ଓଡ଼ିଶାରେ ତ୍ରିସ୍ତରୀୟ ସମବାୟ ଋଣ ଢାଂଚାକୁ ସଫଳତାର ସହ ଡିଜିଟାଇଜ୍ କରିଛି ଭିସଫ୍ଟ ଟେକ୍ନୋଲୋଜିଜ୍ ଏହି ସଫଳତା ହାସଲ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

OD-MAP-5ଆର୍ଥିକ ଅନୁÂାନ ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସମାଧାନ ପ୍ରଦାନକାରୀ ଗ୍ଲୋବାଲ ସଂସ୍ଥା, ଭିସଫ୍ଟ ଟେକ୍ନୋଲୋଜିଜ୍, ଓଡ଼ିଶାରେ ସମ୍ପୂର୍ଣ୍ଣ ତ୍ରିସ୍ତରୀୟ ସମବାୟ ଋଣ ଢାଂଚାକୁ ସଫଳତାର ସହ ଡିଜିଟାଇଜ୍ କରିଛି । ଭିସଫ୍ଟ ଟେକ୍ନୋଲୋଜିଜ୍କୁ ଏହି ଆଇଟି ପ୍ରକଳ୍ପ ପ୍ରଦାନ କରିବାର ବର୍ଷକ ମଧ୍ୟରେ ରାଜ୍ୟ ଏହି ସଫଳତାର ମାଇଲଖୁଂଟ ହାସଲ କରିଛି । ଏଥିସହ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଭାବେ ଏହି କାର୍ଯ୍ୟ ହାସଲ କରିଛି ।
ଏକ ଟେକ୍ନୋଲୋଜି ପାର୍ଟନର ଭାବେ ଭିସଫ୍ଟ ଟେକ୍ନୋଲୋଜିଜ୍ ଏହାର କୋର୍ ବ୍ୟାଙ୍କିଙ୍ଗ୍ ସଲୁ୍ୟସନ୍ସ ‘ୱିଙ୍ଗ୍ସ’ଏବଂ ୱେବ୍-ଆଧାରିତ ଓପନ୍ ସୋର୍ସ ସଫ୍ଟୱେର ସଲୁ୍ୟସନ୍ ‘ରୁଟ୍ସ’କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ (ଓଏସ୍ସିବି) ଜରିଆରେ ନିୟୋଜିତ କରିଛି । ଫଳରେ ୧୭ଟି ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ (ଡିସିସିବି), ୩୬୦ ଶାଖା ଏବଂ ୨୬୦୦ ପ୍ରାଥମିକ କୃଷି ଋଣ ସୋସାଇଟି (ପାକ୍ସ)କୁ ସଶକ୍ତ କରାଯାଇପାରିଛି । ପାକ୍ସଗୁଡ଼ିକର କମ୍ପୁ୍ୟଟରୀକରଣ ଫଳରେ କେବଳ ରିଅଲ ଟାଇମ୍ ଯୋଗ୍ୟତା ଚେକ୍ ଦ୍ୱାରା ତ୍ୱରିତ କୃଷି ଋଣ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରାଯାଇପାରିଛି ତାହା ନୁହେଁ ବରଂ ଡିସିସିବି ଦ୍ୱାରା ଜାରି ହେଉଥିବା ରୁପେ କିଷାନ୍ କାର୍ଡ ବ୍ୟବହାର କରି ଚାଷୀ ମଞ୍ଜୁର ଋଣକୁ ଉଠାଇ ପାରୁଛି ।
ଓଡ଼ିଶାରେ ପାକ୍ସଗୁଡ଼ିକର କମ୍ପୁ୍ୟଟରୀକରଣ କାର୍ଯ୍ୟକାରିତାର ସ୍କୋପ୍, କଭରେଜ୍ ଓ କାର୍ଯ୍ୟକାରିତା ଉଦେ୍ଧଶ୍ୟରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଚଳିତ ବର୍ଷ ପ୍ରାରମ୍ଭରେ ଏକ ଆସେସ୍ମେଂଟ ସର୍ଭେ କରିଛି । ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ବରିÂ ଅଧିକାରୀଙ୍କ ସହାୟତାରେ ନାବାର୍ଡ ପକ୍ଷରୁ ସିମିଲପୁର ପାକ୍ସ, ବାଙ୍କି ଡିସିସିବି ମୁଖ୍ୟାଳୟ ଏବଂ ଅନ୍ୟ ଶାଖାଗୁଡ଼ିକରେ ଏହି ଆସେସ୍ମେଂଟ ସର୍ଭେ କରାଯାଇଥିଲା । ଏକକ ସୂଚନା ପ୍ରୋସେସିଂ କାପାବିଲିଟି ବିଲ୍ଟ ଅପ୍କୁ ପ୍ରଦର୍ଶନ କରାଯାଇଥିଲା ଏବଂ ଏହି କାର୍ଯ୍ୟକାରିତାର ବହୁତ ସକାରାତ୍ମକ ଫଳାଫଳ ମିଳିଥିଲା । ଅଧିକାରୀମାନେ ଦେଖିବାକୁ ପାଇଥିଲେ ଯେ କିଷାନ୍ କ୍ରେଡିଟ୍ କାର୍ଡକୁ ବ୍ୟବହାର କରି ଚାଷୀମାନେ ମଞ୍ଜୁର ଋଣ ଅର୍ଥକୁ ରିଅଲ୍ ଟାଇମ୍ ଆଧାରରେ ଡିସିସିବି ବ୍ୟାଙ୍କ ଦ୍ୱାରା ଇନ୍ଷ୍ଟଲ ହୋଇଥିବା ଏଟିଏମ୍ ମେସିନ୍ ସମେତ ଅନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଏଟିଏମ୍ରୁ ଉଠାଇ ପାରୁଛନ୍ତି । ସେହିଭଳି ଏହି କାରବାର ଅନ୍ଲାଇନ୍ ସମନ୍ୱୟ ଜରିଆରେ ରିଅଲ୍ ଟାଇମ୍ ଆଧାରରେ ୧୦୦% ଠିକ୍ ସହ ଡିସିସିବି ଓ ପାକ୍ସର ଖାତାରେ ରେକର୍ଡ ହେଉଛି । ଭିସଫ୍ଟ ଟେକ୍ନୋଲୋଜିଜ୍ର ଆଇଟି ସଲୁ୍ୟସନ୍କୁ ବ୍ୟବହାର କରି ପାକ୍ସ ଓ ଡିସିସିବିର କାରବାରକୁ ନିରବଚ୍ଛିନ୍ନ ଅନ୍ଲାଇନ୍ ସମନ୍ୱୟକୁ ନାବାର୍ଡ ଓ ଓଏସ୍ସିବି ଅଧିକାରୀମାନେ ପ୍ରଶଂସା କରିଥିଲେ ଏବଂ ସମବାୟ ଋଣ ଢାଂଚାରେ ଏହା ଦେଶରେ ଫାଷ୍ଟ-ଅଫ୍-ଇଟ୍ସ-କାଇଣ୍ଡ ବୋଲି ସ୍ୱୀକୃତି ପ୍ରଦାନ କରିଥିଲେ ।
ଶ୍ରୀ ମୂର୍ତୀ ବୀରାଘନ୍ତା, ଅଧ୍ୟକ୍ଷ ଏବଂ ସିଇଓ- ଭିସଫ୍ଟ ଟେକ୍ନୋଲୋଜିଜ୍ କହିଲେ, “ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏଭଳି ଏକ ମହାନ ପଦକ୍ଷେପର ଅଂଶବିଶେଷ ହୋଇ ଆମେ ବେଶ୍ ଆନନ୍ଦିତ । ଏବେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଭାବେ ୨୫୦୦ରୁ ଅଧିକ ପାକ୍ସର ତଥ୍ୟକୁ ଡିଜିଟାଇଜ୍ କରି କୋର୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମକୁ ଲିଙ୍କ କରିଛି ।”
“ରୁଟ୍ସ ସଫ୍ଟୱେର କେସିସି ଋଣ ବ୍ୟବସ୍ଥାରେ ନମନୀୟତା ଓ ସ୍ୱଚ୍ଛତା ଆଣିଛି, ଫଳରେ ଚାଷୀଙ୍କୁ ସେମାନଙ୍କ ସୁବିଧା ଅନୁସାରେ ଋଣ ଅର୍ଥ ଉଠାଇବାରେ ସହାୟକ ହେଉଛି । ଏହାସହ ଏହି ବ୍ୟବସ୍ଥା ସେମାନଙ୍କୁ ସେମାନଙ୍କ ଆର୍ଥିକ କାରବାରର ସୂଚନା ମଧ୍ୟ ପ୍ରଦାନ କରୁଛି” ବୋଲି ସେ ପୁନଶ୍ଚ କହିଛନ୍ତି ।
ଏହି ନୁ୍ୟ ଏଜ୍ ଟେକ୍ନୋଲୋଜି ଓ ସମବାୟ ଋଣ ଢାଞ୍ଚାର କମ୍ପୁ୍ୟଟରୀକରଣ ଦ୍ୱାରା ଓଡ଼ିଶା ସରକାର ତୃଣମୂଳ ସ୍ତରରେ ହେଉଥିବା ଆର୍ଥିକ କାରବାରର ପଥ ବଦଳାଇପାରିବେ । ବର୍ତମାନ ସୁଦ୍ଧା ଭିସଫ୍ଟ ରୁଟ୍ସ ସଫ୍ଟୱେର ଦ୍ୱାରା ସଶକ୍ତ ହୋଇଥିବା ୧୬ ଲକ୍ଷରୁ ଅଧିକ ରୁପେ କିଷାନ୍ କ୍ରେଡିଟ୍ କାର୍ଡକୁ ପାକ୍ସର ସଦସ୍ୟ ଥିବା ଚାଷୀମାନଙ୍କୁ ଜାରି କରାଯାଇଛି ।
ସୂଚନା ଥାଉକି, ଗତବର୍ଷ ଖରିଫ ଏବଂ ରବି ଋତୁରେ ରାଜ୍ୟ ଯୋଗାଣ ନିଗମ, ମାର୍କଫେଡ୍ ଓ ଟିଡିସିସି ଆନୁକୂଲ୍ୟରେ ପାକ୍ସଗୁଡ଼ିକ ବହୁପରିମାଣରେ ଧାନ ସଂଗ୍ରହ କରିଥିଲେ ଏବଂ ଚାଷୀମାନଙ୍କୁ ଓଏସ୍ସିବି/ଡିସିସିବିରେ ଥିବା ଖାତା ଜରିଆରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ୮,୦୦୦ କୋଟି ଟଙ୍କା ପ୍ରଦାନ କରିଥିଲେ । ଚଳିତ ଖରିଫ୍ ଋତୁରେ ଏଭଳି ଡିବିଟି ପେମେଂଟ ୫,୨୪୪ କୋଟି ଟଙ୍କା ଟପିଛି ।
ଏହି ପ୍ରକଳ୍ପକୁ ରେକର୍ଡ ସମୟରେ ବାସ୍ତବ ରୂପ ଦେବା ଉଦେ୍ଧଶ୍ୟରେ ଭିସଫ୍ଟ ଟେକ୍ନୋଲୋଜିଜ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲା । କିନ୍ତୁ ଓଡ଼ିଶା ସରକାର, ଓଏସ୍ସିବି, ନାବାର୍ଡ ଏବଂ ଅନ୍ୟ ଅଂଶୀଦାରଙ୍କ ବିନା ସହାୟତାରେ ପାକ୍ସଗୁଡ଼ିକର ଏଭଳି ବଡ଼ ଧରଣର ଆଇଟି ସମନ୍ୱୟ ସମ୍ଭବପର ହୋଇପାରିନଥାନ୍ତା । ନାବାର୍ଡ ଏହି ପଦକ୍ଷେପ ଜରିଆରେ ଓଡ଼ିଶା ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ଅନ୍ୟ ରାଜ୍ୟ ପାଇଁ ଏକ କେସ୍ ଷ୍ଟଡି ଭାବେ ଗ୍ରହଣ କରିଛି ।

Share in top social networks!
Powered By Indic IME