ରାଜ୍ୟ ସରକାର ବିକାଶ ପାଇଁ କାମ ନକରି ତାର ବିପରୀତରେ ଦିଗରେ କାମ କରି ଚାଲିଛନ୍ତି : ବିଜେପି

ପଂଚାୟତ ସ୍ତରରେ ନିଜ ହକ୍ ଜାଣିବାର ଅଧିକାର ସାଧାରଣ ଜନତାର ଅଛି । ନିଜ ପଂଚାୟତରେ କେତେ ଲୋକ ପେନସନ ପାଇଲେ ,କେତେ ଜଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଟାଂଗଲା, ନରେଗାରେ କେତେ କାମହେଲା, କେତେ ଘରକୁ ପାନୀୟ ଜଳ ସଂଯୋଗ ହେଲା, କେତେ ଘରକୁ ବିଜୁଳି ସଂଯୋଗ କରାଗଲା, ଏସମସ୍ତ ତଥ୍ୟ ଜଣେ ସାଧାରଣ ଜନତା ଜାଣିବା ଆବଶ୍ୟକ । କେନ୍ଦ୍ର ସରକାରଙ୍କ ପଂଚାୟତ ରାଜ ବିଭାଗ ତରଫରୁ କେତୋଟି ଫର୍ମାଟ ଦିଆଯାଇଛି । କେଉଁ ପଂଚାୟତକୁ କେତେ ଅର୍ଥ ଆସିଛି ଏବଂ ତାହା କିପରି ବିନିଯୋଗ ହୋଇଛି ସେନେଇ ଏକ ଫର୍ମାଟ ଦିଆଯାଇଛି । ଏହି ସବୁ ତଥ୍ୟ ପଂଚାୟତ ଅଫିସର କାନ୍ଥରେ ଲେଖାଯିବା କଥା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସବିଶେଷ ବିବରିଣୀ ଲେଖାଯିବ । ଏହି ପ୍ରକ୍ରିୟା ରାଜ୍ୟ ସରକାର ଆରମ୍ଭ କରିନାହାଁନ୍ତି । ରାଜ୍ୟ ସରକାର ବିକାଶ ପାଇଁ କାମ ନକରି ତାର ବିପରୀତ ଦିଗରେ କାମ କରି ଚାଲିଛନ୍ତି । ଓଡିଶା ସରକାରଙ୍କୁ କେଉଁ ଅଜଣା ଭୟ ଘାରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସାଧାରଣ ସଂପାଦକ ଶ୍ରୀ ପୃଥୀରାଜ ହରିଚନ୍ଦନ ପ୍ରଶ୍ନ ଉଠାଇଛନ୍ତି ।
ଗ୍ରାମାଚଂଳର ସାଧାରଣ ଜନତା କିପରି କେନ୍ଦ୍ର ସରକାରଙ୍କ ସମସ୍ତ ସୁବିଧାର ଲାଭ ଉଠାଇ ପାରିବେ ସେଥି ପାଇଁ ଗ୍ରାମ ସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ଯୋଜନା ସହ ଲୋକଙ୍କୁ ଯୋଡିବା ସହ ସାଧାରଣ ଜନତା କିପରି ନିଜ ହକ୍ ସମ୍ବନ୍ଧରେ ଜାଣିପାରିବ ସେ ନେଇ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଗଲା । ଗ୍ରାମଗୁଡିକର ସାମାଜିକ, ଆର୍ଥୀକ ବିକାଶ ସହ ଦାରିଦ୍ର ଦୂରୀକରଣ ହେଉଛି ଏହାର ପ୍ରମୁଖ ଲକ୍ଷ୍ୟ । ସମସ୍ତ ରାଜ୍ୟର ସହଭାଗିତା ଅନୁସାରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଛି କିନ୍ତୁ ରାଜ୍ୟ ସରକାରଙ୍କ ହିନମନ୍ୟତା ପାଇଁ ଏହାକୁ ଏପର୍ଯ୍ୟନ୍ତ ଠିକ୍ ଢଙ୍ଗରେ ରାଜ୍ୟରେ କାର୍ଯ୍ୟକ୍ଷମ କରାଯାଇ ପାରିନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଗ୍ରାମସ୍ୱରାଜ ଅଭିଯାନ କାର୍ଯ୍ୟକ୍ରମ ଏପ୍ରିଲ ୧୪ ରୁ ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୧୪ ତାରିଖ ଆମ୍ବେଦକର ଜୟନ୍ତୀ ଠାକୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଗତ ଏପ୍ରିଲ ୨୦ ତାରିଖରେ ସମଗ୍ର ଦେଶରେ ଉଜ୍ଜ୍ୱଳା ଦିବସ ପାଳନ କରାଯାଇଥିଲା । ରାଜ୍ୟରେ ସ୍ୱଚ୍ଛ ଇନ୍ଧନ କିପରି ଘରେ ଘରେ ଉପଲବ୍ଧ କରାଯିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦେଶର ୬୭୨ଟି ସ୍ଥାନରେ ୭୪ ହଜାର ସ୍ୱଚ୍ଛ ଇନ୍ଧନ ଯୋଗାଇ ଦିଆଗଲା ।
(ପୃÂା-୧/୨)

ସେହିପରି ଏପ୍ରିଲ ୨୪ ତାରିଖ ଦିନ ରାଷ୍ଟ୍ରୀୟ ପଂଚାୟତିରାଜ ଦିବସ ଥିଲା । ଏହା ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ସଂର୍ପକରେ ଆଲୋଚନା ହେବା ସହ ଗ୍ରାମ ସଭାର ଆହ୍ୱାନ ଦିଆଯାଇଥିଲା । ପଂଚାୟତରେ ଗ୍ରାମ ସଭା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ସାଧାରଣ ଜନତା ଯୋଡି ହେବାର ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ସହଭାଗିତା ନଥିବାରୁ ଏହାକୁ ବ୍ୟାପକ ଭାବେ ପ୍ରଚାର ପ୍ରସାର ହୋଇପାରିଲା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଅଗଷ୍ଟ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ବୀମା ଯୋଜନା ଘୋଷଣା କରିଥିଲେ । ଏହା ଦ୍ୱାରା ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍୍ୟବୀମାରେ ସାମିଲ କରାଯିବ । ଆଗାମୀ ୩୦ ତାରିଖ ଦିନ ଆୟୁଷ୍କାନ ଭାରତ କାର୍ଯ୍ୟକ୍ରମରେ ମା’ଏବଂ ଶିଶୁଙ୍କୁ ମାଗଣା ଟିକା ଦାନ କରାଯିବ ସହ ସ୍ୱାସ୍ଥ୍ୟବୀମା ସଂର୍ପକରେ ସାଧାରଣ ଜନତାଙ୍କୁ ଅବଗତ କରାଯିବ ।
ଆଗାମୀ ମେ ୨ ତାରିଖ ଦିନ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ କରାଯିବ । ଦେଶରେ କୃଷକର ଆୟ ଦ୍ୱିଗୁଣିତ କରାଯିବା ନେଇ ମୋଦୀ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଏହି ଦିନ ସେ ସଂପର୍କରେ ସାଧାରଣ କୃଷକମାନଙ୍କୁ ଅବଗତ କରାଯିବ । ପ୍ରତି ଗ୍ରାମ ପଂଚାୟତରେ ଏହା ହେଲେ ପ୍ରତି ଚାଷୀ ତାର ହକ୍ ଜାଣିବା ସହ ନିଜ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସଂର୍ପକରେ ଅବଗତ ହୋଇପାରିବ । ଆସନ୍ତା ମେ ୫ ତାରିଖ ଦିନ କେନ୍ଦ୍ରସରକାରଙ୍କ ସ୍କିଲ ବିଭାଗ ତରଫରୁ ଦକ୍ଷତା ବିକାଶ , ନିଯୁକ୍ତି ଓ ପରାମର୍ଶ ମେଳା ଆୟୋଜନ କରାଯିବ । ଏହି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ରାଜ୍ୟର ଶିକ୍ଷିତ ଯୁବକ ମାନେ ଏହାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ସାଧାରଣ ଜନତା ମୋଦୀ ସରକାରଙ୍କ ବିଭିନ୍ନ ଯୋଜନା ସଂର୍ପକରେ ଅବଗତ ହୋଇପାରିବେ । କେନ୍ଦ୍ର ସରକାର ଗୋଟିଏ ଦିଗରେ ସାମାଜିକ, ଅର୍ଥନୈତିକ ଏବଂ ସ୍ୱାବଲମ୍ବିତାର ବିପ୍ଲବ ଆଣିବାକୁ ଚାହୁଁଥିବା ସମୟରେ ରାଜ୍ୟ ସରକାର ଏ ଦିଗରେ ବାଧକ ସାଜିଛନ୍ତି । ଅନ୍ୟ ରାଜ୍ୟର ବିରୋଧୀଦଳମାନେ ଏହି ଅଭିଯାନକୁ ସ୍ୱାଗତ କକିଛନ୍ତି । ପଡୋଶୀ ତେଲେଙ୍ଗନା , ପଶ୍ଚିମବଙ୍ଗ , କେରଳ ଭଳି ରାଜ୍ୟମାନଙ୍କରେ ସରକାର ଏହି ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି । କିନ୍ତୁ ଏଭଳି ଏକ ଅଭୂତପୂର୍ବ ଯୋଜନାରେ ଓଡିଶା ସରକାରର ସହଭାଗିତା ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଗ୍ରାମ ସ୍ୱରାଜ ଅଭିଯାନକୁ ପ୍ରତି ଗ୍ରାମ ପଂଚାୟତରେ ପହଂଚାଇବା ପାଇଁ କିଛିଦିନ ତଳେ ରାଜ୍ୟ ବିଜେପି ନେତୃବୃନ୍ଦ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଥିଲେ । ଗ୍ରାମ ସଭା,ଗ୍ରାମଶକ୍ତି ଅଭିଯାନ ଏବଂ ସ୍ୱଚ୍ଛ ଭାରତ ପର୍ବ ଠିକ୍ ଢଙ୍ଗରେ ହେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହେଯାଗ ଲୋଡିଥିଲେ । ଏହା ସତ୍ୱେ ବି ରାଜ୍ୟ ସରକାର ଓଡିଶାର ବିକାଶ ଚାହୁଁନାହାଁନ୍ତି । କେନ୍ଦ୍ର ସହ ରାଜ୍ୟର ସହଭାଗିତାରେ ଓଡିଶାର ବିକାଶ କରିବା ପାଇଁ ବିଜେପି ସର୍ବଦା ବଦ୍ଧପରିକର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ଉପସଭାପତି ସମୀର ମହାନ୍ତି ଏବଂ ରାଜ୍ୟ ମୁଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!
Powered By Indic IME