ବାଲେଶ୍ୱରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ପାରାଦୀପ ହଳଦିଆ ବରୌନୀ ଅଶୋଧିତ ତୈଳ ପାଇପଲାଇନର ବାଲେଶ୍ୱର ପମ୍ପ ଷ୍ଟେସନ,
• ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ଓ ପାରାଦୀପ ହଳଦିଆ ଦୁର୍ଗାପୁର ଏଲପିଜି ପାଇପଲାଇନର ପାରାଦୀପ- ବାଲେଶ୍ୱର ସେକ୍ସନର କରିବେ ଉଦଘାଟନ
Press Meet of IOCL held on 28th April 2018 (2)
ପାରାଦୀପ ହଳଦିଆ ବରୌନୀ ଅଶୋଧିତ ତୈଳ ପାଇପଲାଇନର ବାଲେଶ୍ୱର ପମ୍ପ ଷ୍ଟେସନ, ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ତଥା ପାରାଦୀପ ହଳଦିଆ ଦୁର୍ଗାପୁର ଏଲପିଜି ପାଇପଲାଇନର ପାରାଦୀପ- ବାଲେଶ୍ୱର ସେକ୍ସନର ଉଦଘାଟନ କାର୍ଯ୍ୟକ୍ରମ ରବିବାର ଦିନ ବାଲେଶ୍ୱର ଠାରେ ଅନୁÂିତ ହେବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।
ପାରାଦୀପ- ହଳଦିଆ- ଦୁର୍ଗାପୁର ଏଲପିଜି ପାଇପ ଲାଇନ ଦ୍ୱାରା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗର ଏଲପିଜି ଆବଶ୍ୟକତାକୁ ପୂରଣ କରିବାର ଲକ୍ଷ୍ୟ ରଖା ଯାଇଛି । ଓଡିଶାର ପାରାଦୀପରୁ ଏହି ୭୧୦ କିମି ଦୈର୍ଘ୍ୟ ବିଶିଷ୍ଟ ପାଇପଲାଇନ ଆରମ୍ଭ ହୋଇ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଶେଷ ହେଉଛି । ଏହି ପ୍ରକଳ୍ପରେ ଓଡିଶାରେ ୪ ଶହ କୋଟି ଟଙ୍କା ପୁଂଜି ବିନିଯୋଗ ସରିଛି ।
ପାରାଦୀପ ଠାରେ ପମ୍ପ ଷ୍ଟେସନର ନିର୍ମାଣ ଓ ବାଲେଶ୍ୱର ଠାରେ ଡେଲିଭରୀ ଷ୍ଟେସନର ନିର୍ମାଣ ଫଳରେ ପାରାଦୀପ ହଳଦିଆ ଦୁର୍ଗାପୁର ପାଇପଲାଇନର ପାରାଦୀପ – ବାଲେଶ୍ୱର ସେକ୍ସନ ଜରିଆରେ ଓଡିଶାକୁ ନିରନ୍ତର ଓ ଅବାଧ ଭାବେ ଏଲପିଜି ଯୋଗାଣ ହୋଇ ପାରିବ । ଏହା ଦ୍ୱାରା ପାରାଦୀପରୁ ସଡକ ମାର୍ଗ ଯୋଗେ ଏଲପିଜି ପରିବହନ ବନ୍ଦ ହେବା ସହିତ କାର୍ବନ ବିକିରଣ କମ ହେବା ସହ ଟ୍ରାଫିକ ଜାମକୁ ମଧ୍ୟ କମ କରା ଯାଇ ପାରିବ ।
ଓଡିଶାରେ ଏଲପିଜିର ଚାହିଦା ଦିନକୁ ଦିନ ବଢୁଛି । ବାଲେଶ୍ୱର ସ୍ଥିତ ଇଣ୍ଡିଆନ ଅଏଲ କର୍ପୋରେସନର ବଟଲିଂ ପ୍ଲାଂଟର କ୍ଷମତା ବୃଦ୍ଧି ହେବା ଦ୍ୱାରା ରାଜ୍ୟର ଏଲପିଜିର ଅତିରିକ୍ତ ଆବଶ୍ୟକତାକୁ ପୂରଣ କରା ଯାଇ ପାରିବ । ପାରାଦୀପ ତୈଳ ବିଶୋଧନାଗାରରୁ ପାରାଦୀପ ହଳଦିଆ ଦୁର୍ଗାପୁର ପାଇପଲାଇନ ସଂଯୋଗ ହେବା ଦ୍ୱାରା ବହୁଳ ପରିମାଣରେ ଯୋଗାଣକୁ ସୁରକ୍ଷିତ କରା ଯାଇ ପାରିବ ।

Share in top social networks!
Powered By Indic IME