କଟକରେ ତାରକସି କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର

4 ଓଡ଼ିଶାରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ କଟକରେ ତାରକସି କାରିଗରଙ୍କ ପାଇଁ ଆଜି ଏକ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦ୍ଘାଟନ କରିବେ । ଏଥିସହ କେନ୍ଦ୍ରମନ୍ତ୍ରୀ ଉର୍ଜା ଗଙ୍ଗା ଗ୍ୟାସ ପାଇପଲାଇନ ଦକ୍ଷତା ପ୍ରକଳ୍ପ ମଧ୍ୟ ଉଦଘାଟନ କରିବେ । ଏହାଦ୍ୱାରା ଓଡ଼ିଶାରେ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ୍ ପାଇପ୍ଲାଇନ (ଜେଏଚ୍ବିଡିପିଏଲ୍) ପ୍ରକଳ୍ପ ପାଇଁ ନିୟୋଜିତ ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ କର୍ମଚାରୀଙ୍କୁ ଔପଚାରିକ ତାଲିମ ଏବଂ ସାର୍ଟିଫିକେଟ୍ ମିଳିବ ।
ଆଜି ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହି ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ହେବାକୁ ଯାଉଛି, ଯିଏକି ଓଡ଼ିଶାରେ ଶିଳ୍ପାୟନର ଭିତିଭୂମି ସ୍ଥାପନା କରିଥିଲେ । ଉକ୍ରଳଗୌରବ ମଧୁସୂଦନ ଦାସଙ୍କ ପ୍ରତି ବିଶେଷ ସମ୍ମାନ ପ୍ରଦାନ ପୂର୍ବକ ତଥା ତାଙ୍କ ସ୍ୱପ୍ନକୁ ସାକାର କରିବା ଉଦେ୍ଧଶ୍ୟରେ ଏହି ପ୍ରକଳ୍ପଗୁଡିକର ପରିକଳ୍ପନା କରାଯାଇଛି ।
ମାନନୀୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ପାଇପ ଫିଟର-ସିଟି ଗ୍ୟାସ ବିତରଣ (ସିଜିଡି) ପାଠ୍ୟକ୍ରମର ଶୁଭ ଉଦଘାଟନ କରିବେ ଯାହାକି ଭୁବନେଶ୍ୱରସ୍ଥିତ ଦକ୍ଷତା ବିକାଶ ପ୍ରତିÂାନରେ ଆରମ୍ଭ ହେବ ।
ମାନନୀୟ କେନ୍ଦ୍ରମନ୍ତ୍ରୀ କଟକର ତାରକସି କାରିଗରଙ୍କ ପାଇଁ ଦକ୍ଷତା ତଥା ସାଧାରଣ ସୁବିଧା କେନ୍ଦ୍ର ଉଦ୍ଘାଟନ କରିବେ । ଏଡୁଜବ୍ସ ଏକାଡେମୀ ସହାୟତାରେ ଏନ୍ଏସ୍ଡିସି ଏବଂ ଜେମ୍ସ ଆଣ୍ଡ ଜୁଏଲାରୀ ସ୍କିଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ବିଶେଷ ଭାବେ ତାରକସି କାରିଗର ଏବଂ ବଣିଆମାନଙ୍କୁ ସେମାନଙ୍କ ପାରମ୍ପରିକ ରତ୍ନଖଚିତ କାରିଗରୀ ଏବଂ ଅଳଙ୍କାର ନିର୍ମାଣ କୌଶଳକୁ ବିଶ୍ୱସ୍ତରରେ ପହଂଚାଇବାକୁ ସ୍ୱଦେଶୀ ଜ୍ଞାନକୌଶଳର ତାଲିମ ସୁବିଧା ଉପଲବ୍ଧ କରାଉଛନ୍ତି ।
ଏହି ସୁବିଧା କେନ୍ଦ୍ର ଦ୍ୱାରା କାରିଗରମାନେ ନିଜ ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ପାଇବା ସହ ବିଶ୍ୱ ବଜାର ସହ ପରିଚିତ ହେବା ନିମନ୍ତେ ଏକ ସୁଯୋଗ ପାଇବେ । ଶିଳ୍ପସଂସ୍ଥା ସ୍ତରୀୟ ପ୍ରଶିକ୍ଷଣ ପାଇବା ନିମନ୍ତେ ଯେ କୈାଣସି କାରିଗର ସୁବିଧା କେନ୍ଦ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୈାଶଳ ମାଧ୍ୟମରେ ପାଇପାରିବେ । ମାର୍କେଟିଙ୍ଗ୍ କୈାଶଳ ସହ ଇ-କମର୍ସ ଆଦି ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ଆହରଣ କରିପାରିବେ, ଯଦ୍ୱାରା କାରିଗରମାନେ ସ୍ୱାବଲମ୍ବୀ ହେବା ସହ କ୍ରେତାଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଗାଯୋଗ କରିପାରିବେ ।
ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ (ଜେଏଚ୍ବିଡିପିଏଲ୍) ଉପଲବ୍ଧ କରାଉଥିବା ଗେଲ୍ (ଇଣ୍ଡିଆ) ଲିମିଟେଡ୍ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ନାମରେ ପରିଚିତ ଏହି ପାଇନଲାଇନ ପ୍ରକଳ୍ପରେ ବିବିଧ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେ୍ଧଶ୍ୟରେ ଦକ୍ଷତା ବିକାଶ କାର୍ଯ୍ୟଧାରା ତଥା ପ୍ରାକ ଶିକ୍ଷା ସ୍ୱୀକୃତି (ଆରପିଏଲ) ଉଦେ୍ଧଶ୍ୟରେ ଜାତୀୟ ଦକ୍ଷତା ବିକାଶ ନିଗମ (ଏନଏସ୍ଡିସି), ଦକ୍ଷତା ବିକାଶ ପ୍ରତିÂାନ ଭୁବନେଶ୍ୱର ଏବଂ ଲେବର ଟେ-ବେଙ୍ଗାଲୁରୁ ସହିତ ଚର୍ତୁଃପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।
ଓଡ଼ିଶାର ଯାଜପୁର ଏବଂ ଭୁବନେଶ୍ୱରରେ ଆରମ୍ଭ କରାଯାଉଥିବା ଏହି ଦକ୍ଷତା ସୃଷ୍ଟି ପ୍ରକଳ୍ପ ୱେଲ୍ଡର, ଫିଟର, ଇଲେକ୍ଟ୍ରିସିଆନ, ଆର୍ଥମୁଭିଂ ଇକ୍ୱିପମେଂଟ ଅପରେଟର ଆଦି ବିଭିନ୍ନ ଟ୍ରେଡରେ ଅଣକୁଶଳୀ ଯୁବପିଢ଼ୀଙ୍କ ପାଇଁ ତାଲିମ ସୁଯୋଗ ସୃଷ୍ଟି କରିବ । ଏହି ତାଲିମ ପ୍ରକଳ୍ପରେ ନିର୍ଦ୍ଧିଷ୍ଟ ଟ୍ରେଡରେ ପ୍ରାକ ଶିକ୍ଷା ସ୍ୱୀକୃତି (ଆରପିଏଲ୍) ଏବଂ ୫୨ ଘଂଟା ଅବଧିର ବ୍ରିଜ୍ ପାଠ୍ୟକ୍ରମ ଉପଲବ୍ଧ ହେବ ଏବଂ ଉର୍ଜା ଗଙ୍ଗା ଗ୍ୟାସ ପାଇପ୍ ଲାଇନ ପ୍ରକଳ୍ପ ଅଧୀନରେ ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗର କର୍ମଚାରୀ ଏଥିରେ ସାମିଲ ହେବେ । ଏହି ଦକ୍ଷତା ସୃଷ୍ଟି ପ୍ରକଳ୍ପରେ ଏନ୍ଏସ୍ଡିସି ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପରାମର୍ଶଦାତା (ପିଆଇସି) ଏବଂ ଲେବରନେଟ କାର୍ଯ୍ୟାନ୍ୱୟନ ଏଜେନ୍ସି ଭାବେ କାର୍ଯ୍ୟ କରିବେ ।
ଏହି ପାଇପଲାଇନ ପ୍ରକଳ୍ପରେ ନିୟୋଜିତ କମ ଶିକ୍ଷାଗତ ଯୋଗ୍ୟତା ଥିବା ଅଥବା ଔପଚାରିକ ତାଲିମ ନେଇ ନ ଥିବା କର୍ମଚାରୀ ଏହି କାର୍ଯ୍ୟ ପାଇଁ ଦକ୍ଷତା ଶିକ୍ଷା ହାସଲ କରିଛନ୍ତି । ଆର୍ପିଏଲ୍ ସେମାନଙ୍କୁ ଦକ୍ଷତା ହାସଲ ଏବଂ ସାର୍ଟିଫିକେଟ ପାଇଁ ସୁଯୋଗ ଦେଇ ସେମାନଙ୍କ କାର୍ଯ୍ୟକୁଶଳତାରେ ବିଶ୍ୱସନୀୟତା ସୃଷ୍ଟି କରାଇଛି । ଆରପିଏଲ ମାଧ୍ୟମରେ ଏବଂ ବ୍ରିଜ ତାଲିମ ସହିତ କର୍ମଚାରୀମାନେ ସେମାନଙ୍କ ଦକ୍ଷତା ବିକାଶର ସୁଯୋଗ ପାଇବା ସହିତ କାର୍ଯ୍ୟସ୍ଥଳରେ ଉପôାଦନ କ୍ଷମତା ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ନୂତନ ପଦ୍ଧତି ଶିକ୍ଷାର ସୁଯୋଗ ଦେଇଛି ।
ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାର ଅଂଶ ସ୍ୱରୂପ ଭୁବନେଶ୍ୱରରେ ଚାଲିଥିବା ସିଟି ଗ୍ୟାସ ବିତରଣ ପ୍ରକଳ୍ପରେ କୁଶଳୀ ମାନବସମ୍ବଳର ଆବଶ୍ୟକତା ପୂରଣ ପାଇଁ ଗେଲ୍ ସହବନ୍ଧନରେ ଏସ୍ଡିଆଇ ଭୁବନେଶ୍ୱର ପକ୍ଷରୁ ଉପଲବ୍ଧ ପାଇପ୍ ଫିଟର-ଜିସିଡି ପାଠ୍ୟକ୍ରମକୁ ମଧ୍ୟ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିବେ ।
ଗ୍ୟାସ ତରଳ ଓ ବାୟୁ ଚଳାଚଳ ପାଇପିଙ୍ଗ, ଭେଂଟ ଏବଂ ଡକ୍ଟ କାର୍ଯ୍ୟ ସମ୍ପାଦିତ ହେଉଥିବା ସିଟି ଗ୍ୟାସ ବିତରଣ, ତୈଳ ବିଶୋଧନାଗାର, ବିଦୁ୍ୟତ ଉପôାଦନ ପ୍ଲାଂଟ ଏବଂ ଅନ୍ୟ ଉପôାଦନ ଶିଳ୍ପରେ ନିଯୁକ୍ତି ସୃଷ୍ଟି ପାଇଁ ପାଇପ ଫିଟର-ଜିସିଡି ଏକ ସ୍ୱତନ୍ତ୍ର ପାଠ୍ୟକ୍ରମ । ଏହା ଏକ ତିନି ମାସିଆ ଆବାସିକ ପାଠ୍ୟକ୍ରମ । ଏହି ପାଠ୍ୟକ୍ରମରେ ବିଦ୍ୟାର୍ଥୀମାନଙ୍କୁ ୟୁନିଫର୍ମ, ବ୍ୟାଗ୍, ପାଠ୍ୟ ଉପକରଣ, ଜୋତା, ବୀମା ଆଦି ସୁବିଧା ସହିତ କ୍ୟାମ୍ପସ୍ରେ ମାଗଣାରେ ରହିବା ସୁବିଧା ଉପଲବ୍ଧ କରାଯିବ । ପାଠ୍ୟକ୍ରମ ସରିବା ପରେ ସେମାନଙ୍କୁ ନିଯୁକ୍ତି / ଆତ୍ମନିଯୁକ୍ତି ପାଇଁ ସହାୟତା ପ୍ରଦାନ କରାଯିବ ।
ଭାରତର ପ୍ରମୁଖ ପ୍ରାକୃତିକ ଗ୍ୟାସ୍ କମ୍ପାନୀ ଗେଲ୍ ୨,୬୫୫ କିଲୋମିଟର ଦୈର୍ଘ୍ୟବିଶିଷ୍ଟ ମର୍ଯ୍ୟାଦାଜନକ ଜେଏଚ୍ବିଡିପିଏଲ୍ ପ୍ରକଳ୍ପ ଉପଲବ୍ଧ କରାଉଛି ଯାହାକି ୨୦୧୫ ଜୁଲାଇରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା । ଏହି ପ୍ରକଳ୍ପ ପୁରା ଦମ୍ରେ ଆଗେଇ ଚାଲିଛି । ଆଜିସୁଦ୍ଧା ଗେଲ୍ ଏହି ପ୍ରକଳ୍ପ ପାଇଁ ୭,୪୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କା ବିନିଯୋଗ ନିଶ୍ଚିତ କରାଇଛି । ଏହି ପାଇପ୍ଲାଇନ୍ ପ୍ରକଳ୍ପ ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଦେଇ ଉପଲବ୍ଧ ହେବ । ସାର କାରଖାନା, ଶକ୍ତି ଉପôାଦନ ପ୍ଲାଂଟ, ବିଶୋଧନାଗାର, ଷ୍ଟିଲ୍ ପ୍ଲାଂଟ ଏବଂ ଅନ୍ୟ ଶିଳ୍ପ ପାଇଁ ପରିବେଶ ଅନୁକୁଳ ସ୍ୱଚ୍ଛ ପ୍ରାକୃତିକ ଗ୍ୟାସ୍ ଉପଲବ୍ଧ କରାଇ ଏହି ପ୍ରକଳ୍ପ ଭାରତର ପୂର୍ବାଂଚଳରେ ଶିଳ୍ପ ବିକାଶକୁ ବହୁଗୁଣିତ କରାଇବ ।

Share in top social networks!
Powered By Indic IME