିତୁ ସାହୁ, ଲିଙ୍ଗରାଜ ସାହୁ, ନୃସିଂହ ଚରଣ ମହାପାତ୍ର, ସମ୍ବିତ୍ ଦାସ, ଭରତ ବେହେରା ପ୍ରମୁଖ ସହାୟତା କରିଥିଲେ ।

Share in top social networks!
Powered By Indic IME