ଦିଘାରେ ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

IMG-20180428-WA0008
ଓଡ଼ିଶା ଓ ପଶ୍ଚ ମି ବ ଙ୍ଗ ର ସୀମାସଂଲ ଗ୍ନ ଦିଘା ନିକ ଟସ୍ଥ ଭୋଗରାଇ ନିର୍ବାଚନ ମଣ୍ଡଳୀ ଅନ୍ତ ର୍ଗତ
ସାହାବାଜିପୁର ଗ୍ରାମପଞ୍ଚାୟତର ଉଦୟପୁରଠାରେ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂର୍ଣ୍ଣାବୟବ
ପ୍ରତିମୂର୍ତ୍ତିକୁ ଆଜି ପୂର୍ବାହ୍ନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ଉନ୍ମୋଚନ କରିଛନ୍ତିା ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଭାରତରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ
ଗଠନର ମୁଖ୍ୟ ପୁରୋଧା ମଧୁସୂଦନ ଦାସଙ୍କ ଜୀବନୀ ଓ ଆଦର୍ଶ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀଙ୍କୁ
ଅନୁପ୍ରେରିତ କରୁଥ#ବା ଏଠାରେ ଉନ୍ମୋଚିତ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଚିରଜାଗ୍ରତ ପ୍ରହରି ପରି ଏହି
ଅଞ୍ଚଳବାସୀଙ୍କୁ ଓଡ଼ିଆ ଜାତିର ଗୌରବକୁ ବଜାୟ ରଖ#ବା ନିମନ୍ତେ ଦିଗ୍ଦର୍ଶନ ଦେଉଥ#ବା ଏ ଅଞ୍ଚଳରେ
ଥ#ବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତିା
ପର୍ଯ୍ୟଟନର ବିକାଶ ସ୍ଥାନୀୟ ଜନସାଧାରଣଙ୍କ ଅର୍ଥନୈତିକ ଅଭିବୃଦ୍ଧି ସହ ଓଡ଼ିଶାକୁ ବିଶ୍ୱମାନଚିତ୍ରରେ ସ୍ଥାନ
ଦେବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥ#ଲୋ
ମଧୁବାବୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟଅତିଥ# ରୂପେ ଶିଳ୍ପ ଓ
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ଯୋଗଦେଇ ମଧୁବାବୁଙ୍କ ଜାତିପ୍ରୀତି ତଥା ଓଡ଼ିଆ ଅସ୍ମିତାକୁ ଶୀର୍ଷ ସ୍ଥାନରେ
ପହଞ୍ଚାଇବା ପାଇଁ ତାଙ୍କର ନିରବଚ୍ଛିନ୍ନ ଉଦ୍ୟମ ସଂପର୍କରେ ଆଲୋକପାତ କରିଥ#ଲୋ ବଙ୍ଗ-ଓଡ଼ିଶା
ସୀମାନ୍ତରେ ରାଜ୍ୟ ସରକାର ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥ#ବାରୁ ମନ୍ତ୍ରୀ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କ
ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଥ#ଲୋ
ସମ୍ମାନିତ ଅତିଥ# ରୂପେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ
ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଯୋଗଦେଇଥ#ଲୋ ଅନ୍ୟମାନଙ୍କ ମଧ୍ୟରେ ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ
ପାତ୍ର, ବାଲେଶ୍ୱର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ ଶ୍ରୀ ରମେଶ ରାଉତ, ସଂସ୍କୃତି
ବିଭାଗ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ସୁବ୍ରତ ପଣ୍ଡାଙ୍କ ସମେତ ବହୁ
ବୁଦ୍ଧିଜୀବୀ, ସାହିତି୍ୟକ ଓ ଜନସାଧାରଣ ଉପସ୍ଥିତ ଥ#ଲୋ
ଦିଘା ପରି ଏକ ପର୍ଯ୍ୟଟନସ୍ଥଳୀକୁ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଭାରତର ବିଭିନ୍ନ ରାଜ୍ୟର
ପର୍ଯ୍ୟଟକମାନେ ଆସୁଥ#ବା ଦୃଷ୍ଟିରୁ ସେଠାରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ
ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛିା

Share in top social networks!
Powered By Indic IME