ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ଦ୍ୱାରା “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ କୋଲକାତାଠାରେ ଆୟୋଜିତ

ମହାନ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହ ପାଳନ

• ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ପଶ୍ଚିମବଙ୍ଗର ମହାମହିମ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆଙ୍କ ବୀରତ୍ୱର ଗାଥା ଉପରେ ବର୍ଣ୍ଣିତ “ଭେଲୋର ଇନ ଭେନ୍ସ୍” ଶୀର୍ଷକ ପୁସ୍ତକ କଲେ ଉନ୍ମୋଚିତ
• ଓଡ଼ିଆଙ୍କ ବୀରତ୍ୱ ଉପରେ ପର୍ଯ୍ୟବେଶିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଧ୍ୟାର ଥିଲା ମୁଖ୍ୟ ଆକର୍ଷଣ

Odia Paika Dance Drama_5୧୮୧୭ ମସିହାରେ ହୋଇଥିବା ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ସମାରୋହ ପାଳନ ଅବସରରେ ନୂଆଦିଲ୍ଲୀର ଅଗ୍ରଣୀ ସଂଗଠନ ‘ଓଡ଼ିଆ ସମାଜ’ ପକ୍ଷରୁ, ଉକôଳ, କୋଲକାତା ଏବଂ ଇଷ୍ଟର୍ଣ୍ଣ ଜୋନ କଲଚରାଲ୍ ସେଂଟରର (ଇଜେଡସିସି)ର ମିଳିତ ସହଯୋଗରେ ଇଂରେଜମାନଙ୍କ ବିରୋଧରେ ଭାରତର ପ୍ରଥମ ବିଦ୍ରୋହର ଏହି ପ୍ରେରଣାଦାୟୀ ଗାଥାକୁ ବଜାୟ ରଖିବା ନିମନ୍ତେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସ୍ୱରୂପ “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ଆଜି କୋଲକାତାଠାରେ ଆୟୋଜିତ ହୋଇଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ, ପଶ୍ଚିମବଙ୍ଗର ମହାମହିମ ରାଜ୍ୟପାଳ ଶ୍ରୀ କେଶରୀ ନାଥ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଭାରୀ ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରାଳୟ ରାଷ୍ଟମନ୍ତ୍ରୀ ଶ୍ରୀ ବାବୁଲ୍ ସୁପ୍ରିୟୋ ଏବଂ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଏହି ଅବସରରେ ଓଡିଶାର ପୂର୍ବ ହୃତଗୌରବ ଏବଂ ସ୍ୱାଧୀନତା ସଂଗ୍ରାମର ପରାକାÂାକୁ ବହନ କରୁଥିବା “ଭେଲୋର ଇନ ଭେନ୍ସ୍” ଶୀର୍ଷକ ପୁସ୍ତକକୁ ମହାମହିମ ରାଜ୍ୟପାଳ ଶ୍ରୀ ତ୍ରିପାଠୀ ଉନ୍ମୋଚନ କରିଥିଲେ ।

ସୁପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଡୋନା ଗାଙ୍ଗୁଲିଙ୍କ ଦ୍ୱାରା ପ୍ରଦର୍ଶିତ ଓଡିଶୀ ନୃତ୍ୟ, ଓଡିଆ ପାଇକ ନୃତ୍ୟାଭିନୟ ପରିବେଷଣ, ଖୋର୍ଦ୍ଧା ଜିଲ୍ଲା କଳିଙ୍ଗ ପାଇକ ପକ୍ଷରୁ ପାଇକ ଆଖଡା ନୃତ୍ୟ ସମବେତ ଜନତାଙ୍କ ମଧ୍ୟରେ ପାଇକ ବିଦ୍ରୋହ ପରି ଦେଶପ୍ରେମର ଗାଥାକୁ ଉଦ୍ରେକ କରିଥିଲା । ଏହି ଅବସରରେ ୧୮୦୩-୧୯୪୭ ମଧ୍ୟରେ ହୋଇଥିବା ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହ ଓ ଅନ୍ୟାନ୍ୟ ବିଦ୍ରୋହ ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଓଡ଼ିଆ ସମାଜର ଟ୍ରଷ୍ଟି ଶ୍ରୀ ହିରଣ୍ୟ ମହାନ୍ତି, ନିଜର ସ୍ୱାଗତ ଅଭିଭାଷଣରେ ପ୍ରକାଶ କରିଥିଲେ ଯେ, ପୂର୍ବରୁ ଲକ୍ଷେ୍ନø, ଦିଲ୍ଲୀ ଏବଂ ଗୁରୁଗ୍ରାମ ବା ଗୁଡ଼ଗାଓଁଠାରେ ପରିବେଷଣ କରାଯାଇଥିବା “ଓଡ଼ିଆ ପାଇକ” ନୃତ୍ୟାଭିନୟ କଲିକତାଠାରେ ଚତୁର୍ଥ ଥର ପାଇଁ ପରିବେଷଣ କରାଯାଉଛି । ଆଗାମୀ ଦିନମାନଙ୍କରେ ଅନ୍ୟ ରାଜ୍ୟମାନଙ୍କରେ ଏପରି କାର୍ଯ୍ୟକ୍ରମ କରି ଏହି ଐତିହାସିକ ଘଟଣାକୁ ସର୍ବଭାରତୀୟ ସ୍ତରୀୟ ଘଟଣା କରିବା ନିମନ୍ତେ ଯୋଜନା କରାଯାଉଛି ବୋଲି ସେ କହିଥିଲେ ।

ଉକôଳ, କୋଲକାତାର ସଂପାଦକ ଶ୍ରୀ ରମେଶ ପ୍ରଧାନ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଉକôଳ, କୋଲକାତା ଏବଂ ଇଷ୍ଟର୍ଣ୍ଣ ଜୋନ କଲଚରାଲ୍ ସେଂଟରର ସଦସ୍ୟବୃନ୍ଦ ତଥା କୋଲକାତାର ବିଶିଷ୍ଟ ଐତିହାସିକ, ଶିକ୍ଷାବିତ୍, ବୁଦ୍ଧିଜିବୀ, ବିଭିନ୍ନ ଶିକ୍ଷାନୁÂାନରୁ ଆସିଥିବା ଛାତ୍ରଛାତ୍ରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଗୁରୁ ଶ୍ରୀ ପ୍ରଭାତ କୁମାର ସ୍ୱାଇଁଙ୍କ ତତ୍ୱାବଧାନରେ ଓଡ଼ିଶାର ରାଜଧାନୀ ତଥା ଭୁବନେଶ୍ୱରସ୍ଥିତ ଅନୁÂାନ, ନୃତ୍ୟ ନୈବେଦ୍ୟର ଛାତ୍ରଛାତ୍ରୀ “ଓଡ଼ିଆ ପାଇକ” – ଚିତାକର୍ଷକ ନୃତ୍ୟାଭିନୟ ପରିବେଷଣ କରିଥିଲେ । ଗୁରୁ ଶ୍ରୀ ସ୍ୱାଇଁ ଇଂରେଜ ଶାସନ ବିରୋଧରେ ଐତିହାସିକ ପାଇକ ବିଦ୍ରୋହର ଗାଥାକୁ ବର୍ଣ୍ଣନା କରିଥିଲେ । ଖୋର୍ଦ୍ଧାର ରାଜାଙ୍କ ଆଧ୍ୟାତ୍ମିକ ଶିକ୍ଷକ ତଥା ପରାମର୍ଶଦାତା ସହିଦ୍ ଜୟୀ ରାଜଗୁରୁ କିପରି ପାଇକ ପରିବାରକୁ ଏହି ବିଦ୍ରୋହ ପାଇଁ ଉସôାହିତ କରିଥିଲେ ଏବଂ ୧୮୦୩ ମସିହାରେ ଆକ୍ରମଣ କରିଥିବା ଇଂରେଜମାନଙ୍କ ବିରୋଧରେ ବିଭିନ୍ନ ଯୁଦ୍ଧ କୌଶଳମାନ କିପରି ତାଲିମ ପ୍ରଦାନ କରିଥିଲେ ସେ ସବୁକୁ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହର ମଙ୍ଗ ଧରିଥିବା ଖୋର୍ଦ୍ଧା ଗଡ଼ର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ, ମାଧବ ଚନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ର ଏବଂ କୃତିବାସ ପାଟ୍ଟସାଣୀ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଇଂରେଜମାନଙ୍କ ବିରୁଦ୍ଧରେ ଲଢିଥିଲେ ସେମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଥିଲା । ଏହି ନୃତ୍ୟାଭିନୟଟିର ସଂଳାପଟିକୁ ଶ୍ରୀ ପି. କେ. ଦାସ, ଆଇଆରଏସ୍ ଏବଂ ଶ୍ରୀ ଶ୍ୟାମାପଦ ଚାଟାର୍ଜୀ ରଚନା କରିଥିବାବେଳେ, ପ୍ରଫେସର ଧନେଶ୍ୱର ସ୍ୱାଇଁ ଓ ଶ୍ରୀ ସୁକାନ୍ତ କୁମାର କୁଂଡୁ ଏହାର ସଙ୍ଗୀତ-ବାଦ୍ୟ ରଚନା ଓ ନିଦେ୍ର୍ଧଶନା ଦେଇଛନ୍ତି ।

ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ, ଓଡ଼ିଶାରେ ମହାନ ପାଇକ ବିଦ୍ରୋହର, (ଯାହାକି ବି୍ରଟିଶ ଶାସନ ବିରୁଦ୍ଧରେ ପାଇକମାନଙ୍କ ସବୁଠାରୁ ବଡ଼ ବିଦ୍ରୋହ ଥିଲା) ୨୦୦ ବର୍ଷ ପୂର୍ତି ସମାରୋହ ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ, ୨୦ ଜୁଲାଇ, ୨୦୧୭ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଏହି ଆୟୋଜନ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିଲା । ଓଡ଼ିଆ ସମାଜର ଏହି ପଦକ୍ଷେପକୁ ବିଭିନ୍ନ ଓଡ଼ିଆ ସଂଘ ଉତ୍ସାହର ସହ ସମର୍ଥନ କରିଛନ୍ତି ।

Share in top social networks!
Powered By Indic IME